ଭକ୍ତି
ଭକ୍ତି ରହି ଅଛି
ବହୁତ ହୃଦୟେ
ମନ୍ଦିର ମୂରତି ଠାରେ,
ରାସ୍ତାରେ ଯାଇଣ
ଯୋଡ଼ି ଦେଉ ହାତ
ବସିଣ ବସ୍ ଭିତରେ।
ମନ୍ଦିରକୁ ଯାଇ
ପୂଜା ଥାଳ ଧରି
ପୂଜାରୀ ପାଦ କୁ ଛୁଇଁ,
ଜଡ ମୂର୍ତି ଆଗେ
କେତେ ଯେ ପ୍ରାର୍ଥନା
ନିଜର ମୁଣ୍ଡ କୁ ନଇଁ।
ସେହି ଭକ୍ତି ନାହିଁ
ପିତା ମାତା ଠାରେ
ଜୀବନ୍ତ ଠାକୁର ଯିଏ,
ଦୂରେଇ ଦେଇଛୁ
ତାଙ୍କୁ ପରା ଆମେ
ବୃଦ୍ଧ ଆଶ୍ରମରେ ରହେ।
ଯା ପାଇଁ ସମ୍ଭବ
ଆମ ଉପସ୍ଥିତି
ତାଙ୍କୁ ଯେ ଭୁଲି ଯାଇଛୁ,
ଜଡ ମୂର୍ତ୍ତୀ ପାଶେ
ନିଜ ସୁଖ ପାଇଁ
ଚଟାଣେ ମୁଣ୍ଡ ପିଟୁଛୁ।
ପ୍ରସନ୍ନ କୁମାର ସାହୁ
ବ୍ରହ୍ମପୁର,ଗଞ୍ଜାମ।