ବାସ୍ ସେତିକି ଥାଉ
କହୁଛ ବହୁତ କରୁଛ କି ସତ
କହ ନାହିଁ ‘ବାସ୍ ସେତିକି ଥାଉ’,
ସହିବାର ସୀମା ଆଉ ନାହିଁ ଜମା
କହିଲେ କିଲାଭ ପାଇବ ଆଉ?
ଦେଇ ପ୍ରତିଶ୍ରୁତି କି ହେଲା ପ୍ରାପତି
ପ୍ରତାରଣା ଖାଲି ହୋଇଲା ସାର,
ସବୁରି ବିଶ୍ୱାସ କରି ଦେଲ ନାଶ
ତୁମ କଥା ସତେ ପାଣିର ଗାର,
ଆଉ କହ ନାହିଁ ହୃଦ ଦହନାହିଁ
ମିଛପଣେ କେବେ ନବଢେଭାