March 29, 2024
11 11 11 AM
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
ALLUSIONS OF TENDENCIES – Manoj Kumar Panda
ALLUSIONS OF SHINE- Manoj Kumar Panda 
Latest Post
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023 ALLUSIONS OF TENDENCIES – Manoj Kumar Panda ALLUSIONS OF SHINE- Manoj Kumar Panda 

ବୟସର ତାରତମ୍ୟତା-ଭିନ୍ନ ଏକ ପ୍ରେମ କାହାଣି ଲେଖକ–ମନୋଜ କୁମାର ପଣ୍ଡା

ବୟସର ତାରତମ୍ୟତା-ଭିନ୍ନ ଏକ ପ୍ରେମ କାହାଣି

ପୁରୁଣା ସମୟରେ ଭଲ(LOVE) ଏକ ଏମିତି ଥିଲା, ପ୍ରଥମେ ଆଖିରେ ଆଖି ମିଶୁଥିଲା,ତା ପରେ ସେମାନେ ଦେଖାକରୁଥିଲେ ଏମିତି ଚାଲିଥିଲା।ଏବଂ ସେମାନେ ପ୍ରେମ ପତ୍ର ଲେଖୁଥିଲେ।ହେଲେ ଆଜି କାଲି ସମୟ ପୁରା ବଦଳି ଗଲାଣି।ଆଜି କଲି ସମସ୍ତେ ଇଣ୍ଟେରନେଟ ଯୁଗରେ ଅଛନ୍ତି।ସୋସିଆଲ ମିଡିଆ ଜରିଆରେ ପ୍ରେମ କଥା ଆରମ୍ଭ କରୁଛନ୍ତି।ସୋସିଆଲ ମିଡିଆ ଏକ ଏହିପରି ଜରିଆ ଯେଉଁଥିରେ ସମସ୍ତେ ନିଜର ପ୍ରେମ ର କାହାଣୀ ଆରମ୍ଭ କରୁଛନ୍ତି।ନୂଆ ନୂଆ ଭଲ ପାଇବା ର ଖୋଜରେ ସୋସିଆଲ ମିଡିଆ ବୋହୁତ ସହାୟତା ହେଉଛି।ଆଜି କାଲି କେହି ଚିଠି ଲେଖୁନାହଁନ୍ତି।ଫୋନ କର ନହେଲେ ଭିଡ଼ିଓ କଲ କରୁଛନ୍ତି।
ଆପଣ ସମସ୍ତେ ଜାଣିଥିବେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରେମ।ଏମିତି ବି ହେଇଥିବ ଆପଣ ବି ଫେସବୁକ ମାଧ୍ୟମରେ କାହାକୁ ପ୍ରେମ କରିଥିବେ।ଫେସବୁକ ମାଧ୍ୟମରେ ସମସ୍ତେ ଆଜି ଭଲ ପାଇବା ପାଇଁ ଜଣେ ସାଥି କୁ ଖୋଜୁଛନ୍ତି।
ପ୍ରେମ ଏପରି ଏକ ବସ୍ତୁର ନାମ ଯାହାକୁ ନା କେବେ ସ୍ପର୍ଶ କରି ହୁଏ ନା କେବେ ଦେଖି ହୁଏ ,କେବଳ ପ୍ରେମର ଉନ୍ମାଦତାକୁ ମନ ମଧ୍ୟରେ ଅନୁଭବ କରି ହୁଏ । ଏହି ପ୍ରେମ ଯେ କେତେବେଳେ ବସନ୍ତର ମଳୟ ପବନ ପରି ବହି ଆସି ମନ ଚୋରି କରି ନେଇ ଜୀବନରେ ହସର ଫଗୁଣ ବୁଣି ଦେଇ ଥାଏ ତ ଅନ୍ୟ କେତେ ବେଳେ ଗୋଲାପର କଣ୍ଟା ପରି କ୍ଷତବିକ୍ଷତ କରି ଚିର ଦିନ ପାଇଁ ଜୀବନରେ ଅମାବାସ୍ୟା ଭରି ଦେଇଥାଏ ।

