.
*🌿🌹”ବିଦ୍ୟା ସଫଳତାର ଚାବିକାଠି“🌹🌿*
ଲୁବୁନ୍ ଟୁବୁନ୍ ଦୁଇ ଭାଇ ଥିଲେ
ତଳ ଉପର
ଗୋଟିଏ ଜନନୀ ଜଠରୁ ଜନମ
ଦୁଇ କୁମର ।
ପିତା ମାତାଙ୍କର ଜୀବନ ଧନ ସେ
ସରଗ ଶଶୀ
ପାଉଥିଲେ ଭଲ ସେନେହ ଆଦରି
ପ୍ରାଣ ପରଷି ।
କେଉଁ ଦରବରେ ନଥିଲା ଅଭାବ
ଦୁଃଖ କଷଣ
ଗେଲ ବସରିଆ ଦୁଇ ଭାଇ ସେହି
କୁଳ ପରାଣ ।
ଜଣେ ପଢ଼ି ପାଠ ହୋଇଲା ହାକିମ
ରଖିଲା ଯଶ
ସାରା ଜୀବନର ମିଳିଗଲା ଖୁସି
ପୁଳାଏ ହସ ।
ଆଉ ଜଣେ ପାଠ ନପଢ଼ି ହୋଇଲା
ସେ ଡ଼କାୟତ
ଦେଶ ବାସୀଙ୍କ ଠୁଁ ଖାଇଲା କହୁଣୀ
ଚାପୁଡ଼ା ଲାତ ।
ତେଣୁ ପିଲାମାନେ ମନେରଖ ଏବେ
ମୋର କଥାକୁ
ପାଠ ଜୀବନର ଖୁସି ଚାବିକାଠି
ପଢ଼ିବା ତାକୁ ।
ନିଜ ହାତେ ଥାଏ ନିଜ ଭବିଷ୍ୟତ
ଗଢିବା ଆମେ
ଜନଜାତି ଲାଗି କରିଯିବା ହିତ
କରମ କାମେ ।
ଧର୍ମପଦ ବାଜିରାଉତ ଶ୍ରବଣ
ପରି ହୋଇବା
ଇତିହାସ ଜଗତରେ ନିଜ ନାମ
ପରା ରଚିବା ।
ତେବେ ଯାଇ ପିତା ମାତାଙ୍କର ୠଣ
ପାରିବା ସୁଝି
ଚାହୁଁଥିବା ତାଙ୍କ ସୁନ୍ଦର ମନକୁ
ପାରିବା ବୁଝି ।
. *(ସମାପ୍ତ)*
_____________●◆●_____________
✍ *ଶ୍ରୀମାନ ଅମରନାଥ ବାରିକ୍*
💌 *କୟାଁ, ମଙ୍ଗଳପୁର, ଯାଜପୁର*
*ଓଡ଼ିଶା – ୭୫୫୦୧୧*
📞 *୯୫୪୦୩୦୮୦୯୫ (ନୂଆଦିଲ୍ଲୀ)*
288 total views, 1 views today
buy zithromax pfizer zithromax buying