ବସୁନ୍ଧରାର ସ୍ୱର
କଇଁ କଇଁ ହୋଇ କାନ୍ଦେ ବସୁନ୍ଧରା
ଶୁଣି ପାରୁଛକି ସ୍ୱର
ଦାରୁଣ ଯନ୍ତ୍ରଣା ଅସହ୍ୟ ହେଲାଣି
ଶୁଭେ କରୁଣ ଚିତ୍କାର
ବିକଳେ ବୋଲଇ ଜାଗ ମୋ ସନ୍ତାନ
ମୁଁ ପରା ତୁମରି ମାଆ
କେତେ ବା ସହିବି ଜଳି ଜଳି ସରେ
କେବେ କହିବରେ ଆହା
ଶିକ୍ଷା ସାଥେ ମିଥ୍ୟା ପ୍ରଗତି କରୁଛ
ପିଟି ମଥାରେ ପାହାର
ଛିନ୍ନକରି ବୁକୁ ଉଚ୍ଛନ୍ନ କଲଣି
ମୁଁ ପରା ଦିଏ ଆହାର
ପ୍ରଗତି ପଥରେ ଅଗ୍ରଗତି କରି
ଅବନତି ପଥେ ଯାଇ
ଆଖି ଥାଇ ଅନ୍ଧ ବିଶ୍ବାସରେ ବିଷ
ମାଆକୁଦେଲ ପିଆଇ
ଖଣି ଖାଦାନରେ ପରିପୂର୍ଣ୍ଣ ଭରା
ଦେହକୁ ମୋ ଗଲ ଖାଇ
ବୃକ୍ଷଲତା ବଂଶ ଲୋଲୁପ ବିନାଶ
ଅହଂକାର ବସ ହୋଇ
ସହି ସହି ଦୁଃଖ ଅସହ୍ୟ ହେଲାଣି
ସମୟ ଯାଇଛି ସରି
ବେଳୁ ବେଳ ବଢ଼େ ମୋ ହୃଦ ସ୍ପନ୍ଦନ
ନୀରବେ ହୁଅଇ ଘାରି
ଶୁଣି ପାରୁଥିଲେ ମୋ ହୃଦ ବେଦନା
ସୁଝ୍ ଥରେ ମାଟି ୠଣ
ସଂସାରରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ
ଏବେ ଠାରୁ କର ପଣ
ସୁଝ ମାଟି ମାଆ ୠଣ।
ବିଳାସିନୀ ପୃଷ୍ଟି, ଭୁବନ, ଢେଙ୍କାନାଳ