ଠିକ୍ ସେହିପରି ଏକ ଅମବାସ୍ୟା ଶୁଶ୍ରୀ ଜୀବନରେ କଳା ଛାୟା ପରି ଢାଙ୍କି ହୋଇ ତା ଜୀବନର ସମସ୍ତ ହସ ଖୁସି ସ୍ଵପ୍ନ କୁ ଛଡାଇ ନେଇ ତାକୁ ନିର୍ଜନ ଅନ୍ଧାର ରାତିର ଅସହାୟ ପଥିକ ଟିଏ କରି ଛିଡା କରେଇ ଦେଇଥିଲା ।
ପ୍ରେମର ର ପହିଲି ସୁଯ୍ର୍ୟୋଦୟ ହୋଏ ଫେସବୁକ ରୁ,
ଶୁଶ୍ରୀ ଏକ ଫେସବୁକ ଆଇଡି ଖୋଲିଥାଏ,ବବଲୁ ବି ଖୋଲିଥାଏ,ଏଇ ଦୁଇଜଣଙ୍କର କଥାବାର୍ତା ଆରମ୍ଭ ହୁଏ ଏକ ଗ୍ରୁପରୁ କିଛି ଦିନ କଥାହେଲାପରେ ଦିନେ ବବୁଲ ତାକୁ inbox ଦେଖିବା ଲାଗି କହିଲା କାରଣ ସେ ସବୁଦିନ msg କରୁଥିଲା “ଶୁଶ୍ରୀ FRIENDREQUEST .ACEPT କରିନଥିବାରୁ ଦେଖାଉନଥିଲା,ଶେଷରେ ଦୁଇ ଜଣ ପରସ୍ପର ବିଷୟରେ ଜାଣିଲେ ଆଉ ଉଭୟ ମନ ଦୁଃଖ କଲେ
କାରଣ ଦୁଇଜଣଙ୍କର ବହୁ ଶୋକସନ୍ତାପର ଜିବନ ଶୈଳି ଥିଲା,
ବବଲୁ ଯେତେବେଳେ ଛୋଟ ହୋଇଥିଲା ତାର ବାପା ସବୁଦିନ ଲାଗି ତାକୁ ଛାଡି ଚାଲିଗଲେ ଭଗବାନଙ୍କ ପାଖକୁ,ସେବେଠାରୁ ବବଲୁର ଜେଜେବାପା ଯିଏ ଜଣେ ଅଧ୍ୟାପକ ଥିଲେ ସେ ବବଲୁକୁ ମଣିଷ ପରି ମଣିଷ ତଥା ଦେଶର ସୁନାଗରିକ କରିବାର ସପଥ ନେଲେ,ଆଉ ବବଲୁର ସମ୍ପର୍କୀୟ ମାନେବି ବବଲୁକୁ ପାଠ ପଢା ପାଇଁ ସହଯୋଗର ହାତ ବଢାଇଥିଲେ,ବବଲୁ ମେଟ୍ରିକରେ ଭଲ ନମ୍ବର ରଖି ପାଶ କରିବାରୁ ତାକୁ +2 ରେ SCIENCE ପଢିଲା ଆଉ ଏହାପରେ Betech କଲା,
ଶୁଶ୍ରୀ ର ବି ସେମିତି ଘରର ଆର୍ଥିକ ପରିସ୍ତିତି ଭଲ ନଥିବାରୁ ପାଠପଢା ଅଧାରୁ ଛାଡି କଟକ ରେ ଡାଟାଏଣ୍ଣ୍ରି କାମ କରିଲା,
ଉଭୟ ନିଜନିଜ ବିଷୟରେ ଜାଣିବା ପରେ ହଠାତ୍ ଦିନେ ବବଲୁ ଶୁଶ୍ରୀକୁ ପ୍ରେମ ନିବେଦନ କଲା ,ହେଲେ ଶୁଶ୍ରୀ ବବଲୁକୁ ବୁଝାଇଲା କାରଣ ଶୁଶ୍ରୀର ବୟସ ୨୩ ହୋଇଥିବା ସମୟରେ ବବଲୁକୁ ୨୦ ବର୍ଷ ହୋଇଥାଏ,ଏହା କେବେ ହୋଇ ପାରିବନି ମୋ ତୁମ ଠାରୁ ବଡ ହେିବି ତେଣୁ ଏହା ଅସମ୍ଭବ ,ହେଲେ ବବଲୁ ନିଜ ଯିଦରେ ଅଟଲ ରହି କହିଲା କି ମୁଁ ତୁମକୁ ବହୁତ ଭଲ ପାଏ ତେଣୁ ତୁମକୁ ଜୀବନସାଥି କରିବି ଆଉ ଘର ଲୋକଙ୍କୁ ବୋଝାଇଦେବି ସେ ରାଜିହେବେ,
ତେଣୁ ଦୁହେଁ ଦୁହିଁକୁ ଖୁବ ଭଲ ପାଇଲେ ହେଲେ ଉଭୟଙ୍କର ଦେଖାହୋଇନଥିଲା,ବବଲୁ ହଷ୍ଟେଲରେ ରହୁଥାଏ ଆଉ ଶୁଶ୍ରୀ ରେଡିଓ ସେଣ୍ଟରରେ ,ଯାହାଖାଲି ଫୋନରେ କଥା ବାର୍ତା ,vedeocalling,chating,ଏଇ ସବୁ ଚାଲେ,,
ବବଲୁ- ମୁଁ ବିଶ୍ଵାସ କରିପାରୁନି ତମେ ମତେ ଆଇ ଲଭ ୟୁ କହିଲ ।

