March 28, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ଭୋକ- ପୁସ୍ତକ ସମୀକ୍ଷା (ସୁଶ୍ରୀ ଦମୟନ୍ତି କିଷାନ)

ପୁସ୍ତକ ସମୀକ୍ଷା

କବିତା ##ଭୋକ
##ଯୁବ କବି ପବିତ୍ର ବ୍ରହ୍ମପୁତ୍ର ନାୟକ
##ବନଫୁଲ ପ୍ରକାଶନ

“ଭୋକ” କବିତାର କବି ତଥା ଲେଖକ ପବିତ୍ର ବ୍ରହ୍ମପୁତ୍ର ନାୟକ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ। ସେ ଏକାଧାରରେ ଜଣେ କବି,ଲେଖକ ଓ ସମାଜ ସେବକ ଭାବେ ଓଡ଼ିଶାର କୋଣାନୁକୋଣରେ ପରିଚିତ । ଏହା ସହ ସେ “ସାହିତ୍ୟ ଫର୍ଦ୍ଦ” ଓ ବିଭିନ୍ନ ପୁସ୍ତକ ପ୍ରକାଶନ ଭଳି ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ। ତାଙ୍କ “ବନଫୁଲ” ପୁସ୍ତକ ସଂକଳନ ଓଡ଼ିଶାରେ ଭିନ୍ନ ଓ ଅନନ୍ୟ । ଏହି “ଭୋକ” କବିତା ସଂକଳନଟି ଉକ୍ତ “ବନଫୁଲ” ପ୍ରକାଶନରୁ ଆନୀତ ।

ଉକ୍ତ କବିତା ସଂକଳନରେ ସର୍ବମୋଟ ୭୬ଟି ହୃଦୟଜିଣା ଅଣୁ କବିତା ସ୍ଥାନିତ । ପ୍ରଥମ ପୃଷ୍ଠାରେ “ଭୋକ”କୁ ନେଇ ସେ ଏକ ଚମତ୍କାର ବର୍ଣ୍ଣନା ଦେଇ କହିଛନ୍ତି-“ସେଇ ଯୋଉ ଲୋକଟିକୁ ମୁଁ ନାଁ ପଚାରିଲି,
ଅନେକ ସମୟ ନୀରବ ରହିବା ପରେ କହିଲା,
ରେ ବାବୁ ! ଦବୁ ଯଦି ଦେଇଯା’ ଟଙ୍କା କେଇଟା
ପେଟରେ ଭୋକ ପରି ନାଁ ଗୋଟେ
ଉତ୍ପାତ କରୁଛି ।” (ଭୋକ-୧)

“ଭୋକ ଗୋଟେ ପେଟ ଭିତରେ କାନ୍ଦୁଥିବା
ଅବୋଧ ବାଳକ, ଯାହାକୁ ବୁଝେଇ ହୁଏନା
ପଚାଶ ପଇସାର ଲଲିପପ୍ ରେ ।” (ଭୋକ-୨)

ବଞ୍ଚିବା ନିମନ୍ତେ ନିତ୍ୟ ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଉପାଦାନ ଆବଶ୍ୟକ । ସେଥିମଧ୍ୟରେ “ଖାଦ୍ୟ” ଭଳି ଏକ ମୌଳିକ ଉପାଦାନ ସହ ଏହି “ଭୋକ” ଶବ୍ଦଟି ଗଭୀର ଭାବେ ସମ୍ବନ୍ଧିତ । ମଣିଷଠୁ ଆରମ୍ଭ କରି କୀଟ, ପତଙ୍ଗ, ପ୍ରାଣୀ, ଉଦ୍ଭିଦ ସମସ୍ତେ ଏହି “ଭୋକ” ସହ ପରିଚିତ । “ଭୋକ” ପ୍ରକୃତରେ ଗୋଟେ ଅବୋଧ ବାଳକ ପରି ଯାହାକୁ ପଚାଶ ପଇସାର ଲଲିପପ୍ ରେ ବୁଝାଇ ହୁଏନା ।

