March 21, 2023
11 11 11 AM
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
ଦୁହିତା – ସୀମାଞ୍ଚଳ ପଣ୍ଡା
ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ
ବିଶ୍ବ ମହିଳା ଦିବସ – ଭାସ୍କର ରାଉତ
ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ
କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ
ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ
ନର ରାକ୍ଷାସ-ମମତା ବାରିକ୍
ମରୀଚିକା – ମଧୁସ୍ମିତା ରାଉତ
Latest Post
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ ଦୁହିତା – ସୀମାଞ୍ଚଳ ପଣ୍ଡା ହେ ଈଶ୍ବର – ଡଃ ପ୍ରିୟମ୍ବଦା ସାମଲ ବିଶ୍ବ ମହିଳା ଦିବସ – ଭାସ୍କର ରାଉତ ଆସ ପାଳିବା ମହିଳା ଦିବସ – ଡଃ ପ୍ରିୟମ୍ବଦା ସାମଲ କିଏ ଶୁଣିବ-ଜୀବନ ପ୍ରଦୀପ ପ୍ରଧାନ ଅତ୍ୟାଚାରୀ ମଣିଷ-ପଦ୍ମାବତୀ ସ୍ୱାଇଁ ନର ରାକ୍ଷାସ-ମମତା ବାରିକ୍ ମରୀଚିକା – ମଧୁସ୍ମିତା ରାଉତ

