April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ବୟସର ଅପରାହ୍ଣ ରେ

ଜୀବନ ରେ ନିଜର ପ୍ରଥମ ପ୍ରେମ କୁ ଭୁଲିବା ସହଜ ନୁହେଁ | ମନେ ପଡ଼ିଗଲେ କେତେବେଳେ ଦୁଃଖ ଲାଗେ ତ କେତେବେଳେ ଖୁସି | ଆଉ କେତେବେଳେ ଆଖିରୁ ଅନୁତାପ ର ଲୁହ ଝରିପଡ଼େ | ମନକୁ ଆସେ ସେତେବେଳେ ସେ ଭୁଲ୍ କୁ କ୍ଷମା କରିଦେଇଥାନ୍ତି କି ! ତାଙ୍କୁ ଭୁଲ୍ ବୁଝି ନ ଥାନ୍ତି କି ! ଏମିତି କେତେ କ’ଣ ….
ସେମିତି ଏକ ଘଟଣା କୁ ନେଇ ମୋର ଏ କ୍ଷୁଦ୍ର ଗଳ୍ପ :-
(ବୟସର ଅପରାହ୍ଣ ରେ )
●●●●●●●●●●●●●●

🍁 ବୟସ ର ଅପରାହ୍ଣ ରେ 🍁
*************************
ଅନେକ ବର୍ଷ ପରେ ପୁଣିଥରେ ସେଇ ସାଗର ତଟରେ ଛିଡ଼ା ହୋଇ ନିଜର ଅତୀତ କୁ ମନେପକାଉଥିଲେ ମିହିର୍ ବାବୁ | ସେଦିନ ଆଉ ଆଜି ଭିତରେ କେତେ ତଫାତ୍ ! ଆଜି ସେ ବୟସ ର ଅପରାହ୍ଣ ରେ | କେଶ ଧଳା ହୋଇଯାଇଛି | ଗୋଲ୍,ସୁଠାମ ଚେହେରା ବି ଲୋଚା କୋଚା ହୋଇଯାଇଛି | ଚାହାଣି ରେ ଆଉ ସେ ମାଦକତା ନାହିଁ | ଅଛି ତ କେବଳ କିଛି ହରେଇ ଦେଇଥିବାର ଅବଶୋଷ | ସେଇ ‘କିଛି’ ଟି ଆଉ କିଛି ନୁହେଁ, ତାଙ୍କ ଅତୀତ ର ପ୍ରେମିକା “ଶାନ୍ତି” | ଜୀବନ ଜଞ୍ଜାଳ ଭିତରେ ଜଞ୍ଜାଳି ହୋଇ ସେ ଏକ ପ୍ରକାର ଅଣନିଶ୍ଵାସୀ ହୋଇପଡ଼ିଥିଲେ | ଯେମିତି ଏ ନାମ ସ୍ମରଣ ମାତ୍ରେ ତାଙ୍କୁ ସବୁଥିରୁ ମୁକ୍ତି ମିଳିଗଲା | ଆହା….କେତେ ଶାନ୍ତି ଭରି ରହିଛି ଏ ନାମରେ | ଶାନ୍ତି ନାମ ସତରେ ତାଙ୍କର ମନକୁ,ଆତ୍ମାକୁ ଯେମିତି ତୃପ୍ତ କରିଦେଲା | ଅନେକ ବର୍ଷ ବିତିଯାଇଥିଲେ ବି ସ୍ମୃତି ସବୁ ଗତ କାଲି ପରି ଲାଗୁଛି | ପ୍ରଥମ ଥର ଏଇ ସମୁଦ୍ରକୂଳ ରେ ହିଁ ଦେଖିଥିଲି ତାକୁ | ଛୋଟ ଅବୋଧ ବାଳିକାଟିଏ ପରି ନୀଳ ସାଗର ର ଢ଼େଉ ସହ ଖେଳୁଥିଲା | ନାଚି ନାଚି ସମୁଦ୍ର ର ଲୁଣି ପାଣି କୁ ନିଜ ଉପରକୁ ଛିଟିକା ମାରୁଥିଲା |

ହଠାତ୍ ତାଙ୍କ ମୁହଁ ଉପରେ ସେମିତି କିଛି ପାଣି ର ଛିଟା ପଡ଼ିଗଲା | ହାତରେ ମୁଖରୁ ସେ ଜଳବିନ୍ଦୁ ଗୁଡ଼ିକୁ ପୋଛୁ ପୋଛୁ ଅତୀତ ରୁ ବାହାରି ଆସିଲେ | ଦେଖିଲେ ଛୋଟ ଝିଅ ଟିଏ ଚଞ୍ଚଳ ହରିଣୀ ଟିଏ ପରି ସାଗର ର ଲହଡ଼ି ସହ ଖେଳୁଛି, ଠିକ୍ ତାଙ୍କ ଶାମି ପରି | ଶାମି…. ହସି ଉଠିଲେ ମିହିର୍ ବାବୁ | ଶୁଖିଲା ଓଠ ଦୁଇଟିରେ ସେ ହସ ବେଶ୍ ମାନୁଥିଲା ତାଙ୍କ ମୁହଁ କୁ | କଲେଜରେ ପଢ଼ିବା ସମୟରେ ସାଙ୍ଗମାନେ ଶାନ୍ତି ଆଉ ମିହିର୍ କୁ ମିଶାଇ ‘ଶାମି’ ନାଁ ରେ ଡାକୁଥିଲେ ଶାନ୍ତି କୁ | ସିଏ ବି ଖୁବ୍ ଖୁସି ହୋଇଯାଉଥିଲା ଏ ଡାକରେ | କହୁଥିଲା ଏ ନାମ ଶୁଣିଲେ ମୋତେ ଏମିତି ଲାଗୁଛି ଯେମିତି ତୁମେ ପ୍ରତିଟି ମୂହୂର୍ତ୍ତ ରେ ମୋ ସହିତ ରହିଛ | ଆଉ ସେବେଠାରୁ ସେ ହୋଇଗଲା ‘ଶାନ୍ତି’ ରୁ ‘ଶାମି’ |

ଶାମି….. ଶାମି……
ଚମକି ପଡ଼ିଲେ ମିହିର୍ ବାବୁ | ଏ ନାଁ ! ଶାମି !!!
କିଏ ସେ ଡାକୁଛି ? କାହାକୁ ?
ଦେଖିଲେ, ସେଇ ଛୋଟ ଝିଅଟି ‘ଶାମି’ , ‘ଶାମି’ ଡାକି ଜଣେ ମହିଳା ଙ୍କ ପାଖକୁ ଦଉଡ଼ି ଯାଉଛି | ମହିଳା ଜଣଙ୍କ ବି ବୟସ ର ଅପରାହ୍ଣ ରେ | ଆନନ୍ଦରେ ହସୁଛନ୍ତି ଆଉ ଉପଭୋଗ କରୁଛନ୍ତି ପ୍ରକୃତିକୁ , ତାଙ୍କର ଏ ପରିଣତ ବୟସକୁ | ଯେମିତି ବାର୍ଦ୍ଧକ୍ୟ ତାଙ୍କ ଶରୀରକୁ ଛୁଇଁଥିଲେ ବି ମନ କୁ ତିଳେ ମାତ୍ର ସ୍ପର୍ଶ କରିନାହିଁ | ହାତରେ ଗୋଟିଏ କଲମ ଆଉ ଛୋଟ ଡାଏରୀ ଟିଏ | ଯେଉଁଥିରେ ଚିତ୍ରିତ ହୋଇଛି ଦୁଇଟି ଲାଲ୍ ଗୋଲାପ ର କଢ଼ି, ବିଲ୍ କୁଲ୍ ଶାମି ର ଡାଏରୀ ପରି | ସିଏ ବି ଏମିତି ସମୁଦ୍ରକୂଳରେ ବସି କବିତା ଲେଖିବାକୁ ଖୁବ୍ ଭଲପାଉଥିଲା | ହଜାଇ ଦେଉଥିଲା ନିଜକୁ ସାଗର ର ବେଳାଭୂମି ରେ, ନୀଳ ନୀଳ ଜଳରାଶି ରେ |

ଏ କ’ଣ !
ଶାମି !!!
ଆଶ୍ଚର୍ଯ୍ୟ ହୋଇଗଲେ ମିହିର୍ ବାବୁ ହଠାତ୍ ତାଙ୍କୁ ନିଜ ସମ୍ମୁଖରେ ଦେଖି | ସାମ୍ନା ସାମ୍ନି ହେଲାପରେ ଅଜାଣତେ ଦୁହିଁଙ୍କ ଓଠ ରେ ହସ ଖେଳିଗଲା | କିଛି ସମୟ ପାଇଁ ସମୟ ବି ଯେମିତି ଅଟକିଗଲା ସେଇଠି | ପାଖକୁ ଆସି ଅଭିବାଦନ କଲେ ଶାନ୍ତି ଦେବୀ |

ହେଲୋ ମିହିର୍ ! ତୁମେ ଏଠି !! କେମିତି ଅଛ ?
ହଁ….. ହଁ ଭଲ ଅଛି | ଆଉ ତୁମେ ?
ମୁଁ ବି ଭଲରେ ଅଛି |

ତା’ପରେ ଆଉ କ’ଣ କହିବେ କିଛି ଭାବିପାରିଲେନି ମିହିର୍ ବାବୁ | ଅନିଚ୍ଛା ସତ୍ତ୍ୱେ ତାଙ୍କ ମୁଖରୁ ବାହାରି ଆସିଲା – ଏ ଛୋଟ ଝିଅ ଟି କିଏ ? ତୁମ ନାତୁଣୀ ?

