ବାର୍ଦ୍ଧକ୍ୟର କ୍ଳେଶ
ମୁକ୍ତିରାଣୀ ଦେବତା
ବୟସର ସାୟାହ୍ନରେ ଅବତୀର୍ଣ୍ଣ ଜୀବନ
ରୁଗ୍ଣ ଚକ୍ଷୁ ଯୁଗଳେ ମୋ ନାହିଁ କିଛି ସପନ
ନୈରାଶ୍ୟକୁ ପୁଞ୍ଜିକରି ବିତୁଥାଏ ଦିନ
ଆତ୍ମୀୟସ୍ୱଜନ ଗଣ ବୁଝନ୍ତିନି ମନ ।।
ମୂଲ୍ୟହୀନ ଵସ୍ତୁ ପରି ନାହିଁ ମୋର ମୂଲ୍ୟ
ମଣନ୍ତି ସଭିଁଏ ମନେ ମୋତେ ହୀନ ତୁଲ୍ୟ
ମୋର ଅବଦାନ ଆଜି ବିସ୍ମରନ୍ତି ସର୍ବେ
ଯୌବନର ପ୍ରଭାବରେ ଚାଲୁଛନ୍ତି ଗର୍ବେ ।।
ସ୍ନେହ ଶ୍ରଦ୍ଧା ସମ୍ମାନରୁ ବଞ୍ଚିତ ଏ ବୃଦ୍ଧ
ଘୁଣ୍ୟଦୃଷ୍ଟି ଘୂରୁଥାଏ ନାହିଁ ବୋଲି ଶୁଦ୍ଧ
ବାର୍ଦ୍ଧକ୍ୟରେ ଭୋଗକରେ ଯାବତୀୟ ଯାତନା
କିଏ ବା ବୁଝିବ କାହିଁ ଏ ବୃଦ୍ଧର ବେଦନା ।।
ଅପେକ୍ଷାରତ ଏ ଆତ୍ମା ଅଭୀପ୍ସା ମୃତ୍ୟୁର ସ୍ପର୍ଶ
ବିଷାଦର କୃଷ୍ଣମେଘେ ହଜିଛି ଚିତ୍ତରୁ ହର୍ଷ
ମୋୟାମାୟା ବନ୍ଧନରୁ ମୋକ୍ଷ ଚାହେଁ ପ୍ରାଣ
କାଳର କରାଳ ଗ୍ରାସେ ଲୀନହେବା ଜାଣ ।।
ମନ୍ଦାରଖଣ୍ଡ
ଯାଜପୁର