“ସେଠି କ’ଣ କରୁଛ?
ମାଟି ହାଣୁଛ, ଓ ଏଠି ବୋଧେ
ପଥର ହାଣିବାକୁ ପଡିଥାନ୍ତା
ଧୂସର ମାଟିରେ ।” (ଦାଦନ)

ଗାଁର ଅନେକ ଲୋକ ସାଧାରଣତଃ ନିଜ ଗାଁ ଛାଡି ବାହାରକୁ ଖଟିବାକୁ ଯାଇଥାନ୍ତି ଅଧିକ ଟଙ୍କା ରୋଜଗାର ଉଦ୍ଦେଶ୍ୟରେ ହେଲେ ପ୍ରକୃତରେ ସେଇଠି ସେମାନେ କ’ଣ କାମ କରନ୍ତି ସେସବୁ ଆମକୁ ଜଣା କି? ଗାଁ ରେ କଣ କାମ ଊଣା କି? ପଥର ହାଣିବା ଭୟରେ ବିଦେଶ ଯିବାର ବାହାନା ବୋଧେ !

“ମୋ ଦେହରେ ଯେତେ
ଫୋଡୁଛ ଫୋଡ କଣ୍ଟା
ଯେତେ ଦେଉଛ ଦିଅ ଚେଙ୍କ
ଯେତେ କରୁଛ କର ବିବସ୍ତ୍ର,
କଦାପି କରିବିନି ଆପତ୍ତି
ତମେ ଜାଣିଛ ମୁଁ ଝିଅ
ହେଲେ ମୁଁ ଜାଣିଛି ମୁଁ ପଥର।” (ପଥର)

ଝିଅକୁ ସେ ସହନଶୀଳା ପଥର ସହ ତୁଳନା ଦେଇଛନ୍ତି । ଦେହ ଭକ୍ଷଣକାରୀ ପୁରୁଷ ହାତରେ ବାରବାର ଶିକାର ହେଲାପରେ ଶେଷରେ ଝିଅଟି ପଥର ପାଲଟିଯାଏ, ଯା’ର ଚମତ୍କାର ବର୍ଣ୍ଣନା ସେ ଏଠି ଉପସ୍ଥାପନା କରିଛନ୍ତି।

“ଗାନ୍ଧୀ ନଥିଲେ ବୋଲି ତ
ପବନ ଦଳେଇ ଲୁଟିନେଲା,
କିଶୋରୀ ବାଳିକାର ଇଜ୍ଜତ ।” (ଗାନ୍ଧୀ ନଥିଲେ ବୋଲି)

ଆଜି ଗାନ୍ଧୀ ନାହାନ୍ତି ବୋଲି ତାଙ୍କର ତିନି ବାଣୀକୁ ବି ଏ ମଣିଷ ଜାତି ମାରିଦେଇ ନିଜକୁ ଗୋଟେ ଗୋଟେ ଅମଣିଷ, ରାକ୍ଷସ ସାଜି ସାରିଲେଣି ‌। ଏଠି ସତ୍ୟ,ଅହିଂସା, ଭାତୃଭାବ, ମାତୃଭୂମି ପ୍ରୀତି ଶୂନ୍ୟ । ଗାନ୍ଧୀ ଯଦି ଥା’ନ୍ତେ ଆଜି ଏ ବିଶ୍ବ ରାମରାଜ୍ୟରେ ପରିଣତ ହେଇପାରିଥାନ୍ତା ବୋଧେ !

