April 25, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବୃଷ ସଂକ୍ରାନ୍ତି–ଭାବଗ୍ରାହୀ ତ୍ରିପାଠୀ

ବୃଷ ସଂକ୍ରାନ୍ତି

ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟରାଶି ଗମନକୁ ସଂକ୍ରାନ୍ତି କୁହାଯାଏ।ପ୍ରତି ଇଂରାଜୀ ମାସର ୧୩ ତାରିଖଠାରୁ ୧୫ତାରିଖ ମଧ୍ୟରେ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଗମନ କରିଥାଆନ୍ତି ସୂର୍ଯ୍ୟଙ୍କର ସେହି ସଂକ୍ରମଣ କ୍ରିୟାକୁ ହିଁ ସଂକ୍ରାନ୍ତି କୁହାଯାଇଥାଏ।ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କ୍ଷୟ ଓ ବୃଦ୍ଧି ଆମେମାନେ ଚନ୍ଦ୍ରଙ୍କର ପ୍ରତ୍ୟକ୍ଷ ଦର୍ଶନ ଯୋଗୁଁ ଜାଣି ପାରିଥାଉ କିନ୍ତୁ ସୂର୍ଯ୍ୟଙ୍କ ଗତି ଯୋଗୁଁ ହେଉଥିବା ଦିନ ଓ ରାତି ଏବଂ ଋତୁମାନଙ୍କର ପରିବର୍ତ୍ତନ ତାହା ପ୍ରତ୍ୟକ୍ଷରେ ଆମେ ଉପଲବ୍ଧି କରି ପାରି ନଥାଉ।ମାସର ଅର୍ଦ୍ଧେକକୁ ନେଇ ଗୋଟିଏ ରାଶି ଗୋଟିଏ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମାସନ୍ତ ପର୍ଯ୍ୟନ୍ତ ଚଳିଥାଏ।

ଉତ୍କଳରେ ସଂକ୍ରାନ୍ତିକୁ ପରବର୍ତ୍ତୀ ସୌର ମାସର ପ୍ରଥମ ଦିନ ବୋଲି ଗଣନା କରାଯାଏ କିନ୍ତୁ ବଙ୍ଗଳା ପାଞ୍ଜିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ।ବଙ୍ଗଳା ପାଞ୍ଜିରେ ସଂକ୍ରାନ୍ତିର ପରଦିନଠାରୁ ବଙ୍ଗ ଦେଶରେ ପରବର୍ତ୍ତୀ ସୌର ମାସର ପ୍ରଥମ ଦିନ ଆରମ୍ଭ ହୁଏ ଅର୍ଥାତ୍ ଉତ୍କଳରେ ଯାହା ‘ମାସାନ୍ତ’ ଦିବସ ତାହା ବଙ୍ଗ ଦେଶରେ ସଂକ୍ରାନ୍ତି ବୋଲାଯାଏ କିନ୍ତୁ ବିଚାର କରିବାକୁ ଗଲେ ବଙ୍ଗୀୟ ଗଣନା ରୀତି ସମ୍ପୂର୍ଣ୍ଣ ଭୂଲ୍ କାରଣ ସଂକ୍ରାନ୍ତିର ନାମକରଣ ପରବର୍ତ୍ତୀ ମାସର ନାମ ଅନୁସାରେ କରାଯାଏ ଯଥା:—ଧନୁ ସଂକ୍ରାନ୍ତି ଉତ୍କଳରେ ଧନୁ ମାସର ପ୍ରଥମ ଦିନ କିନ୍ତୁ ବଙ୍ଗଳାରେ ଏହା ବିଛା ମାସର ଶେଷ ଦିନ ବୋଲି ଧରାଯାଏ।