ହସି ଉଠିଲେ ଶାନ୍ତି ଦେବୀ |

ତାଙ୍କ ପ୍ରଶ୍ନ ରେ ଏମିତି କ’ଣ ଥିଲା ଯେ ସେ ହସୁଛନ୍ତି, କିଛି ବୁଝିପାରିଲେନି ମିହିର୍ ବାବୁ | କେବଳ ଏକ ଲୟ ରେ ଚାହିଁ ରହିଲେ ତାଙ୍କୁ ଉତ୍ତର ପାଇବା ଆଶାରେ |
ଶାନ୍ତି ଦେବୀ କହିଲେ – ମୁଁ ତ ବାହା ବି ହେଇନି, ନାତୁଣୀ କୁଆଡ଼ୁ ଆସିବ | ଏ ଝିଅ ଟି ମୋ ପାଖ ପଡ଼ିଶା ଘର ର | ମୋ ସହିତ ବୁଲି ଆସିବାକୁ ଜିଦ୍ ଧରିଲା ତ, ସେଥିପାଇଁ ସାଙ୍ଗରେ ନେଇଆସିଲି |

ଉତ୍ତର ଟିକୁ ଶୁଣି ମର୍ମାହତ ହେଲେ ମିହିର୍ ବାବୁ | ନିଜ କୁ ନିଜେ ଦୋଷୀ ମନେକଲେ | ତାଙ୍କ ପାଇଁ ଯେ ଗୋଟିଏ ଝିଅ ସାରା ଜୀବନ ସାଂସାରିକ ସୁଖ ରୁ ବଞ୍ଚିତ ରହିଲା, ଏ କଥାଟିକୁ ସେ ସହ୍ୟ କରିପାରୁ ନ ଥିଲେ |

ମୁହଁ ର ଭାବ ଦେଖି ଜାଣି ପାରିଲେ ଶାନ୍ତି ଦେବୀ |
କହିଲେ – ତୁମେ ଏଥିପାଇଁ ନିଜକୁ ଦାୟୀ କରନି | ତୁମେ ଗଲାପରେ ବି ମୁଁ ସଂସାର ଗଢ଼ି ପାରିଥାନ୍ତି ,କିନ୍ତୁ ତୁମକୁ ଭୁଲିପାରିଲିନି | ପ୍ରେମ ତ କେବଳ ଜଣଙ୍କୁ ହିଁ କରିହୁଏ | ଜଣଙ୍କୁ ମନରେ, ହୃଦୟ ରେ ସ୍ଥାନ ଦେଇହୁଏ | ଆଉ ସେ ସ୍ଥାନ ମୁଁ କେବଳ ତୁମକୁ ହିଁ ଦେଇଥିଲି | ଚାହିଁଥିଲେ ବି ଆଉ କାହାକୁ କେବେ ଭଲପାଇ ପାରିନଥାନ୍ତି |
ଅପରାଧ ବୋଧରେ ଭାରାକ୍ରାନ୍ତ ମନ କୁ ଯଥା ସମ୍ଭବ ନିୟନ୍ତ୍ରଣ କରି ମିହିର୍ ବାବୁ କହିଲେ –
ଶୁଣ, ମୋତେ କ୍ଷମା କରିଦିଅ | ଛୋଟ ଗୋଟେ ଭୁଲ୍ ବୁଝାମଣା ପାଇଁ ମୁଁ ସେଦିନ ତୁମକୁ, ତୁମ ଭଲପାଇବା କୁ ପାଦରେ ଆଡ଼େଇ ଦେଇ ଚାଲିଆସିଲି | ପ୍ରକୃତ କଥା କ’ଣ ଜାଣିଲା ପରେ ଶୁଣିଲି ତୁମ ବାହାଘର ଆଉ କୋଉଠି ଠିକ୍ ହୋଇଯାଇଛି | ଭାବିଲି ତୁମ ପାଇଁ, ତୁମ ପ୍ରେମ ପାଇଁ ମୁଁ ଯୋଗ୍ୟ ନୁହେଁ | ସେଥିପାଇଁ ତୁମ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଲି | କିନ୍ତୁ ତୁମେ ଯେ ମୋ ପାଇଁ ଏମିତି…….

