ପୁସ୍ତକ- କାଠ ଗଡାରେ ଈଶ୍ୱର
କବି- ଦୀପକ କୁମାର ସ୍ୱାଇଁ
ସମୀକ୍ଷା- ଶ୍ରୀମତୀ କ୍ଷୀରେଶ୍ୱରୀ କିଷାନ, ଆଞ୍ଚଳିକ ଅଧ୍ୟକ୍ଷା , ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
କବି ଦୀପକ କୁମାର ସ୍ୱାଇଁ ଙ୍କ କବିତା ସଂକଳନ “କାଠ ଗଡାରେ ଈଶ୍ୱର” ରେ ଈଶ୍ୱର ଙ୍କୁ କାଠଗଡ଼ାରେ ଅନୁଭବ କଲା ପରେ……
#################
ମୋ ଅନୁଭୂତି ରେ କବି ଶ୍ରୀ ଦୀପକ କୁମାର ସ୍ୱାଇଁ ଜଣେ ‘poetry of tension‘ ରଚନା କରୁଥିବା ଧରଣର କବି । ମାନସ ଦ୍ୱନ୍ଦ ହିଁ ତାଙ୍କ କବିତା ର ବୀଜ। ତାଙ୍କ କବିତା ଗୁଡ଼ିକରେ ସ୍ପଷ୍ଟ ଅନୁମେୟ, କେତେବେଳେ ଅନ୍ତର୍ଦ୍ୱନ୍ଦ ତ ଆଉ କେତେବେଳେ ବହିର୍ଦ୍ୱନ୍ଦ । ତାଙ୍କର ପ୍ରତ୍ୟେକ ଟି କବିତା ଯେ କେବଳ କବିଙ୍କ ଅନ୍ତର୍ଦ୍ୱନ୍ଦ କିମ୍ବା ବହିର୍ଦ୍ୱନ୍ଦ ତାହା ନୁହେଁ -ଏହା ପାଠକଙ୍କୁ ମଧ୍ୟ ଦ୍ବନ୍ଦରେ ଛନ୍ଦି ପକାଇଥାଏ । କବିତା ଗୁଡ଼ିକୁ ପଢିଲାବେଳେ ପାଠକଟିଏ ମଧ୍ୟ ନିଜକୁ ହଜାଇ ଦେବ ତା’ରି ଭିତରେ । ବୋଧହୁଏ ତାଙ୍କ ଇନ୍ଦ୍ରିୟ ମାଧ୍ୟମରେ ଯାହା ଅନୁଭବ କରନ୍ତି, ସେହି ଅନୁଭବ କୁ ମୂହୁର୍ତ୍ତ ମୂହୁର୍ତ୍ତ ରେ ବିଚିତ୍ର ରୂପରେ ରୂପାୟିତ କରି ତୋଳି ଧରନ୍ତି ତାଙ୍କ ଲେଖନୀ ମୁନରେ- ଶବ୍ଦର ରୂପ ଦେଇ । ମନେହୁଏ ତାଙ୍କରି କବିତା ଗୁଡ଼ିକ ସରଳ ବୋଧଗମ୍ୟ ତଥା ହୃଦୟ ସ୍ପର୍ଶୀ ହେବା ସଙ୍ଗେ ସଙ୍ଗେ ମର୍ମସ୍ପର୍ଶୀ ମଧ୍ୟ । ଏହା ସ୍ପଷ୍ଟ ଫୁଟି ଉଠିଛି ତାଙ୍କ କବିତା “ଦୂର୍ଯ୍ୟୋଧନ ମରିନାହିଁ ” ରେ ।
ମଣିଷ ର ପ୍ରକୃତ ଜୀବନ-ପ୍ରକୃତି ସହ ଖାପ ଖୁଆଇ ଚଳିବା, କେବଳ ସୁଖଦ ଜୀବନ ଭିତରେ ନୁହେଁ ବରଂ ନିଜେ ଦୁଃଖ ଜଞ୍ଜାଳ ସହ ଲଢ଼ି ଜୀବନ ଜୀଇଁବାକୁ ଆହ୍ୱାନ ଦେଇଛନ୍ତି ସେ କବିତା-“ଖରା ! ଏକ ଜୀବନ ଦର୍ଶନ”ମାଧ୍ୟମରେ – ନ ହେଲେ ଜୀବନ କାଳେ ଦରସିଝା ।