ଜ୍ୟୋତିଷ ତତ୍ତ୍ୱ ଅନୁଯାୟୀ ଗ୍ରହ ଚକ୍ର ଅନୁସାରେ ୧୨ଟି ରାଶିଚକ୍ର ରହିଅଛି।ପୃଥିବୀ ନିଜ କକ୍ଷପଥରେ ସୂର୍ଯ୍ୟକୁ ପରିକ୍ରମା କରୁଥିବାବେଳେ ବାର ମାସରେ ବିଭିନ୍ନ ଅବସ୍ଥାରେ ରହି ସୂର୍ଯ୍ୟଙ୍କର ଗୋଟିଏ ରାଶିଚକ୍ର ଅନ୍ୟ ଗୋଟିଏ ରାଶିଚକ୍ରକୁ ସଂକ୍ରମଣ କରୁଥିବା ସମୟକୁ ସଂକ୍ରାନ୍ତି ରୂପେ ଗଣା ଯାଉଥିବାରୁ ଏହା ହେଉଛି ଓଡ଼ିଆ ମାସର ଆରମ୍ଭ ବା ପ୍ରଥମ ଦିନ।୧୨ଟି ରାଶିକୁ ନେଇ ହୋଇଥାଏ ୧୨ଟି ସଂକ୍ରାନ୍ତି।ଏହି ୧୨ଟି ସଂକ୍ରାନ୍ତି ମଧ୍ୟରୁ ବୃଷ ସଂକ୍ରାନ୍ତି ଅନ୍ୟତମ।ମେଷ ରାଶିରୁ ସୂର୍ଯ୍ୟ ଯେଉଁ ଦିନ ବୃଷ ରାଶିରେ ଅବସ୍ଥାନ କରନ୍ତି ସେହି ଦିନର ସଂକ୍ରାନ୍ତି ହେଉଛି ବୃଷ ସଂକ୍ରାନ୍ତି।ଅନେକ ଦୃଷ୍ଟିରୁ ଏହି ସଂକ୍ରାନ୍ତି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।କାରଣ ଏହିଦିନ ସୂର୍ଯ୍ୟଙ୍କ ସହିତ ଦେବଦେବ ମହାଦେବଙ୍କୁ ‘ଋଷଭରୁଦ୍ର’,‘ବୃଷଧ୍ୱଜ’ ଓ ‘ବୃଷଭାଙ୍କ’ ନାମରେ ପୂଜା କରାଯାଇଥାଏ।

