March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ – ଡଃ ପ୍ରିୟମ୍ବଦା ସାମଲ

ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ

“ସଃ ଜାତୁ ଜେନ ଜାତେନ ଜାତିବଂଶମ୍ ସମୁନ୍ନତିମ୍” -ଯିଏ ନିଜପାଇଁ ନୁହେଁ ଦେଶ ଜାତି ପାଇଁ ନିଜକୁ ଉତ୍ସର୍ଗ କରିଥାଏ ତାଙ୍କର ଜନ୍ମରେ ସେହି ଦେଶ ଓ ଜାତିର ଉନ୍ନତି ହୋଇଥାଏ। ସେପରି ଏକ ଯୋଗଜନ୍ମା ସନ୍ତାନ ବିଶ୍ବପ୍ରସିଦ୍ଧ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇ ଦେଶର ସନ୍ଧିକ୍ଷଣରେ ଦିଗ୍ ଦର୍ଶନ ଦେଇ ଧର୍ମ, ସଂସ୍କୃତି, କଳା, ସାହିତ୍ୟକୁ ଉପସ୍ଥାପନ କରି ନିଜ ସହିତ ନିଜ ଦେଶ ଭାରତକୁ ଗୌରବ ଆଣିଦେଇଥିବା ବରପୁତ୍ର ସ୍ବାମୀ ବିବେକାନନ୍ଦ ଦେଶର ଗର୍ବ ଓ ଗୌରବ। ସେ ଶ୍ରେଷ୍ଠ ପୁରୁଷ। ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ ବିଶ୍ବନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କ କୋଳରେ କାଶ୍ମୀରର ବୀରେଶ୍ବର ମହାଦେବଙ୍କ ଅପାର କରୁଣାରୁ ଜନ୍ମ ଗ୍ରହଣ କଲେ ଦିବ୍ଯପୁତ୍ର ସନ୍ତାନ ବୀରେଶ୍ବର ଡାକ ନାମ ବିଲେ। ପିଲାବେଳେ ସେ ଥିଲେ ଚପଳ ମନା। ମା’ଙ୍କ ନିକଟରୁ ବୀର ପୁରୁଷମାନଙ୍କ କାହାଣୀ, ପୌରାଣିକ ବିଷୟ ପଠନ କରି ସେ ଉତ୍ସାହିତ ଓ ଉଦବୁଦ୍ଧ ହୋଇଥିଲେ। କୌତୁହଳତା ଓ ଜାଣିବାର ଇଛା ତାଙ୍କ ଠାରେ ଥିଲା ପ୍ରବଳ। ସାହିତ୍ୟ ଓ ଇତିହାସ ପଠନ ପ୍ରତି ତାଙ୍କର ଥିଲା ପ୍ରବଳ ଅନାବିଳ ନିଷ୍ଠା। ପ୍ରଚଣ୍ଡ ମେଧାଶକ୍ତି ଯୋଗୁଁ ଖୁବ୍ ସୀମିତ ସମୟ ମଧ୍ଯରେ ବହୁ ବିଷୟକୁ ମନେରଖି ପାରୁ ଥିଲେ। ପିଲା ଦିନରୁ ଈଶ୍ବର ବିଶ୍ବାସ, ଈଶ୍ବରଙ୍କୁ ଦର୍ଶନ କରିବା ଓ ତାଙ୍କର ସାନିଧ୍ୟ ପାଇବା ପାଇଁ ତାଙ୍କର ମନ ବ୍ଯାକୁଳ ଥିଲା। ସଂଗୀତ ଗାନରେ ମଧ୍ଯ ରୁଚି ଥିଲା ଅହେତୁକ। ମଣି କାଂଚନ ସଂଯୋଗ ପରି ଗୁରୁ ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ସେ ଆସିଥିଲେ। ଏହି ସଂସ୍ପର୍ଶରେ ଆସି ସେ ଦିବ୍ଯତ୍ବ ପ୍ରାପ୍ତ କଲେ। ପିତା ଓ ଗୁରୁଙ୍କ ତିରୋଧାନ ପରେ ସେ ସନ୍ଯାସ ନେଲେ ଓ ବିଭିନ୍ନ ଧାର୍ମିକ ପୀଠ ପରିଭ୍ରମଣ କରି ପ୍ରତ୍ଯକ୍ଷ ଗ୍ଯାନର ଅଧିଶ୍ବର ହେଲେ। ଶେଷରେ କୁମାରୀକାଠାରେ ଶିଳା ଉପରେ ଉପବେଶନ କରି ସେ ହେଲେ ଧ୍ଯାନ ମଗ୍ନ। ଧ୍ୟାନ ବଳରେ ସେ ଲାଭ କଲେ ଦିବ୍ଯଦର୍ଶନ। ସେ କେବଳ ଭାରତବର୍ଷର ନୁହଁନ୍ତି ବିଶ୍ବ ବିସ୍ମୟକାରୀ ପ୍ରତିଭା। ସାରା ବିଶ୍ବ ର ଅମୂଲ୍ଯ ସଂପଦ। ଚିକାଗୋଠାରେ ଅନୁଷ୍ଠିତ ଧର୍ମ ମହାସଭାରେ ଯୋଗଦେଇ ଚମକାଇ ଦେଇଥିଲେ ସାରା ବିଶ୍ବବାସୀ ଙ୍କୁ। ସେହି ଧର୍ମ ମହାସଭାରେ ତାଙ୍କର ବୁଦ୍ଧି ଦୀପ୍ତ ତେଜସ୍ବୀ ଅଭିଭାଷଣ ର ପ୍ରାରମ୍ଭିକ ସମ୍ବୋଧନ ସମସ୍ତଙ୍କୁ ସମ୍ମୋହିତ କରିଥିଲା। ଭାରତୀୟ ଧର୍ମର ଗୁଢତତ୍ତ୍ବକୁ ପ୍ରାଂଜଳଭାବରେ ବୁଝାଇ ସେ ଜିଣି ପାରିଥିଲେ ସାରା ବିଶ୍ବର ପଣ୍ଡିତ ବର୍ଗଙ୍କ ର ମନକୁ। ବିଦେଶରେ ତାଙ୍କର ଅନେକ ଶିଷ୍ଯ ମାନଙ୍କ ମଧ୍ଯରୁ ଭଗିନୀ ନିବେଦିତା ପ୍ରଧାନ ଶିଷ୍ଯା। ବିଭିନ୍ନ ଉପାୟରେ ସେ ଶିଷ୍ଯମାନଙ୍କୁ ଦିବ୍ଯଚେତନା ମାଧ୍ୟମରେ ମାର୍ଗଦର୍ଶନ କରୁଥିଲେ। ନାରୀ ଜାତିକୁ ଦେଉଥିଲେ ସମ୍ମାନ।ଏହି ପ୍ରସଙ୍ଗ ରେ ଏକ କଥା-ବିଦେଶରେ ବିଭିନ୍ନ ସମାରୋହରେ ସେ ଯୋଗ ଦେଉଥିଲେ ଥରେ ଜଣେ ସୁନ୍ଦରୀ ବିଦେଶିନୀ ସ୍ବାମୀ ବିବେକାନନ୍ଦ ଙ୍କ ର ବକ୍ତବ୍ଯରେ ଅନୁପ୍ରାଣିତ ହୋଇ ଏକ ବିଚିତ୍ର କଥା କହିଲେ। ସ୍ବାମୀଜୀ, ମୋତେ ବିବାହ କରନ୍ତୁ। ଆମ ଔରସରୁ ଯେଉଁ ପୁତ୍ର ସନ୍ତାନ ଜନ୍ମ ହେବ ସେ ଆପଣଙ୍କ ସର୍ବ ଗୁଣର ଅଧିକାରୀ ହେଉ। ଏହା ହିଁ ମୋର କାମନା। ଏ କଥା ଶୁଣି ସ୍ବାମୀ ବିବେକାନନ୍ଦ କହିଲେ, “ମା’.. ମୁଁ ଜଣେ ସନ୍ଯାସୀ।ବିବାହ କରିପାରିବି ନାହିଁ। ଆପଣ ଗୋଟିଏ କାମ କଲେ ମନସ୍କାମନା ପୂର୍ଣ୍ଣ ହେବ। ଆପଣ ମୋତେ ପୋଷ୍ଯ ପୁତ୍ର ଭାବରେ ଗ୍ରହଣ କରନ୍ତୁ। ଆପଣଙ୍କୁ ପୁଅଟେ ମିଳିଯିବ ମୋତେ ମା’ର ସ୍ନେହ। ସ୍ବାମୀଜୀଙ୍କ ପାଦତଳେ ବସି କାନ୍ଦି ପକାଇଲେ ବିଦେଶିନୀ କହିଲେ ଆପଣ ଈଶ୍ବର ପରି।
ସ୍ବାମୀ ବିବେକାନନ୍ଦ ଜଣେ ଆଧ୍ଯାତ୍ମିକ ନେତା ତଥା ସମାଜ ସଂସ୍କାରକ। ତାଙ୍କର ଜନ୍ମ ଦିବସକୁ ୧୯୮୫ ମସିହାଠାରୁ ଭାରତ ସରକାର ଜାତୀୟ ଯୁବ ଦିବସ ରୂପେ ଘୋଷଣା କରିଛନ୍ତି। ସେବେଠାରୁ ଏହି ଦିବସ ପାଳନ ହୋଇ ଆସୁଛି। ପ୍ରକୃତରେ ଆଜିର ଯୁବପିଢି ପାଇଁ ସ୍ବାମୀଜୀ ଙ୍କ ଆଦର୍ଶ ପ୍ରେରଣାର ଉତ୍ସ। ସେ କେବଳ ବିଶ୍ବ ବିଜୟୀ ନୁହଁନ୍ତି ବିଶ୍ବ ବିସ୍ମୟ ସ୍ବାମୀ ବିବେକାନନ୍ଦ।

 

ଡଃ ପ୍ରିୟମ୍ବଦା ସାମଲ

ଭୁବନେଶ୍ୱର।

Loading

Leave a Reply

Your email address will not be published. Required fields are marked *