ବିନାଶ କାଳେ
========
ବିନାଶ କାଳେରେ ଷଢରିପୁ ଜାଗେ
ମନରେ ବାନ୍ଧିଣ ବସା
ଆୟତ୍ତ ବାହାରେ କର୍ମ ହୁଏ ପୂରା
ଭୋଗିବାକୁ ନାନା ଦଶା ।।
କାମନା ଅନଳେ ଭସ୍ମୀଭୂତ ହେଲେ
ପୁଣ୍ୟ ପରି ଲାଗେ ସବୁ
କିଛି ନ ରହିବ ଅନୁତାପ ବେଳେ
ନର୍କେ ଘାଣ୍ଟି ହେଉ ଥିବୁ ।।
କ୍ରୋଧ ଅଟେ ନିଜେ ନିଜର ବଇରୀ
ପରକୁ ତ ଲୋଡା ନାହିଁ
ବିନାଶ କାଳରେ ମନ୍ଦ ବୁଦ୍ଧି ଯୋଗୁଁ
ଅନୁତାପେ ଲାଭ ନାହିଁ ।।
ଅତି ଲୋଭ ବଳେ କରଇ ଯେ ପାପ
ପାପରୁ ନାହିଁରେ ମୁକ୍ତି
ନିଜକୁ ଆୟତ୍ତ କରି ନ ପାରିଲେ
ଧରିନେବ ଜନ୍ତୁପତି ।।
ଇପ୍ସିତ ବସ୍ତୁରେ ମୋହର ବାସନା
ଆସୁରିକ ଗୁଣ ବଢେ
ଅନ୍ୟାୟ ଅନୀତି କରମରେ ମାତି
ପହଞ୍ଚେ ବିନାଶ ମୂଢେ ।।
ନିଶାସକ୍ତ ନର ହଜାଏ ଅସ୍ତିତ୍ବ
ବିପଦକୁ ଆଣେ ଟାଣି
ସ୍ୱଛଳତା କେବେ ଆସେ ନାହିଁ ଜାଣ
ଜୀବନ ଯାକଟା ଋଣି ।।
ଗର୍ବ ଅହଂକାର ବିନାଶର ମୂଳ
ଲଙ୍କାପୁର ହେଲା ଧଂସ
ଧରାସାୟୀ ହୁଏ ଅହଂ ଭାବୀ ଜନ
ଜୀବନ ହୁଅଇ ଶେଷ ।।
======#======
କବିଶ୍ରୀ ନିକୁଞ୍ଜ କୁମାର ଘୋଷ ।
ସା-ମାଧବପୁର ପୋ-ଲକ୍ଷ୍ମଣନାଥ ଥାନା-ଜଳେଶ୍ୱର ଜିଲ୍ଲା-ବାଲେଶ୍ବର ଓଡିଶା ।ପିନ୍-756032 .ମୋ-8144851045 .