“ହସର ମୁଖା ପିନ୍ଧି ଏ ମଣିଷ ବି
ବେଶ୍ ଭଲ ଅଭିନୟ କରି ଜାଣେ
ତାହା କ’ଣ ଅଜଣା ଅଛି କି ସୁଧୀଜନଙ୍କୁ ।” (ଦୁଃଖ)

ହୃଦୟରେ ଅସହ୍ୟ ଦୁଃଖକୁ ଲୁଚେଇ ରଖି ମଣିଷ ହସିବାର ଛଳନା କରେ ତାହା କ’ଣ ସଂସାରକୁ ଅଜଣା କି ? ଦୁଃଖକୁ ଯେତେ ଲୁଚାଇଲେ ବି ଏହା କ’ଣ ଲୁଚି ରହିବ ଆଦୌ ନୁହେଁ ।

“ବୁଢ଼ୀ ମାଆର ବାଉଁଶ ପତରରେ
ସେଇ ନିଆଁ ବି ଝରୁଥାଏ ହୁତୁହୁତୁ ହେଇ
ଟକ୍ ମକ୍ ହେଇ ଫୁଟୁଥାଏ ନାଲି ଚା’
ଶୀତ ସକାଳରୁ ମୁକ୍ତି ପାଇଁ ।” (ନିଆଁ)

ପ୍ରକୃତରେ ସେଇ ନିଆଁ ହିଁ ତ ଶୀତ ସକାଳରୁ ମୁକ୍ତି ପାଇଁ ନିତି ନାଲି ଚା’ କରିପାରେ, ଅସହ୍ୟ ଶୀତର ପ୍ରକୋପକୁ ଦୂର କରିପାରେ ।

“ବାପା ତ ମୁଣ୍ଡ ଉପରେ ଥିବା ଆକାଶ ପରି
ଛାତି ଭିତରେ ଥିବା ଈଶ୍ବର ପରି
ଚିରକାଳ ମନରେ ଥିବା ପ୍ରିୟ ପୃଥିବୀ ପରି ।” (ବାପା)

ବାପା କ’ଣ କେବଳ କାନ୍ଦ ଭରା ମୁହଁରେ ହସ ଫୁଟେଇ ପାରନ୍ତି କି ସେତ ସାକ୍ଷାତ ଈଶ୍ବର ତାଙ୍କ ଆଶୀର୍ବାଦରେ ଐଶରିକ ଶକ୍ତି ନିହିତ । ସେ ତ ସ୍ବୟଂ ବିଶ୍ବ ବ୍ରହ୍ମାଣ୍ଡ, ସେ ପାଖରେ ଥିଲେ ସରଗ ସୁଖ ମିଳେ ।

“ତମର ହସ ଶହେ ସାଲ୍ ଆୟୁଷ
ବୁଢ଼ା ବରଗଛ ପରି
ଚିରକାଳ ବଞ୍ଚି ରହୁଥିବା
ଏକ ଭାଗ୍ୟବାନ ବୃକ୍ଷ ।” (ହସ)

ଏହି ବର୍ଣ୍ଣନାଟିରେ କବିଙ୍କ ପ୍ରେମିକ ପଣର ସନ୍ଧାନ ମିଳୁଛି । ସେ ଗୋଟେ ଝିଅର (ପ୍ରେମିକା) ହସକୁ ଶହେ ବର୍ଷ ଯାଏଁ ବଞ୍ଚି ପାରୁଥିବା ବୁଢ଼ା ବରଗଛ ସହ ତୁଳନା କରିଛନ୍ତି ଯାହା ଚମତ୍କାର ହେଇଛି ବାସ୍ତବରେ ।

“ଏତେ ସବୁ ପରେ ଜାଣେ, ପଚାରିବ
ଏ ସହର କାହିଁ, ପ୍ରିୟ ତୁମର ?
କେବଳ ମୋର ନୁହେଁ,
ବର୍ଷାରେ ଭିଜି ଭିଜି ଦହିବରା ବିକୁଥିବା
ସେ ଲୋକଟିର ବି ପ୍ରିୟ ଏ ସହର ।” (ସହର)

