ବୋଉ ହାତର ପଖାଳ.. 💖
******💖******
ବୋଉ ହାତ ରନ୍ଧା ଭାତ ର ଦହି ପଖାଳ ସହ ବାଡ଼ି ବରକୋଳି ର ଆଚାର, ବଡ଼ିଚୁରା, ଶାଗ ଭଜା ର ତୁଳନା ବିଶ୍ୱ ର ବଡ ବଡ ହୋଟେଲ୍ ରେ ବି ଦୁର୍ଲଭ | ଛୋଟ ଦିନୁ ବୋଉ ତିଆରି କରିଥିବା ଭିନ୍ନ ରକମ ର ସୁଆଦିଆ ଭଜା, ତରକାରୀ ସହ ପଖାଳ ଖାଇବାରେ ଅଭ୍ୟସ୍ତ ହୋଇଯାଇଥିଲା ସଞ୍ଜନା | ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି କଲେଜ୍ ଓ ଚାକିରୀ ପର୍ଯ୍ୟନ୍ତ ସବୁଠିକୁ ଯିବା ପୂର୍ବରୁ ବୋଉ ହାତ ବଢ଼ା ପଖାଳ ଅମୃତ ସତେ ! ଏବେ ସଞ୍ଜନା ସୁଦୂର ନ୍ୟୁଜର୍ସି ରୁ ଟେଲିଫୋନ୍ କରେ | ଜ୍ୱାଇଁ ଙ୍କ ର ବ୍ୟସ୍ତ ବହୁଳ ଜୀବନ ଶୈଳୀ, ପିଲା ଙ୍କର ପାଠ ପଢା ଆଉ ନିଜ କାର୍ଯ୍ୟ ରେ ଖୁବ୍ ବ୍ୟସ୍ତ ରହୁଛି ବୋଲି ଜଣାଏ | ବର୍ଷ ର ଅଧା ଦିନ ପ୍ୟାକେଟ୍ ଖାଦ୍ୟ ରେ କଟୁଛି ବୋଲି ବୋଉ ଆଗେ ଢେର୍ ମନ ଦୁଃଖ କରେ |
ପଖାଳ ଟିକେ ଖାଇପାରୁନି କି ସମୟ ଅଭାବ ରୁ ପ୍ରସ୍ତୁତ କରିପାରୁନି ବୋଲି ଜଣାଏ | ପୁଣି କୁହେ ଥରେ ଅଧେ ଚେଷ୍ଟା କରି ଦେଖିଲିଣି ଯେ ବୋଉ, ହେଲେ ତୋ ଭଳି କରିପାରୁନି | ଏତକ ଶୁଣିଲା ବେଳକୁ ତା ବୋଉ ର ଗାଲ ତା ଆଖି ର ଉଷ୍ମ ଲୁହ ରେ ଓଦା ହୋଇଯାଏ | ଆଜି ବୋଉ, ବାପା ଫ୍ଲାଇଟ୍ ରେ ଆମେରିକା ଆସୁଛନ୍ତି | ସଞ୍ଜନା ର ଖୁସି କହିଲେ ନସରେ | ବୋଉ କିନ୍ତୁ ଆମେରିକା ରେ ପହଞ୍ଚିଲା ବେଳଠାରୁ ମୁହଁ ଶୁଖେଇ ରହିଥାଏ | ସଞ୍ଜନା ପଚାରୁ ପଚାରୁ ତା ‘ ବୋଉ କହିଲେ ଯେ ତୋ ପାଇଁ ଷ୍ଟିଲ୍ ଟିଫିନ୍ ରେ ପଖାଳ ଭାତ ଆଣି ଆସିଥିଲି ଯେ, ସେ ପୁଲିସ୍ ମୋତେ ଭିତରକୁ ଆଣିବାକୁ ଦେଲାନି |
ମାଆ ଝିଅ ଦୁହିଁଙ୍କ ଆଖି ଓଦା ହୋଇ ସାରିଥିଲା ଆଉ ସଞ୍ଜନା ବୁଝି ସାରିଥିଲେ ଯେ ବୋଉ ପଖାଳ ଆଣିଥିବା ଟିଫିନ୍ ବାକ୍ସ ଟିକୁ ବିମାନ ବନ୍ଦର ର ସୁରକ୍ଷା କର୍ମୀ ମାନେ ଭିତରକୁ ଆଣିବାକୁ ଦେଇ ନାହାଁନ୍ତି ନିଶ୍ଚୟ | ମାଆ ର ଭଲ ପାଇବା କେତେ ବାସ୍ତବ ସତେ !!❣️
ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