🌹🌹କାଳିଆ ଠାକୁର 🌹🌹
ଡ଼ ଲଷ୍ମୀକାନ୍ତ ଦାଶ
***************************
କିଏ ସେ ଗଢ଼ିଲା କେଉଁ ଦରବରେ
କେହି ନ ପାରିଲେ ଜାଣି
ତୁହିପରା ସେହି କାଳିଆ ଠାକୁର
ମନ ନେଉଥାଉ କିଣି (1)
କିଏ ବୋଳିଦେଲା କାଳିଆ ରଙ୍ଗରେ
କାହିଁକି ସମ୍ମତି ଦେଲୁ
କାଳିଆ ରଙ୍ଗକି ତୋର ଅତିପ୍ରିୟ
ଇଚ୍ଛା ତୋର ପୂର୍ଣ୍ଣକଲୁ (2)
କି ସୁନ୍ଦର ଦିଶୁ ରତନ ବେଦିରେ
ଭାଇ ଭଉଣୀଙ୍କ ସାଥେ
ଚକାନୟନରେ ଜଗତ ଦେଖୁଛୁ
ବିରାଜୁଛୁ ମନୋରଥେ(3)
ଲୀଳାମୟ ହୋଇ କି ଲୀଳା କରୁଛୁ
ସମସ୍ତଙ୍କୁ ଅଗୋଚର
ତୁ ଇଚ୍ଛା ନ କଲେ ବୁଝିବ କେ ଜନ
ଦୟାମୟ ଲୀଳା ତୋର (4)
ଅନୁପମ ପ୍ରେମ ସାରା ଜଗତର
ବର୍ଣ୍ଣିବା ସହଜ ନୁହେଁ
ମୁଁ ଛାର ମାତର ହେଉଛି ଆତୁର
ଅନେକ କଷଣ ସହେ (5)
ମୁହୁର୍ତ୍ତେ ଭାଙ୍ଗୁଛୁ ସଂସାର କାହାର
‘କା’ ସଂସାର ଯୋଡୁଅଛୁ
କାହାକୁ ଦେଇ ତୁ ଅଖଣ୍ଡ ବିଭବ
ଦୁଃଖହାରି ବୋଲାଉଛୁ (6)
ଛନ୍ଦ ବିଛନ୍ଦର ରାଗିଣୀ ସଂସାରେ
ତୁ ଯେ ପ୍ରାଣର ମୂର୍ଚ୍ଛନା
ତୋସୁର ସହିତ ମୋ ସୁର ମିଶିଲେ
ପାଇବି ଦିବ୍ୟ ଚେତନା (6)
ଡ଼ ଲଷ୍ମୀକାନ୍ତ ଦାଶ
845 total views, 1 views today
Thanks for finally writing about > *କାଳିଆ ଠାକୁର – ଡ଼ ଲଷ୍ମୀକାନ୍ତ ଦାଶ* < Loved it!
Hello, i believe that i saw you visited my web site so i came to return the favor?.I am
trying to to find things to improve my web site!I guess its good enough
to make use of some of your ideas!!
It’s the best time to make some plans for the long run and it’s time to be happy.
I’ve learn this publish and if I may I wish to
suggest you few attention-grabbing things or advice. Maybe you can write next articles referring to this article.
I desire to read even more things about it!
Great post.
I don’t know if it’s just me or if perhaps everybody else experiencing problems with
your site. It appears as though some of the text in your posts
are running off the screen. Can someone else please comment and
let me know if this is happening to them as well?
This could be a problem with my browser because I’ve had this happen before.
Thanks