ତୁମ ପାଇଁ ବାପା..
ତୁମେ ଅଛ ତ’ ସ୍ବପ୍ନ ଅଛି
ତୁମେ ଅଛ ତ’ ଖୁସି ଅଛି
ତୁମେ ଥିଲେ ତ’ ଉନ୍ମୁକ୍ତ ହୁଏ
ମୋ ରୁଦ୍ଧ ଅବଶୋଷ
ବାପା ! ତୁମେ ହିଁ ତ ଭରୁଥାଅ
ମୋର ବିଲୁପ୍ତ ବିଶ୍ବାସ।
ତୁମେ ହିଁ ତ ରୋପିଦେଇଛ
ମୋ ମନରେ ଜିଗୀଷାର ମହାମନ୍ତ୍ର
ଅନ୍ଧାର ଭିତରେ
ତୁମେ ହିଁ ଠିଆ ହୋଇଥାଅ
ବତୀଖୁଣ୍ଟ ଭଳି ନିର୍ବିକାର ହୋଇ,
ଆଲୋକିତ କରୁଥାଅ
ମୋର ଚଲାପଥ ….!!!
ଉଦାସୀନତାର ଅନ୍ଧକାରରେ
ବୁଡିଗଲା ବେଳେ
ସକଳ ଖୁସିର ସୂର୍ଯ୍ୟ ହୋଇ
ଆଶ୍ୱାସନାର କିରଣ ଯାଚିଦିଏ ଜଣେ
ସିଏ ଆଉ କେହି ନୁହେଁ…
ତମେ ହିଁ ତ ବାପା !
ଦୁଃଖରେ ଭାଙ୍ଗି ପଡୁଥିଲା ବେଳେ
ତୁମେ ହିଁ ତ ଦେଖେଇ ଦିଅ
କେମିତି ବାଟ ଭାଙ୍ଗି
ପଛ କରି ଦିଆଯାଇପାରେ
ସବୁ ଉଦବିଗ୍ନତାକୁ,
ଆଖିପିଛୁଳାକେ ଶିଖାଇଦିଅ
କିପରି ହସ ଫୁଟାଯାଇପାରେ
ଚରମ ଦୁର୍ଦ୍ଦିନରେ….!
ବାପା !
ସ୍ବର୍ଗ ମୁଁ ଛୁଇଁପାରେ
ଅସାଧ୍ୟ ମୁଁ ସାଧିପାରେ
ଈଛା ସବୁକୁ ପୂରା କରିବାର
ଆସ୍ପର୍ଦ୍ଧା ବି ରଖିପାରେ
ତୁମେ ହିଁ ତ ସାରଥୀ
ମୋ ସଂକଳ୍ପିତ ବିଜୟ ରଥରେ
ତୁମେ ହିଁ ତ ମୋ ପାଇଁ
ଜୀବନ୍ତ ଈଶ୍ବର
ଏଇ ପୂଣ୍ୟ ପୃଥିବୀରେ ….!!!
# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ, କଟକ#
277 total views, 1 views today
extremely nice as well as you did it effectively!