✨ *ଭାଗ୍ୟ* ✨( ଆକୃତି ଶୈଳୀ )
=============
ମୁଁ,
ଏକ,
ଦୀପର,
ସଳିତା ଟେ,
ଜଳିବା ପରା,
ମୋ ଭାଗ୍ୟରେଲେଖା,
ଦୋଷ କାହିଁକି ଦେବି ,
ଯିଏ ମୋତେ ଜଳାଇଲା,
ସେ ତ ନିଜର କର୍ମ କଲା,
ତା’ ଉପରେ ରାଗି ଲାଭ କ’ଣ ?
ମୁଁ,
ଏକ,
ଜଳର,
ମୀନଟିଏ,
କେଉଟ ଯଦି,
ଜାଲ ପକାଇଲା,
ତା’ର ବା ଦୋଷ କ’ଣ,
ସେ ତ ନିଜ କର୍ମ କଲା,
ମୁଁ ନିଜେ ଜାଲରେ ଫସିଲି,
ନିୟତିରେ ଯାହା ଥିଲା ହେଲା |
ମୁଁ,
ଏକ,
ଗଛର,
ଫୁଲଟିଏ,
ଯିଏ ତୋଳିଲା,
ତା’ର ଦୋଷ କ’ଣ,
ସେ ନିଜ କର୍ମ କଲା,
ମନ୍ଦିର ଅବା ମଶାଣି,
ମୋ ଭାଗ୍ୟ ଅନୁସାରେ ଯିବି,
ଅଭିମାନ ବା କାହିଁ କରିବି ?
**************************
ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