ଗଳ୍ପ – ଭାଗ୍ୟ ହାତେ ଡୋରି—@ଶ୍ରୀ.ଡମ୍ବରୁଧର ବେହେରା

ଭାଗ୍ୟ ହାତେ ଡୋରି

ଜୀବନ ନାଟକର ରଙ୍ଗ ମଞ୍ଚରେ କେବେ କାହାକୁ କେତେବେଳେ କେଉଁ ରୂପରେ ଅଭିନୟ କରିବାକୁ ହୁଏ କହିବା ଅସମ୍ଭବ।କେତେବେଳେ ଆମେ କାହାର ପୁଅ ରୂପେ ଜନ୍ମ ହୋଇ ପୁଅର ଅଭିନୟ କରୁ ତ କେତେବେଳେ ଆମର ପୁଅଟିଏ ହୋଇ ସାରିବା ପରେ ଆମେ କାହା ଠାରେ ବାପାର ଅଭିନୟ କରୁ।ସମୟର ଗତି ଚଳ ଚଞ୍ଚଳ ପରିବର୍ତ୍ତନଶୀଳ ।ଅବିରାମ ଗତିରେ ଆଗକୁ ଆଗକୁ ବଢ଼ି ଚାଲେ।କେହି କେବେ ଜାଣି ପାରୁ ନାହୁଁ କି କେବେ ଜାଣିବାକୁ ଚେଷ୍ଟା କରୁ ନାହୁଁ।ଆଜିର ଏହି ଅତ୍ୟାଧୁନିକ କର୍ମ ତତ୍ପର ଯୁଗରେ ସମସ୍ତଙ୍କ ଠାରେ ସମୟର ଢେର ଅଭାବ ।ନା ସ୍ବାମୀଟିଏ ତା’ ସ୍ତ୍ରୀଙ୍କୁ ସମୟ ଦେଇ ପାରୁଛି, ନା ସ୍ତ୍ରୀଟିଏ ତା’ ସ୍ୱାମୀକୁ।ନା ପୁଅ ଝିଅ, ବାପା ମାଙ୍କ ପାଇଁ ସମୟ ଦେଇ ପାରୁଛେ , ନା ବାପା ମାଁ, ନିଜ ପୁଅ ଝିଅ ପାଇଁ।ସମସ୍ତେ ଆଜି ସମସ୍ତଙ୍କ ନିଜ ନିଜ କାମରେ କର୍ମ ବହୁଳ ଜୀବନରେ ବ୍ୟସ୍ତ।
କିଏ କାହାର ମନ କଥା,ମନୋଭାବ,ଅଭାବ ଅସୁବିଧା ବୁଝିବାକୁ କାହା ଦେଇ ସମ୍ଭବ ହୋଇ ପାରୁନାହିଁ। ଏହିଭଳି ଘଟି ଥିଲା ଶୀତଳ ପୁର ଗାଁର ଝିଅ ମଲ୍ଲି ଜୀବନରେ।ମନରେ ଅସୁମାରୀ ସ୍ବପ୍ନ ନେଇ ଯେଉଁ ଘରେ ଦିନେ ପାଦ ଦେଇଥିଲା,ଯାହାକୁ ନିଜର ଭାବିଥିଲା, ସେମାନେ ପର କରିଦେବେ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।ହସ ଖୁସିରେ ତା ପରିବାର ଇଶ୍ୱରଙ୍କ ଦୟାରୁ ଚାଲିଥିଲା।ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ସେ ଏତେ ଶୀଘ୍ର ହାତ ଛାଡି ପର କରିଦେବ କିଏ ଜାଣି ଥିଲା।ଏପରିକି ଆଉ ଜଣକ ହାତ ଧରି ସ୍ୱାମୀ ସୁନେଲି ସ୍ବପ୍ନ ଦେଖିବ ଆଉ ସେ ହୋଇଯିବ ସାତପର।ଏପରିକି ଘରର ଏରୁଣ୍ଡି ଡେଇଁବାକୁ ଚେଷ୍ଟା କଲେ ମିଳୁଛି ଗଲାଧକ୍କା।ବିଚ ରାସ୍ତାରେ ନିଜ ସ୍ତ୍ରୀକୁ ସ୍ୱାମୀ ଦିନେଶ ମାରଧର କରୁଛି।ହେଲେ ଏହି ଆଧୁନିକ ଉଚ୍ଚ ଶିକ୍ଷିତ ସମାଜର ଲୋକମାନେ ସାଜିଛନ୍ତି ଦେଖଣାହାରୀ।
ଦଶ ବର୍ଷ ତଳେ ମଲ୍ଲି ବାହା ହୋଇଥିଲା ପାଖ ଗାଁ କାଶିପୁର ଗ୍ରାମର ଦିନେଶ ସହ ବୈଦିକ ରୀତିରେ।ପ୍ରଥମେ କନ୍ୟା ଦେଖା,ଘର ଦେଖା,ନିର୍ବନ୍ଧ।ପରେ ଉଭୟ ପରିବାରର ସମୟ ନିର୍ଦ୍ଧାରଣ ଅନୁଯାୟୀ ବାହାଘର।ପ୍ରଥମେ ପ୍ରଥମେ କିଛିଦିନ ସବୁକିଛି ଠିକ ଠାକ୍ ଚାଲିଥିଲା।ସେମାନଙ୍କ କୋଳରେ ପୁଅଟିଏ ହୋଇଥିଲା।ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କେବେ ଝଗଡ଼ା ହେବା ତ ଦୂରର କଥା।କେବେ କାହିଁ ଯୁକ୍ତିତର୍କ କଥା କଟାକଟି ହୋଇଛି କି ନାହିଁ କହିବା ଉଚିତ ହେବ ନାହିଁ।
