💝💝💝💝💝💝💝💝💝
*ଭାବନାର ଶେଷ କାହିଁ*
************************
ବିଶାଳ ପୃଥିବୀ ବିଶାଳ ସାଗର
ବିଶାଳ ଏ ମନ ପ୍ରାଣ
କବି ଭାବନାରେ ବିଶାଳତା ସବୁ
ନିରବରେ ସମ୍ଭାଷଣ ll
ବିଶାଳ ଆକାଶ ବିଶାଳ ଏ ନିଆଁ
ବିଶାଳ ପୁଣି କିରଣ
ଭାବନା ଖିଅରେ ବାନ୍ଧି ହେଇଯାଏ
ଗୋଟି ଗୋଟି ପ୍ରକରଣ ll
ଅଦିନିଆ ଝଡ଼ ଅଦିନରେ ଆସି
କ୍ଷଣିକରେ ଚାଲିଯାଏ
ଯାହା ରହିଯାଏ କଲମ ମୁନରେ
ଦୁଃଖ ହୋଇ ଝରୁଥାଏ ll
ବିପ୍ଳବର ଧାରା ସ୍ୱାଧୀନତା ପାଇଁ
ପ୍ରତିବାଦ ମନ୍ତ୍ର ଟିଏ
ଭାବନାରେ ଖଞ୍ଜି ଭାବକୁ ପ୍ରକଟି
ମହାନତା ବୁଣିଥାଏ ll
ମନ କଥା ଟିକେ ଭିଆଣି ପକିଲେ
କାଗଜର ବକ୍ଷ ଖୋଜେ
ଭାବ ଅମୃତରେ କଲମର ଗାର
ଆରମ୍ଭ ସ୍ରୋତରେ ଭିଜେ ll
*ନବ କୁମାର ଦାସ*
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
💝💝💝💝💝💝💝💝💝
211 total views, 3 views today
I like it very much, I can finally get long hair fluttering, it is worth buying, it feels like real hair
Thanks for your appreciation. I saw the film with restricted access for the press on Vimeo. Harley Maurits Doolittle