April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ବସନ୍ତର ଅଭିଷେକ — ପ୍ରଶାନ୍ତ କୁମାର ମହାପାତ୍ର

ବସନ୍ତର ଅଭିଷେକ

ଋତୁରାଜ ବସନ୍ତର ଅଭିଷେକ ହେବ ଗୋ ମିତଣୀ
ସାଜକର ସୁଗନ୍ଧିତ ସଜଫୁଲେ ଅଭିଷେକ ଥାଳି,
ମଧୁମୟ ମଧୁକାଳ ଆଗମନେ ପ୍ରକୃତିର ରାଣୀ
ସଜାଇଛି ଚନ୍ଦନର ଅର୍ଘ୍ୟ ଥାଳି –ଶିମୁଳି- ଦୀପାଳି ।

କୋଇଲି ପଞ୍ଚମ ସ୍ଵନେ ଗାଇଲାଣି ସ୍ଵାଗତ ସଙ୍ଗୀତ
ନୃତ୍ୟରତ ପ୍ରଜାପତି,ମଧୁମକ୍ଷି , ଆମ୍ର ପୁଷ୍ପ ବନେ
ରକ୍ତଜବା ପଲାଶର ହୋମକୁଣ୍ଡେ ବହ୍ନି ପ୍ରଜ୍ଜୋଳିତ
ବଉଳର ବାସ୍ନା- ଧୂପ ମଧୁମୟ ମଳୟ ପବନେ ।

ନବ ପଲ୍ଲବର ଶାଢି ପିନ୍ଧିଅଛି ପ୍ରକୃତିର ରାଣୀ
କୃଷ୍ଣଚୂଡ଼ା ତୋରଣରେ, ଫଗୁରଙ୍ଗେ ମଣ୍ଡପ ସଜ୍ଜିତ
ନୀଳ ନିର୍ମେଘ ଆକାଶେ ନିଷ୍କପଟ ହୃଦୟ ରାଗିଣୀ
ଶୁଭୁଅଛି କୁମ୍ଭାଟୁଆ ମନ୍ତ୍ର ଗାନ ଭ୍ରମର ସଙ୍ଗୀତ ।

ପ୍ରେମର ଅମୃତ ବାରି ତନୁ ମନେ ଆଣଇ ପୁଲକ
ଆସ ଗୋ ମିତଣୀ ଆସ ବସନ୍ତର ହେବ ଅଭିଷେକ ।

ପ୍ରଶାନ୍ତ କୁମାର ମହାପାତ୍ର
କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳ
ଜି- କନ୍ଧମାଳ

 532 total views,  1 views today

Leave a Reply

Your email address will not be published. Required fields are marked *