ଗାଁ ଓ ସହର ଭିନ୍ନ ହେଲେ ବି ଦୁହେଁ ପ୍ରିୟ ।‌ ଯେ’ ଯୋଉଠି ରହି ଜୀବନ ଜୀଇଁବା ଶିଖେ, ଜୀବନ ଗଢ଼ିବା ଶିଖେ, ତା’ ପାଇଁ ଅତି ପ୍ରିୟ ସେ ସ୍ଥାନ ସେ ଗାଁ ହେଉ ଅବା ସହର, ସେ ପ୍ରେମିକ ହେଉ ଅବା ପାଠୁଆ, ଚାକିରିଆ ହେଉ ଅବା ସେଇ ସହରର ରାସ୍ତା କଡ଼ରେ ନିତି ଠିଆ ହେଉଥିବା ଦହିବରା ବିକାଳୀ ।

“କେହି ଜଣେ ଗଢିଛି ୟାକୁ
ମନ, ପ୍ରାଣ ଦେଇ ଯେମିତି
କୁମ୍ଭାର ଗଢ଼େ ହାଣ୍ଡି, ଯେମିତି
କମାର ଗଢ଼େ କଟୁରୀ ଯେମିତି
ଗଢ଼େ ବଢ଼େଇ ଖଟୁଲି ଠିକ୍ ସେହିପରି ।” (କଳା)

ସତରେ କଳା ଗୋଟେ ମନ,‌ ପ୍ରାଣ ଦେଇ ଗଢାଯାଉଥିବା କୁମ୍ଭାରର ହାଣ୍ଡି ପରି ହାତ ଖସିଗଲେ ଦରଗଢା ଅବା ପୁଣିଥରେ ନୂଆ କରି ଗଢ଼ିବାକୁ ହୁଏ ।

“ଏଇଠି ତ ଥିଲା, ଏବେ ନାହିଁ।
କେବେ କହୁଛି କଣ୍ଟ୍ରାକ୍ଟର ହବ
କେବେ ପାଇଲଟ୍, ପୁଣି ଦେଖ
କହିଲାଣି ଏସବୁରେ ଲାଭ ନାହିଁ
ଯାତରାରେ ଯାଇ ମଟର ବିକିବା ସବୁଠୁ ଭଲ ।” (ମନ)

ମନର କିଛି ଠିକଣା ନାହିଁ ନା ବିଶ୍ବାସ ଅଛି ନିମିଷକେ ତା’ର ଇଚ୍ଛା ବଦଳୁଥାଏ ସତରେ ।

“ତମକୁ ପାଇବା ପାଇଁ
ସାରା ରାତି ଗଙ୍ଗା କୂଳେ
ମୁଁ ତପସ୍ୟାରେ ମଗ୍ନ।” (ତମେ-୧)

କବିଙ୍କ ପ୍ରେମିକ ପଣର ସନ୍ଧାନ ଆଗରୁ ପାଇସାରିଛେ କିନ୍ତୁ ଏଇଠି ଟିକେ ପ୍ରେମର ଗଭୀରତା ବେଶି ବୋଲି ପ୍ରତୀୟମାନ ହେଉଛି ।

“ଚାଲ, ବଦଳେଇ ଦେବା ଆମେ
ଆମର ରାସ୍ତା ତମେ ତମ ସହରକୁ
ଚାଲିଯିବ, ମୁଁ ଫେରି ଆସିବି ମୋ ଗାଁକୁ।
ତମେ ଫେରାଇଦେବ ମୋ’ର
ପ୍ରେମ ଟିକକ ମୁଁ ଅଜାଡ଼ି ଦେବି ତମ ପାପୁଲିରେ
ବିତି ଯାଇଥିବା ତମର ସମୟ ।
ମନକୁ ଏମିତି ବୁଝେଇ ଦେବା ଯେ
ଆମେ ପରସ୍ପରକୁ ଚିହ୍ନିନେ କି ଜାଣିନେ
ଆମକୁ କେବଳ ଜଣାଅଛି
ନିଜ ନିଜର ରାସ୍ତା ।” (ରାସ୍ତା-୧)

