*ହିନ୍ଦୁ ନବବର୍ଷ*
ଭାରତ ମାତା ର ଯେତେକ ସନ୍ତାନ
ମୋ ପ୍ରିୟ ଭଉଣୀ ଭାଇ,
ହିନ୍ଦୁ ନବବର୍ଷେ ଶପଥ ନେବା ହେ
ହିନ୍ଦୁତ୍ୱ ର ଦ୍ୱାହି ଦେଇ ।।
ସଂସ୍କାର ସଂସ୍କୃତି ଯେତେ ହିନ୍ଦୁ ନୀତି
ସବୁକୁ ଦେଇ ସମ୍ମାନ,
ହିନ୍ଦୁସ୍ଥାନ ନାମ ସଫଳ କରିବା
କରି ମାତା ଜୟଗାନ ।।
ଆଜି ଚୈତ୍ର ଶୁକ୍ଳ ପ୍ରତିପଦ ତିଥି
ହିନ୍ଦୁ ଙ୍କର ନବବର୍ଷ,
ପରସ୍ପର ମଧ୍ୟେ ସହଯୋଗ ରଖି
ପାଳିବା ହେ ହୋଇ ହର୍ଷ ।।
ଜୟ ମୋ ଭାରତ ଜୟ ମାଁ ଭାରତୀ
ଜୟ ଭାରତ ସନ୍ତାନ,
ହିନ୍ଦୁ ନବବର୍ଷେ ଶୁଭେଚ୍ଛା ସହିତ
ଜଣାଏ ଅଭିନନ୍ଦନ ।।
°°°°°°°°°°°°°°°°°°°°°°°°°
*ସୁଦ୍ରୁମା ପଣ୍ଡା*
*ଭଡିଗାଁ ଭଟଲି ବରଗଡ଼*
364 total views, 2 views today