ବିବାହ
ବିବାହ ଏକଇ ପବିତ୍ର ବନ୍ଧନ
ଦୁଇ ନାରୀ ପୁରୁଷକୁ,
ସାମାଜିକ ସ୍ବୀକୃତିରେ ବାନ୍ଧିଦିଏ
ତାଙ୍କର ଦେହ ହୃଦକୁ,
ନିର୍ଭୟେ ସଂସାର ଗଢ଼ି,
ସନ୍ତାନର ସୁଖ ଅନୁଭବିଥା’ନ୍ତି
ଯାଇଣ ଆଗକୁ ବଢ଼ି ।
ବିବାହ ଫଳରେ ଝିଅଟିର ରୂପ
ବଦଳେ ଶଙ୍ଖା, ସିନ୍ଦୂରେ,
ସ୍ବାମୀ ପରିବାର କରିଣ ନିଜର
ସଭିଙ୍କୁ ଆଦର କରେ,
ସୁନାବୋହୂ ସେ ହୋଇଣ,
ସମାଜ ଚଳଣି, ରୀତିନୀତି ସଙ୍ଗେ
ସମ୍ମାନେ କାଟେ ଜୀବନ ।
ସମାଜ ଶୃଙ୍ଖଳା, ପରମ୍ପରା ଏତ
ରହିଛି କେଉଁ କାଳରୁ,
ରହିଥିବ ଏହା ଯୁଗଯୁଗ ପାଇଁ
ସାଜି ଏକ ମହାମେରୁ,
ଭାଙ୍ଗି ପାରିବେନି କେହି,
ସମ୍ପର୍କ ସେତୁର ଦୃଢ଼ତା କେବଳ
ବିବାହ ବନ୍ଧନେ ଥାଇ ।
ବିନୋଦିନୀ ଦାଶ
ଯାଜପୁର
278 total views, 1 views today
You might be so awesome! I don’t feel I’ve genuinely read through only one detail like that prior to. So superior to find out another person by using a several exceptional feelings on this difficulty. Definitely.. thanks for starting this up. This web site is one thing that is required on the web, another person with a few originality!