ପ୍ରେମକୁ ପାଇବା ଯଦି ସମ୍ଭବ ନୁହେ ତେବେ ସବୁ ଅତୀତ ଜାଳିଦେଇ ପରିବର୍ତ୍ତନର ରାସ୍ତା ଆପଣେଇବା ହିଁ ଠିକ୍ ।

“ଦିନ ଆସିବ ମୋର ବି ମୃତ୍ୟୁ ହେବ
ଫୁଲ ଝଡ଼ିଗଲା ପରି, ଝଡ଼ ଥମିଗଲା ପରି
ନଈ ବଢିରେ ଜୀବ ହେଇଥିବା
ଖଜୁରୀ ଗଛ ପରି ।” (ମୃତ୍ୟୁ)

ମୃତ୍ୟୁ ଏହା ହିଁ ଏକମାତ୍ର ସତ୍ୟ ଉକ୍ତି ହେଲେ କେବଳ ମଣିଷ ନୁହେଁ ସମଗ୍ର ପ୍ରକୃତି ଓ ପରିବେଶର ମଧ୍ୟ ମୃତ୍ୟୁ ଅଛି । ସମସ୍ତଙ୍କର ଦିନେ ମୃତ୍ୟୁ ହବ ଏବଂ ସଭିଏଁ ମାଟିରେ ମିଶିଯିବେ ।

‌‌ “କେବେ କରନ୍ତି ପ୍ରାର୍ଥନା କେବେ ପାପ
କେବେ ତୋଳନ୍ତି ଫୁଲ କେବେ କଣ୍ଟା ।”

ହାତଟା ସତରେ ଭାରି କଅଁଳ ବିଲକୁଲ୍ ଫୁଲପରି ହେଲେ ସେଇ ହାତଟା ପୁଣି କେତେବେଳେ ସଂସାରର ମଙ୍ଗଳ ପାଇଁ ଈଶ୍ବରଙ୍କ ନିକଟେ କର ଯୋଡ଼ି ପୁଣ୍ୟ ଅରଜେ ତ କେତେବେଳେ ଖରାପ ଓ ନିନ୍ଦନୀୟ କର୍ମ କରି ଘୃଣ୍ୟର ପାତ୍ର ହେଇଯାଏ ।

ବାସ୍ତବରେ “ଭୋକ” କବିତାର ପ୍ରତ୍ୟେକ ପଦରେ ଏକ ଚମତ୍କାର ବର୍ଣ୍ଣନା ରହିଛି ଯାହାକୁ ପଢିଲା ପରେ ବାରମ୍ବାର ମନରେ ପଢ଼ିବାର ଭୋକ ଜନ୍ମ ହେଉଛି । ଆଶାକରେ ପୁସ୍ତକଟି ପ୍ରଚୁର ପାଠକୀୟ ଆଦୃତି ଲାଭ କରିବା କବିଙ୍କୁ ଏକ ନୂତନ ପରିଚୟ ଦେଉ ।
ଧନ୍ୟବାଦ 🙏

Loading

7 thoughts on “ଭୋକ- ପୁସ୍ତକ ସମୀକ୍ଷା (ସୁଶ୍ରୀ ଦମୟନ୍ତି କିଷାନ)

  1. What An excellent website website. I love to review blogs that instruct and thrill men and women. Your website is a beautiful item of crafting. There are just a few authors that fully grasp about writing in addition to you will be the a person amongst them. I also compose web site web sites on several certain niches and likewise try to return for being a beautiful writer such as you. Right Here’s my blog site about Health-related Expert On-simply call. You could Examine it and focus on it to lead me much more. I like when you visit my web site, check out in addition to give statements! Thanks.

Leave a Reply

Your email address will not be published. Required fields are marked *