ଭିନ୍ନ ଏକ ସାଥୀ
***************
ଉଷା ଆଗମନ
ପ୍ରଥମ ସଂଦେଶ
କହି ସବୁରି କାନରେ,
ଅଳସକୁ ଛାଡି
କର୍ମେ ଚଳିବାକୁ
ଚଞ୍ଚଳତା ଦିଏ ମନରେ ।
ଶୁଣିଥିଲି ଦିନେ
ଜେଜେମା ପାଖରୁ
ଚିଠି ଦିଆନିଆ କରୁ,
ସେ କାଳେ ନଥିଲା
ଡାକର ବ୍ୟବସ୍ଥା
ଡାକବାଲା କାର୍ଯ୍ୟ କରୁ ।
ନୁଆଁଣିଆ ଚାଳ
ଘର ମଥାଣରେ
କା କା ଡାକଦେଲେ ,
ବିଦେଶରୁ ଆସେ
ଶୁଭ ସମାଚାର
କୁହନ୍ତି ସଭିଏଁ ହେଳେ ।
ପରିବେଶ ପାଇଁ
ଭାରି ଉପକାରୀ
ଚତୁର ତୁ କାକ ଜାତି,
ମାନବ ପାଇଁ ତୁ
ଶ୍ରେଷ୍ଠ ବରଦାନ
ଭିନ୍ନ ତୁହି ଏକ ସାଥୀ ।
ମମତା ବାରିକ୍
ଭଦ୍ରକ