ଏଇତ ସେହି ଧରଣର କବି ଙ୍କ ଲେଖନୀରୁ- ଯୁଗପତ୍ ସଞ୍ଚରଣଶୀଳ ଏକାଧିକ ଆବେଗ ଓ ମନନର ଆକର୍ଷଣ ବିକର୍ଷଣ ଫଳରେ ଯେଉଁ ଏକାଧିକ ବୋଧର ଦ୍ୱନ୍ଦ ଓ ସଂଘର୍ଷ ଉପୁଜେ, ଯାହା ପ୍ରଚଣ୍ଡ ଆଲୋଡ଼ନ ସୃଷ୍ଟି କରିଥାଏ । ସେହି ଆଲୋଡ଼ନ ର ପ୍ରେରଣା ରୁ ଈଶ୍ୱରଙ୍କୁ କାଠଗଡ଼ାରେ ଠିଆ କରାଇ ଜେରା କରିବାର ସତ୍ ସାହାସ କରିଛନ୍ତି-କବି ଶ୍ରୀ ଦୀପକ କୁମାର ସ୍ୱାଇଁ ।
ନିଚ୍ଛକ ଈଶ୍ୱରଙ୍କୁ ସେବା ବଦଳରେ,ମିଛ ପ୍ରହସନରେ ଗଦାଗଦା ମନ୍ଦିର ନିର୍ମାଣ କରି ନିର୍ଜୀବ ଦେବତାଙ୍କୁ ଭୋଗ ଦେଇ ପୂଜା କରେ ବହୁ ଆଡ଼ମ୍ବରରେ,ଆଜିର ଏ ସଭ୍ୟ ସମାଜ- କବିଙ୍କ ଆକୁଳଭାବ ଫୁଟି ଉଠିଛି “ପ୍ରଜାପତି ଓ ଈଶ୍ୱରଙ୍କ ମୃତ୍ୟୁ” କବିତା ରେ ।
କବି ନିଜ ମାନସଦ୍ୱନ୍ଦ – ବାସ୍ତବିକତା-ଅନୁଭୂତି ଆଦି କୁ ନେଇ ରଚନା କରିଥିବା – ‘କିଛି କିଛି କଥା, ବଡ଼ପୁଅ,ଦୋ ଛକିର ନାୟକ, ବାପା, ଖରାବେଳ, ଈଶ୍ୱର ହାଜିର ହୁଅ ଭଳି ସଇଁତିରିଶଟି କବିତା କୁ ଏ ସଂକଳନ ରେ ସ୍ଥାନ ଦେଇ ତାକୁ ଉତ୍ସର୍ଗ କରିଛନ୍ତି- ” ପ୍ରଜାପତି ହେବାକୁ ଯାଇ ଖୋଷାରେ ଅଟକି ଯାଇଥିବା ଡହଳ ବିକଳ ଆତ୍ମାକୁ ।”
ଲୀଳାମୟ ଙ୍କ ଠାରେ କାମନା……..,ଡହଳ ବିକଳ ଆତ୍ମାକୁ ଶାନ୍ତି ମିଳୁ, କବିଙ୍କ ଶାଣିତ ଲେଖନୀ ମୁନରୁ ଅଜସ୍ର କବିତା ଝରିପଡୁ, ତାଙ୍କ କବିତା ପାଠକାଦୃତ ହେବା ସଙ୍ଗେ ସଙ୍ଗେ ସମାଜକୁ ସଂସ୍କାରିତ କରିବାରେ ସହାୟକ ହେଉ,ଅନ୍ୟକୁ ପ୍ରେରଣା ପ୍ରଦାନ କରିବା ସଙ୍ଗେ ସଙ୍ଗେ କବିଙ୍କୁ ଅନନ୍ୟ ଯଶପ୍ରାପ୍ତି ହେଉ …….. ।
ଜୟ ଜଗନ୍ନାଥ 🙏🙏🙏🙏🙏।
କ୍ଷୀରେଶ୍ୱରୀ କିଷାନ
ଲେଖିକା
ସୁନ୍ଦରଗଡ଼
810 total views, 2 views today
Oh my goodness! Wonderful posting dude! Many many thanks, Even so I am encountering troubles using your RSS. I don’t realize why I am not able to be a part of it. Is there anybody getting the same RSS issues? Anyone who knows the answer will you kindly answer? Many thanks!!