ବୋତଲ ଜିନ୍ଦାବାଦ
ସଂସ୍କୃତିର କବର ଉପରେ
ଆଧୁନିକତାର ସମାଧି ସ୍ତମ୍ଭ
ପ୍ଲାଷ୍ଟିକ ବୋତଲ
କାଚ ବୋତଲ ଦେହରେ
ଅପ ସଂସ୍କୃତିର ଆର୍ଯ୍ୟ ସମାଜ
ସ୍ଥିତି ସ୍ଥାୟୀତ୍ବର ସମ୍ଭାବନାରେ
ପ୍ରବଳ ପ୍ରତାପୀ ଆଜିର ପରିଚୟ ll
ଏଇ ଦେଖୁନ
ତୁମ ଘରେ ,ମୋ ଘରେ ,ତାଙ୍କ ଘରେ
ପ୍ଲାଷ୍ଟିକ ବୋତଲର ଥଣ୍ଡା ପାଣି
ଅତିଥି ସତ୍କାରର ନମୁନା
ସମ୍ମାନଠୁ ବହୁ ଦୂରରେ
ଷ୍ଟିଲ ଗ୍ଲାସ ,କାଚ ଗ୍ଲାସର
ଲେମ୍ବୁ ସରବତ
ଖାଇବା ,ପିଇବା ,ହାତ ଧୋଇବା
ସବୁ ସ୍ଥାନରେ ପ୍ଲାଷ୍ଟିକ ପ୍ରଳୟ ll
ଖାଲି ଏତିକି ନୁହେଁ
କାଚ ବୋତଲର ନାଲି ପାଣି ନିଶା
ସମ୍ପର୍କର ପୂଜା ଫୁଲ
ଏକ ସଙ୍ଗରେ
ବାପା ,ମାଆ ,ପୁଅ ,ଝିଅର
ଚିଅସ ଶବ୍ଦ
ମହାନତା ର ଫୁଲ ତୋଡ଼ା ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
🍾🍾🍾🍾🍾🍾🍾🍾🍾