ଏ ସଂପର୍କରେ ଏକ ସୁନ୍ଦର ପୌରାଣିକ ଉପାଖ୍ୟାନ ରହିଅଛି।ବ୍ରହ୍ମାଙ୍କ ଆଜ୍ଞାରେ ଯେତେବେଳେ ଦକ୍ଷ ପ୍ରଜାପତି ପ୍ରଜା ସୃଷ୍ଟି କରିବାକୁ ଗଲେ ପ୍ରଥମେ ସେ ପ୍ରଜାମାନଙ୍କର ଜୀବିକା କଥା ଚିନ୍ତାକରି ଅମୃତ ପାନ କଲେ।ସେହି ଅମୃତ ପାନରେ ସଂପୂର୍ଣ୍ଣ ତୃପ୍ତ ହେବାରୁ ତାଙ୍କ ମୁଖରୁ ଏକ ସୁଗନ୍ଧ ବାହାରିଲା।ସେହି ସୁଗନ୍ଧରୁ ସୁରଭି ନାମକ ଗୋମାତା ପ୍ରକଟ ହେଲେ ଏବଂ ତାଙ୍କଠାରୁ ପର୍ଯ୍ୟାୟକ୍ରମେ ଅନେକ ସ୍ୱର୍ଣ୍ଣକାନ୍ତି ଯୁକ୍ତ ଗାଈ ଓ ବତ୍ସାମାନ ଜାତ ହେଲେ।ବତ୍ସାମାନେ ଗାଈମାନଙ୍କର ସ୍ତନରୁ ପର୍ଯ୍ୟାପ୍ତ ପରିମାଣରେ ଝରୁଥିବା କ୍ଷୀର ପାନ କରିବାରେ ଲାଗିଲେ।ସେହି ସମୟରେ ପୃଥିବୀ ଉପରେ ଥିବା ଶିବଙ୍କ ଦେହରେ କିଛି ଦୁଧଫେଣ ଛିଟିକି ପଡ଼ିଲା।ଯାହାଦ୍ବାରା ଶିବ ଅତ୍ୟନ୍ତ କ୍ରୋଧିତ ହୋଇଗଲେ।ତାହାଙ୍କର କ୍ରୋଧ ଦେଖି ଗାଈମାନେ ଯାଇ ଚନ୍ଦ୍ରଙ୍କ ପଛରେ ଲୁଚିବାରେ ଲାଗିଲେ।ସେମାନଙ୍କର ଦୁର୍ଦ୍ଦଶା ଦେଖି ଦକ୍ଷପ୍ରଜାପତି ଶିବଙ୍କ ସମ୍ମୁଖରେ ଆସି ନତମସ୍ତକ ହୋଇ କହିଲେ ପ୍ରଭୁ କ୍ରୋଧ ସମ୍ବରଣ କରନ୍ତୁ।ଆପଣଙ୍କ ଉପରେ ଯେଉଁ ଫେଣ ଛିଟିକି ପଡ଼ିଛି ତାହା ଅମୃତ ସମାନ ଅଟେ।କାରଣ ଗାଈର କ୍ଷୀର ବତ୍ସା ପିଇଲେ ହିଁ ତାହାକୁ ସଂସାର ପିଇଥାଏ।ତେଣୁ ତାହା କେବେ ଅଇଁଠା ହୁଏ ନାହିଁ।ଯେପରି ବାୟୁ,ଅଗ୍ନି,ସୁବର୍ଣ୍ଣ,ସମୁଦ୍ର ଓ ଅମୃତ କେବେ ଉଚ୍ଛିଷ୍ଟ ହୁଅନ୍ତି ନାହିଁ ସେହିପରି ଦୁଗ୍ଧ।ଏହା ମା’ ସ୍ତନରୁ ଝରୁଥିବା ଅମୃତ ସହ ସମାନ।ଏହା କହି ଦକ୍ଷ ପ୍ରଜାପତି ମହାଦେବଙ୍କର ସେବା ଲାଗି ଅନେକ ଗାଈ ଓ ଗୋଟିଏ ବୃଷଭ ପ୍ରଦାନ କଲେ।ଶିବ ଦକ୍ଷ ପ୍ରଜାପତିଙ୍କ କଥାରେ ସନ୍ତୁଷ୍ଟ ହୋଇ ଗାଈମାନଙ୍କ ସହ ରହିବା ସହ ବୃଷଭକୁ ନିଜର ବାହନ କଲେ।ଏପରିକି ତାଙ୍କର ଧ୍ୱଜରେ ବୃଷଭଙ୍କ ଆକୃତି ମଧ୍ୟ ଦେଲେ।ଦେବତାମାନେ ଶିବଙ୍କୁ ‘ପଶୁପତି’ ଭାବରେ ଅଭିଷିକ୍ତ କରିବା ସହିତ ତାଙ୍କୁ ‘ବୃଷଭାଙ୍କ’ ଭାବରେ ଅର୍ଚ୍ଚନା କଲେ।ସେଥିପାଇଁ ଶିବଙ୍କ ସହିତ ବୃଷଭ ସର୍ବଦା ସଂଯୁକ୍ତ ହୋଇ ରହିଥାଆନ୍ତି।ଏହି ସଂକ୍ରାନ୍ତି ଦିନ ବୃଷଭଙ୍କ ସହିତ ଶିବଙ୍କୁ ପୂଜା କଲେ ଏବଂ ଜଳଘଟ ସହିତ ଗୋଦାନ କଲେ ପ୍ରାଣୀକୁ ଶିବଲୋକରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ରହିଅଛି।

 

 ଭାବଗ୍ରାହୀ ତ୍ରିପାଠୀ

Loading

Leave a Reply

Your email address will not be published. Required fields are marked *