ଶୁଶ୍ରୀ- ପ୍ରେମ ରେ ବିଶ୍ୱାସ ନିହାତି ଦରକାର ।

ବବଲୁ- ମୁଁ ଆଜି ବହୁତ ଖୁସି । ମୋ ସ୍ଵପ୍ନ ସତ ହେଇ ଯାଇଛି ।

ଶୁଶ୍ରୀ- ତମେ ମତେ ଏତେ ଭଲପାଅ?

ବବଲୁ- ହଁ ନିଜ ଠୁ ବେଶି । ଜାଣିଛ ତମକୁ ନେଇ ମୁଁ କେତେ ସ୍ୱପ୍ନ ଦେଖିଛି । ଆମେ ଏମିତି ଜାଗା କୁ ଯାଇଛୁ ଯୋଉଠି ତୁମ ଆଉ ମୋ ଛଡା କେହି ନାହାନ୍ତି । ସେଠି ପାହାଡ ଝରଣା କେତେ ସୁନ୍ଦର ଜାଗା । ତମ ପାଦରେ କଣ୍ଟା ଫୁଟିନଯିବା ପାଇଁ ମୁଁ ତୁମକୁ ମୋ ବାହୁ ରେ ଉଠେଇ ଚାଲୁଛି । ହେଲେ ତୁମେ ଏ ସୁନ୍ଦର ପାହାଡ ଝରଣା ବଦଳରେ ମତେ ଦେଖୁଛ । ଆଉ କହୁଛ….

ଶୁଶ୍ରି- କଣ କହୁଛି?

ବବଲୁ- ତମେ କହୁଛ । ତମକୁ କଷ୍ଟ ହେଉଥିବା ମତେ ଓହ୍ଲେଇ ଦିଅ ।ହେଲେ ମୁଁ ଜ଼ିଦ କରି କହୁଛି ।ମୁଁ ତୁମକୁ କିଛି ଦିନ ପାଇଁ ଭଲପାଉନି ।ମୁଁ ତୁମକୁ ସବୁ ଦିନ ପାଇଁ ମୋ ବାହୁ ରେ ତୁମକୁ ମୋ ଭିତରେ ସବୁ ଦିନ ସୀମିତ ରଖିବାକୁ ଚାହୁଁଛି।

ଶୁଶ୍ରୀ- ତା ପରେ…?

