ଭାବନାର ସେତୁ
ଭାବନାର ସେତୁ ସଙ୍ଗେ ସମ୍ପର୍କର ଦେଖା,
ବିନା କାଳିର କଲମରେ ଅଦୃଶ୍ୟ ଲେଖା,
ଅସଜଡ଼ା ନିସଙ୍ଗ ଜୀବନ…
ଅକୁହା ଖାପଛଡା ସେମିତି ବ୍ୟତିକ୍ରମ.
ଦିଗବଳୟ ର ଅନ୍ତ ଖୋଜା ଚାଲିଛି..
ଯାହା ମୁଁ ଭାବେ, ତୁମେ ତାହା ଭାବୁଛ କି ?…
ଅସମୟ ଛିଙ୍କଟା କିଏ କାଳେ ଭାବିଲାଣି
ଛିଣ୍ଡା ଗୁଡ଼ିଟା କାହା ହାତରେ ପଡ଼ିଲାଣି..
ସାଉଁଟା ଛିଣ୍ଡା ଡୋର, ଅଛିଣ୍ଡା ଭାବନା
ସଖା ମୁଖେ ସ୍ୱାଦ ଖୁଦ ଭଜା ଦାନା..
ତୁମେ ଜାଣିନ, ମୁଁ ଜାଣିପାରେ
ଗାଲ ତଳେ ହାତ କଲେଜ ବେଞ୍ଚରେ
କେତେ ନିରେଖି ଚାହିଁଥାଅ ସଖି
କଣ ଭାବ କେଜାଣି, ମୋତେ ଦେଖି ଦେଖି..
ଆଜି ଦୀର୍ଘ ଅନ୍ତରାଳେ,
କଣ ସେମିତି ଭାବୁଛ?.
ପରିପକ୍ୱ ଗୃହିଣୀ, ସତୀ ସୁହାଗିନୀ
କେତେ ସତ କେତେ ମିଛ…??.
ସବୁ ଅସଜଡ଼ା ସଜାଡି ହୁଏ ବାହା ବେଦିରେ..
ପାଖରେ ଶୁଏ, କାନରେ କୁହେ..
ତା କଥା କଣ? କେବେ ଅନ୍ୟଥା ହୁଏ…
ହଁ ବେଳେବେଳେ ହେଇଯାଏ କଂସାରୀ ଘର
ତୁଣ୍ଡ ବାଇଦ ତ…..?
ପୁଣି ହୁଏ ଦେଖ ଭାବନା ଆଉ ସମ୍ପର୍କର..
ପଛ ଦ୍ୱାର ଖୋଲା ହୁଏ ଚୁପଚାପ
ଯୋଡିବାକୁ ସେତୁ ସମ୍ପର୍କର…..
ନରୋତ୍ତମ ପରିଡା. ପୁନେ. ମହାରାଷ୍ଟ୍ର.
285 total views, 1 views today