ପରେ ଯେତେବେଳେ ସ୍ୱାମୀ ଦିନେଶ ଆଉ ଗୋଟେ ଝିଅ ଲିଜା ପ୍ରେମରେ ପଡ଼ିଛି ଆଉ ଭଲ ପାଇ ରଖିତା କରି ରଖିଛି ,ସେବେ ଠାରୁ ମଲ୍ଲି ଜୀବନରେ ଆରମ୍ଭ ହୁଏ ବିଭିନ୍ନ କାରଣରୁ ନିର୍ଯାତନା।ବାଧ୍ୟ ହୋଇ ସାତ ବର୍ଷର  ପୁଅ ପବିତ୍ରକୁ ନେଇ ଫେରି ଆସିଛି ନିଜ ବାପ ଘର ଶୀତଳ ପୁର ଗାଆଁକୁ। ସେହିଠି ବାପ ଘରେ ରହି କାଳ କାଟିଛି।ତା ‘ ବାପା ନିଜ ଝିଅ ଓ ନାତିର ଦାୟିତ୍ଵ ନେଇ ଆସୁଥିଲା।ହେଲେ ଭାଗ୍ୟ ସହିଲାନାହିଁ।
ହଠାତ କଣ ହେଲା କେଜାଣି ସନ୍ଧ୍ୟା ସମୟରେ ଘର ପଛପଟେ ଥିବା କୂଅକୁ ଯାଇଥିବା ସମୟରେ କୂଅରେ ପଢି ତାଙ୍କର ମୃତ୍ୟୁ ଘଟିଲା।ଅନ୍ୟ ପଟେ ସ୍ୱାମୀ ଦିନେଶ ରଖିତା ସ୍ତ୍ରୀଙ୍କୁ ବିବାହ କରି ଘରକୁ ଆଣି ରଖିବା ଖବର ଶୁଣି ମଲ୍ଲି ମୁଣ୍ଡ ଉପରେ ଆକାଶ ଛିଡି ପଡିଲା।କାହାକୁ କିଛି ନ କହି ନିଜ ପୁଅକୁ ନେଇ ବାପ ଘରୁ ଶଶୁର ଗାଁ କାଶିପୁର ସ୍ୱାମୀ ଘରକୁ ଫେରି ଆସିଲା।ଘର ଭିତରକୁ ପଶିବାକୁ ଚେଷ୍ଟା କଲା।ସ୍ୱାମୀ ଘର ଭିତରେ ପଶିବାକୁ ଅନୁମତି ଦେଲା ନାହିଁ। ମାରପିଟ କଲା।ଗାଳି ଦେଲା।ଏପରିକି ପଥରରେ ମୁଣ୍ଡ ଫଟାଇ ଲାତ ଗୋଇଠା ମାରିଲା।ତଥାପି ମଲ୍ଲି ସବୁ ଦୁଃଖକୁ ସହି ସେହିଠି ରହିଲା।ବାରଣ୍ଡାରେ ରୋଷେଇ କରି ଖାଇଲା।ପୁଅକୁ ଧରି ରାତ୍ରୀଯାପନ କଲା। କାଳ କାଟି କିଛି ଦିନ କିଛି ମାସ ଦିନ କଟାଇଲା।ଶେଷରେ ନିଜ ଗାଁ ପାଖରେ ଥିବା ଥାନାରେ ସ୍ବାମୀ ନାଁରେ ଏତଲା ଦେଲା।ପୋଲିସ ଆସି ସ୍ୱାମୀ ଅଭିଯୁକ୍ତ ସ୍ୱାମୀକୁ ହାତରେ ହାତକଢ଼ି ବାନ୍ଧି ଜେଲ ପଠାଇଲା।
ଏତିକିରେ ତାର ଦୁଃଖ ସରିଗଲା ନାହିଁ।ଏବେ ସେ କରିବ କଣ ? ଭାବି ଭାବି ନିରାଶ୍ରୟ,ନିରୁପାୟ ହୋଇ ଗାଁରେ ଭିକ ମାଗି ଚଳୁଛି ତା ‘ ପୁଅ ସାଙ୍ଗରେ।ଅତୀତକୁ ମନେପକାଇ ଆଖିରୁ ଲୁହ ଝରାଇ ଚୁପ ଚାପ ରହୁଛି।ହାତଧରି ଚାଲି ଶିଖାଇବା ବାପା ଆଜି ତା ‘ ଠାରୁ ବହୁ ଦୂରରେ ଆରପାରିରେ।ଯିଏ ଜୀବନର ନୂଆ ରାସ୍ତାରେ ହାତ ଧରିଥିଲା ସେ ବି ସାତ ସପନ।ଭାବି ପାରୁନାହିଁ ସେ କଣ କରିବ ? ହାତ ଧରି ଜୀବନ ବିତାଇବ ନା ? ହାତ ଛାଡି ସେହି ସମୟର ଚକା ଭଉଁରୀ ଭିତରେ ଜୀବନ ବିତାଇ ଅତିବାହିତ କରି ତା ଜୀବନ ବିତାଇବ।ଆରମ୍ଭର ରାସ୍ତାକୁ ପାଥେୟ କରି ଜୀଇଁବ, ନା ଶେଷର ରାସ୍ତାରେ ସମୟ କାଟିବ ସନ୍ତକାଲି ସମୟ କହିବ।କିଏ କାହା ପାଇଁ ସମୟ ଦେଉଛି କି ସମୟ ନାହିଁ କହୁଛି।ବାପା, ସମୟ ଦେଉଛି ପୁଅକୁ ,ନା ପୁଅ, ସମୟ ଦେଉଛି ବାପାଙ୍କୁ।ନା ସ୍ତ୍ରୀ ସମୟ ଦେଉଛି ସ୍ୱାମୀକୁ ନା ସ୍ବାମୀ ଦେଉଛି ସ୍ତ୍ରୀକୁ ।ଇତ୍ୟାଦି ଇତ୍ୟାଦି…..।
@ଶ୍ରୀ.ଡମ୍ବରୁଧର ବେହେରା
ନବୋଦୟ ବିଦ୍ୟାଳୟ ଶିକ୍ଷକ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ସମ୍ପର୍କ – ୯୪୩୭୭୮୮୪୬୪

 333 total views,  1 views today

Leave a Reply

Your email address will not be published. Required fields are marked *