ବଉଦ ରାଣୀ
ନୀଳ ଆକାଶରେ ନାଚିନାଚି ଯାଏ
ସୁନ୍ଦରୀ ବଉଦ ରାଣୀ ,
କଳାରଙ୍ଗର ସେ ଶାଢୀଟିଏ ପିନ୍ଧି
ଦେଇଛି ଓଡଣୀ ଟାଣି ।।
ଧରଣୀରାଣୀକୁ ଆଖିଠାର ମାରି
ଦିଏ କେତେ ଆଶ୍ବାସନା ,
ବୃଦ୍ଧ ସୂରୁଜଟା ହୀନିମାନ କରି
ଦେଉଛି ତୋତେ ଜାତନା ।।
ଆଉ ଚିନ୍ତା ନାହିଁ ଆସିଲିଣି ପରା
ଦେବି ତୋ’ଠି ଜଳ ଭରି ,
ଫୁଲଫଳ କେତେ ମାଳମାଳ ହୋଇ
ଫଳିବେ କୋଳେ ତୋହରି ।।
ସୂରୁଜ ଦେବତା ସବୁ ଜାଣି ପାରି
କହନ୍ତି ଆରେ ବଉଦ ,
କାହିଁ ପାଇଁ ମୋର ବଦନାମ କରୁ
ଗର୍ବରେ ହେଲୁ କି ଅନ୍ଧ ।।
ଋତୁ ବଦଳିଲେ ତୁ ବି ବଦଳିବୁ
କାହିଁକି ଦେଖାଉ ଛଇ ,
ସୃଷ୍ଟିର ନିୟମ ମୋ ପାଇଁ କରମ
ଜାଳେ ତାକୁ ସେଥିପାଇଁ ।।
ବଉଦ ନିଜର ଭୂଲ୍ ବୁଝିପାରି
କହେ କରିଦିଅ କ୍ଷମା ,
ଚାରିମାସ ମୋତେ ରହିବାକୁ ଦିଅ
ଦେବନି ମୋତେ ଜାତନା ।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର
ସତରେ ଆପଣଙ୍କ ଲେଖାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି । ବିଶେଷ କରି ପ୍ରକୃତିର ନିୟମକୁ ବଉଦରାଣୀ ନିଜର କର୍ତ୍ତୃତ୍ବ ଭାବି ଅହଂକାରୀ ହୋଇଯାଇଥିଲା । କିନ୍ତୁ ପରିଶେଷରେ ତା ଗର୍ବକୁ ଖର୍ବ କଲେ, ସୂର୍ଯ୍ୟ ଦେବତା । ମଣିଷ ମଧ୍ୟ ନିଜର ଅହଂକାରୀ ସାଜି ନିଜକୁ ସର୍ବେସର୍ବା ମନେକରେ । ଅବଶ୍ୟ ଶେଷରେ ସମୟ ତା’ ଅହଂକାରକୁ ଭାଙ୍ଗି ଦେଇଥାଏ । ତେଣୁ ଗର୍ବ ଅହଂକାର ଠାରୁ ନିଜକୁ ଦୂରେଇ ରଖିବା ଉଚିତ… ଧନ୍ୟବାଦ