ଭିନ୍ନ ପରିଭାଷା
ତୁମେ କହିଲ ହୃତପିଣ୍ଡ ତାକୁ
ମୁଁ କହିଲି ନାଇଁ ନାଇଁ, ହୃଦୟ
ତୁମେ କହିଲ ଧକ୍ ଧକ କରେ
ମୁଁ କହିଲି ଶବ୍ଦ ତାର ପ୍ରୀତିମୟ ।
ତୁମେ କହିଲ ସେ ଅଙ୍ଗଟିଏ
ମୁଁ କହିଲି ନାଇଁ ନାଇଁ , ଜୀବନ
ତୁମେ କହିଲ ରକ୍ତ ବାଣ୍ଟେ ସେ
ମୁଁ କହିଲି ନାଇଁ ନାଇଁ, ସପନ।
ତୁମେ କହିଲ ଛୋଟ ଅଙ୍ଗ ତାକୁ
ମୁଁ କହିଲି ନାଇଁ ନାଇଁ , ବିଶାଳ
ତୁମେ କହିଲ ବାର ସେମି ସିଏ
ମୁଁ କହିଲି ସେ ହିଁ ଦିଗବଳୟ।।
ଜୀବନ ପ୍ରଦୀପ ପ୍ରଧାନ, ନୟାଗଡ