ବିକୃତ
ଜୁମର ନାଥ ପାତ୍ର
ବିକୃତ ମାନସିକତା ସମ୍ପନ୍ନ ବ୍ଯକ୍ତି ବିଷୟରେ
କାହାଣୀ ଟେ ଶୁଣ ପିଲେ …
ଚାହାଁ ଚାହିଁ ହେଲେ
ପିଲେ ପରସ୍ପର କୁ
ଏଇ ଚାହାଁ ଚାହିଁ ରେ ହୁଏ ତ
ଅନେକ ଭାଷା ଥିଲା ସେମାନଙ୍କ ର
ଏ ବିକୃତ କ’ଣ …!
ମାନସିକତା ..ଟିକେ ବୁଝି ହୁଏ
ଟିକେ ଅବୁଝା ..
ସମ୍ପନ୍ନ ମାନେ …!
ବ୍ଯକ୍ତି କିଏ …
କାହାଣୀ ଟା କେମିତିଆ …
ସାରେ ଗପି ଚାଲିଥିଲେ
ପିଲେ ଶୁଣି ଚାଲିଥିଲେ
ତାଙ୍କ ଢଂଗ ରେ
ଅଧା ଗପରେ ..’.ପିଲେ ବୁଝିଲ …!’
ଆଁ …ହଁଅ ସାର
ପୁଣି ସେଇ ଚାହାଁ ଚାହିଁ …
କେତେବେଳେ ଯେ ଗପ ସରିଗଲା
ପୁରୁଣା ଅଭ୍ଯାସ ଢଂଗରେ
ପିଲେ ମାରିଲେ ତାଳି
ସାରେ କୃତ୍ଯ କୃତ୍ଯ … ।ସବୁ ଅବୁଝା ରହିଗଲା ।
ସେଇ ପିଲେ ଆଜି ବୟସ୍କ
ଆଉ ଜଣେ ଜଣେ ମାନସିକ ବିକୃତ …..।