ଭୁଲିନି ସେ ଅଭୁଲା ମୁହୂର୍ତ୍ତ
~~~~~~~~~~~~
ଭୁଲିନି ସେଇ ମୋ ପିଲାଦିନ
ଗାଆଁ ଦାଣ୍ଡ ଧୂଳି ବାଲି ଖେଳ
ସେଦିନ ସେ ଶୁଭ୍ର ରାଜନୀରେ
ଗାଆଁ ମୁଣ୍ଡ ବରଗଛ ମୂଳେ
ତୋଳିଛୁ କେତେ ବାଲିଘର
ଭାଙ୍ଗିଛୁ ବି କେତେ ଥର
ସାଙ୍ଗ ସାଥୀମାନଙ୍କ ମେଳେ
ଝଗଡା ବି କରିଛୁ କେତେ
କାନ୍ଦିଛୁ,ହସିଛୁ ବି କେତେ
ଗାଆଁ ଶେଷ ପୋଖରୀରେ
ପହଁରିଛୁ ,କୁଦିଛୁ ,ନାଚିଛୁ
ଭ୍ରୁକ୍ଷେପ ନ ଥାଏ ମା’ର ଆକଟକୁ
କି ଶାନ୍ତି ଆନନ୍ଦ ଥିଲା ସତେ
ସ୍କୂଲ ପଡିଆ ଖେଳଛୁଟି ବେଳ
ବିଛୁ,ବୋହୁଚରି,ରୁମାଲଚୋରି
ମିଳାମିଶା ଖୁସିର ଲହରୀ
ନ ଥିଲା ଚିନ୍ତା କିଛି ପିଲାଦିନେ
ଝଡ଼ କଣ ଆଉ ଝଞ୍ଜା କଣ
ଲୋଭ ,ମୋହ ,ଛନ୍ଦକପଟ,
ଇର୍ଷା ,ଦ୍ଵେଷ ଥିଲେ କାହିଁ ଦୁରେ
ମୁଁ ଏବେ ଚାହୁଁଛି ସେଇ ସମୟ
ଫେରିବ କି ସେଇ ପିଲାଦିନର
ବାଲିଘର,ସାଙ୍ଗ ସାଥି ମେଳ। ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।