ବବଲୁ – ତମେ କହୁଛ । ତମ ପାଦରେ କଣ୍ଟା ଫୁଟିଲେ ମୁଁ କେମିତି ସହିବି କହିଲ।ଚାଲ ଆମେ ପାଦରେ ପାଦ ମିଶେଇ ଯିବା ।

ଶୁଶ୍ରୀ- ତା ପରେ?

ବବଲୁ- ତା ପରେ କଣ ହେବ ।ବୋଉ ବାଲଟି ପାଣି ଢାଳିଦେଲା ଆଉ ମୋ ସ୍ଵପ୍ନ ଭାଙ୍ଗିଗଲା ।
ଶୁଶ୍ରୀ – ହି ହି ହି। ତମେ ବି ନା।

ଏହିଭଳି ସବୁଦିନ କଥାବାର୍ତା ଚାଲୁଥିଲା ଆଉ
ଦୁଇଜଣ ଯାକ ଖୁବ୍ ଖୁସିରେ ଥିଲେ,,ଏମିତି ବହୁତ ଦିନ ବିତିଗଲା ,କିଛିଦିନପରେ ବବଲୁ ଦିନେ ଫୋନ କଲାନି କି ଫୋନ୍ କଲେ ଫୋନ୍ ଉଠାଇଲାନି ଶୁଶ୍ରୀ ବହୁତ କାନ୍ଦିଲା,ପୁଣି ବବଲୁ ଫୋନ୍କଲା ଆଉ ମୋର EXAMଚାଲିଛି ତେଣୁ କଥା ହୋଇପାରିବିନି ଏବେ,ଶୁଶ୍ରୀ ବି ସବୁଦିନ ତାକୁ wish କରେ msg ପଠାଇକି,ହେଲେ ବବଲୁ କିଛି ଉତ୍ତର ଦିଏ ନାହଁି ଶୁଶ୍ରୀ ଭାବେ ସେ ପଢାପଢି କରୁଛନ୍ତି ବୋଧ ହୋଏ,

