ବିଚାର ପୁରୁଷ
ଦଗ୍ଧିଭୂତ ଗରଳର ବିଭତ୍ସ ସାମ୍ରାଜ୍ୟ ନିଶ୍ଚିତ ନିଶ୍ଚିର୍ଣ୍ଣ ସେ ଅଙ୍ଗ,
କ୍ଷତାକ୍ତ ପାଶବିକ କାମନା ପୁରୁଷ ଅସହ୍ୟ ଯୌବନର କୁତ୍ସିତ ବେରଙ୍ଗ।
ସୂକ୍ଷ୍ମାତିସୂକ୍ଷ୍ମ ବିଶ୍ଳେଷଣ ପରେ କଠୋରତା ପଶୁତ୍ତ୍ୱର ମାତ୍ରା,
ଜୀବନର ଶୋଭାଯାତ୍ରା କ୍ଷଣେ ପରମାଣୁ କ୍ଷେପି ଉତ୍ତାରିଲ ଶବାଯାତ୍ରା ।
ହାୟ! ସ୍ଵାଭାବିକ ସୁନ୍ଦରତା ଭ୍ରମମୟ ବିଞ୍ଚି କାଳର ଦୁର୍ବିସହ ସ୍ବପ୍ନ,
ଶ୍ୱାସ ଚଳରୁଦ୍ଧ ସମାକାର ପରପ୍ରବୃତ୍ତିରୁ ନିର୍ଦ୍ଦୋଷରେ ଦଣ୍ଡ ଆଜୀବନ।
ଏ ସମାଜ ସଭ୍ୟ କିନ୍ତୁ ଅସଭ୍ୟରୁ ବଳି ସମବେଦନା ଔପଚାରିକ ନାଟ,
ଅଲଙ୍ଘ୍ୟ ଅସ୍ପର୍ଷ ବାହୁ ସନ୍ଧାନରେ ଅର୍ଦ୍ଧଦଗ୍ଧ ପ୍ରାଣ ଛଟପଟ।
ଆମେ କଠୋର ନୋହୁଁ, ହେ ବିଚାରପୁରୁଷ ! କୋମଳତା ଅକାରଣ,
ଆମେ ନିର୍ଦ୍ଦୟ ନୋହୁଁ ,ହେ ବିଚାରପୂରୁଷ ! ଜୀବେଦୟା ତ ଓଷ୍ଠ ଭୂଷଣ।
ଆମେ ଅଣଦେଖା ଚାହୁଁନା ,ହେ ବିଚାରପୁଋଷ! ନ୍ୟାୟ ବିସର୍ଜନ କରିଛୁ ସମାଜ ଗଙ୍ଗାରେ ।
ଆମେ କଟାକ୍ଷ ଲାଞ୍ଛନାରେ ଅଜ୍ଞ ,ହେ ବିଚାରପୁରୁଷ ! ଆଶ୍ୱାସନା କେବଳ ଆନୁଷ୍ଠାନିକ ଧର୍ମ।
ସ୍ୱର୍ଗରେ ତୁମର ଉର୍ଦ୍ଧ୍ବସ୍ଥିତି , ଛଳନା ପ୍ରକୃତି କାମନାର ଫାସରୁ ତୁମେ ମୁକ୍ତ!!!
ସମଦୃଷ୍ଟି ଅନ୍ତ୍ର ସୁଚିଶୀଳତା ସ୍ପର୍ଶେ ଅଭାଗିନୀ ଆଜି ଅଶ୍ରିତା,
ତୁମେ ତ ପରମ ପୁରୁଷ !!!
ସୃଷ୍ଟିକର ଜାଗ୍ରତର ସ୍ରୋତ କୃତାର୍ଥ ହୋଇବେ ଲକ୍ଷେ ପତିତା।
ଧନ୍ୟବାଦ୍ ❤️
ଶିବାନନ୍ଦ ବାରିକ
269 total views, 1 views today