ଶୀର୍ଷକ—ବସନ୍ତ ର ଅଭିଷେକ
ସରିସରି ଯାଏ ଶୀତର କୁହୁକ
ମହମହ ବାସେ ଫୁଲର ମହକ,
ଥିରିଥିରି ଥରେ ନିଆଁର ଡହକ
ଡାଳେଡାଳେ ଖେଳେ ଚୂତର ଚହକ।
ପୌଷର ପଳିତ ପତ୍ର ଗାଲିଚା ରେ
ବନେବନେ ପଳାଶର ବହ୍ନି ଜଳେ,
କୁହୁକୁହୁ କୋକିଳର କୁହୁତାନେ
ଧିରେଧିରେ ମଧୁ ମାସ ଆସେ ଧରାପରେ।
ଫୁଲେଫୁଲେ ବସି ଚତୁର ମଧୁପ
ଲୁଟି ଲୁଟି ଚାଲେ ଫୁଲରୁ ପିୟୁଷ,
ଧରାରୁ ମେଲାଣି ନିଏ ହିମ କାଳ
ଖେଳେ ସରସୀରେ ସୁନ୍ଦରୀ କମଳ।
କାନନେ କାନନେ ଫଗୁ ଫଗୁଣ ର
ମଳୟ ଗାଉଛି ଆବାହନୀ ବସନ୍ତର,
ହସୁ ଅଛି ଧରା ହେବ ପ୍ରୀତିଲଗ୍ନା
ଅଭିଷେକ ପରା ଆଜି ବସନ୍ତର।
ସବିତା ବସ୍ତିଆ, ରାଉରକେଲା
ସୁନ୍ଦରଗଡ଼
୮୨୪୯୫୮୬୪୦
185 total views, 1 views today