ଦୀର୍ଘ ଏକ ମାସପରେ ବବଲୁ ଫୋନ୍କଲା ଏବଂ କହିଲା ତୁମେ ମୋତେ ଭୁଲିଯାଅ ଘର ଆମ ପ୍ରସ୍ତାବରେ ରାଜି ନୁହଁନ୍ତି ମୋର ଗୋଟାଏ ଭଲ ବନ୍ଧୁ ହୋଇ ରୁହ,,
ଶୁଶ୍ରୀ-::ମୁଁ ତ ତୁମକୁ ମନାକରୁଥିଲି ହେଲେ ତୁମେ କଣ କଲ ମାନିଲନୀ ମୋତେ ଆଜି କଣ୍ଟକିତ ପଥରେ ଏକୋଟିଆ ଛାଡି ଚାଲିଯିବାକୁ କହୁଛ,ଦେଖ ମୁଁ ତୁମକୁ ବହୁତ ଭଲ ପାଏ ସେଥିପାଇଁ ଏ ଆଆଖିରେ ତୁମକୁ ସବୁବେଳେ ସ୍ବପ୍ନଦେଖିଛି ମୋ ମରିଯିବି plz ମୋତେ ଏତେ କଷ୍ଟ ଦିଅନି,ହାତ ଯୋଡୁଛି ,।
ଏମିତି କେତେକଣ କହି ଯୋରରେ କାନ୍ଦିଚାଲିଲା,ବବଲୁ ସାନ୍ତ୍ବନା ଦେଇ କହିଲା plz କାନ୍ଦନି,ମୋ ବି ତୁମକୁ ବହୁତ ଭଲ ପାଏ ହେଲେ ଘରା ଆଦୋ ରାଜି ନୁହଁନ୍ତି,I I AM SORRY କହି ଫୋନ କାଟିଦେଲା,
ଶୁଶ୍ରୀ କଣ କରିବ କିଛି ବୁଝି ପାରିଲାନି ଶେଷକୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନିଜ ହାତକୁ ବ୍ଲେଡ୍ରେ କାଟି ଫୋଟୋ ଉଠାଇ ବବଲୁକୁ ପଠାଇଲା ଆଉ ବବଲୁ ଏହାକୁ ମିଛ ଭାବି କହିଲା ତୁମ ସହ ଆଉ କଥା ହେବିନାହିଁ ଆଜିଠୁ ତୁମକୁ BLOCK କଲି,,
ବବଲୁ ଶୁଶ୍ରିକୁ ବ୍ଲକ କଲାପରେ ଶୁଶ୍ରି ବହୁତ ପାଇ ନିଜକୁ ସୁସଂଗଠିତ କଲା ଏବଂ ନିଜ ଚାକିରିରେ ମନୋନିବେଶ କଲା,ସେ ଭାବିନେଲା କି ସେ ଏକ ଦିବା ସ୍ବପ୍ନ ଦେଖୁଥିଲା ଏମିତି ଭାବି ନିଜ କାମ କରିଚାଲିଲା,।
ବାସ୍ ଠିକ୍ଥିଲା କିଛିମାସ ପରେ ବବଲୁ msg କଲା,ଶୁଶ୍ରୀ ବବଲୁକୁ ବ୍ଲକ କରି ନଥିଲା କାରଣ ତାର ବୀଶ୍ବାସ ଥିଲା କି ବବଲୁ ଫେରିବ ଆଉ ଠିକ ସେଇକଥା ହେଲା ବବଲୁର ମେସେଜ୍ ପାଇ ଶୁଶ୍ରି ବହୁତ ଖୁସିଥିଲା,
ଆଉ ଏମିତି ଅଭିମାନ କରି କହିଲା ବାରମ୍ବାର ମୋ ଜୀବନ କୁ ଆସି ଏତେ କଷ୍ଟ କଣପାଇଁ ଦେଉଛ,ବବଲୁ କହିଲା ଦେଖ ତୁମକୁ ମୋ ବହୁତ ଭଲ ପାଏ ତେଣୁ ମୁଁ ଚାହେଁ ତୁମେ ଅନ୍ୟତ୍ର ବାହାହୋଇ ସୁଖରେ ଘର ସଂସାର କର,,,,,,ଶୁଶ୍ରୀ ଜାଣିଥିଲା ବବଲୁ ତାକୁ ବହୁତ ଭଲ ପାଏ ହେଲେ ଏସବୁ ସେ ତାର ପରିବାରର ଖୁସିଲାଗି କରିଛି,
ଏହା ଭିତରେ ଦୀର୍ଘ ଦୁଇବର୍ଷ ବିତିଯାଇଛି ବବଲୁ ଲୁଧିଆନାର ଏକ ବଡ କମ୍ପାନିରେ ଅନ୍ବେଷଣ ବିଭାଗରେ ଚାକିରି କରିଛି ଏବଂ ଶୁଶ୍ରୀ ଆଜିବି ତା ଫେରିବା ବାଟକୁ ଚାହିଁ ବସିଛି,,,,,ଏବଂ ତାର ଶୁଭ ମନାସିବା ଲାଗି ସବୁପ୍ରକାର ପୁଜା କରୁଛି,,

ଆପଣ ସମସ୍ତ ଙ୍କୁ ବିଷେଷ ଅନୁରୋଧ ଏଇ ପ୍ରେମ ପ୍ରବନ୍ଧକୁ ପଢି ସମାଧାନର ବାଟ ବତାଇବା ସଙ୍ଗେସଙ୍ଗେ ଲେଖାଟି କିପରି ହୋଇଛି ଫୋନ ମାଧ୍ୟମରେ ଜଣାଇବେ,,,,
କ,ନଂ-::9583531348,9340045335.

Loading

Leave a Reply

Your email address will not be published. Required fields are marked *