ମିହିର୍, ଦୟାକରି ସେ ପଛ କଥା ଗୁଡ଼ିକୁ ଆଉ ମନେପକାଅନି | ତୁମର କିଛି ବି ଭୁଲ୍ ନ ଥିଲା | ତୁମ ସ୍ଥାନ ରେ ଯିଏ ବି ଥିଲେ ସେମିତି ଭାବିଥାନ୍ତା | ଯାହା ହୋଇଯାଇଛି ତାକୁ ତ ଆଉ ବଦଳାଇ ହେବନି, ତେଣୁ ଭୁଲିଯାଅ | ଅତୀତ କୁ ଭାବିଲେ କେବଳ କଷ୍ଟ ହିଁ ମିଳିବ |

କିନ୍ତୁ ଶାମି, ମୁଁ ଭାବୁଥିଲି ତୁମେ ଏବେ ବି ମୋତେ ଘୃଣା କରୁଥିବ | ସ୍ୱାମୀ, ପିଲା ଙ୍କ ସହ ସୁଖରେ ସଂସାର କରୁଥିବ | ଭାବି ବି ନ ଥିଲି ଯେ ତୁମେ………

ସ୍ମିତ ହସଟିଏ ହସି ଶାନ୍ତି ଦେବୀ କହିଲେ – ଯାହାକୁ ନିଜ ଜୀବନ ଠାରୁ ଅଧିକ ଭଲପାଉଥିଲି ତାକୁ ଘୃଣା କେମିତି କରିପାରିଥାନ୍ତି ? ତୁମ ଭଲପାଇବା ର ସ୍ମୃତି କୁ ପାଥେୟ କରି ଜୀବନ ଟା ତ କାଟି ସାରିଲିଣି | ଏଇ ତ ଅପରାହ୍ଣ , ସନ୍ଧ୍ୟା ଆସନ୍ନ | ତା’ ପରେ ରଜନୀ | ଜୀବନ ରେ ରାତ୍ରି ର ଅନ୍ଧକାର ଆସିବାକୁ ଆଉ ଅଳ୍ପ ସମୟ ବାକି ଅଛି | ତା’ ପରେ ମୁଁ ବି ସେଇ ଅନ୍ଧାର ରେ ତୁମ ପ୍ରେମ ର ସ୍ମୃତି ସବୁକୁ ଛାତି ରେ ଜାବୁଡ଼ି ଧରି ନିଶ୍ଚିହ୍ନ ହୋଇଯିବି | ଚିରଦିନ ପାଇଁ ଶୋଇଯିବି ଶାନ୍ତି ର ନିଦ୍ରାରେ |

ଏକାଥରକେ ଏତେ ଗୁଡ଼େ କଥା କହିଦେଇ ଦୀର୍ଘଶ୍ୱାସ ଛାଡ଼ିଲେ ଶାନ୍ତିଦେବୀ | ଟିକିଏ ରହିଯାଇ ପୁଣି କହିଲେ – ହେଇ ଦେଖ, ସତ କୁ ସତ ସନ୍ଧ୍ୟା ହୋଇଗଲାଣି | ଏବେ ମୋତେ ଯିବାକୁ ପଡ଼ିବ | ତୁମେ ସବୁବେଳେ ଏମିତି ଭଲ ରେ ଥାଅ | ମୁଁ ଏବେ ଆସୁଛି, କହି ଚାଲିଗଲେ ସେଠାରୁ |

ଅପଲକ ନୟନ ରେ ଚାହିଁରହିଲେ ମିହିର୍ ବାବୁ ତାଙ୍କ ଯିବା ବାଟକୁ | ଲୋତକ ର ଧାରା ତାଙ୍କର ଶୁଷ୍କ ଓଠ ଦୁଇଟିକୁ ଭିଜାଇ ଦେଉଥିଲା | ମନ କୁ ମନ କହିଉଠିଲେ –
” ତୁମେ ସିନା ମୋତେ ଘୃଣା କରିପାରିଲନି ଶାମି, କିନ୍ତୁ ମୁଁ ଆଜି ନିଜକୁ ନିଜେ ଘୃଣା କରୁଛି | ଅନୁତାପ ର ନିଆଁ ରେ ଜଳୁଛି , ପ୍ରତି ମୂହୂର୍ତ୍ତ ରେ ଜଳିବି , ମରିବା ପର୍ଯ୍ୟନ୍ତ ଏମିତି ଜଳୁଥିବି |

ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ

 526 total views,  1 views today

3 thoughts on “ବୟସର ଅପରାହ୍ଣ ରେ

Leave a Reply

Your email address will not be published. Required fields are marked *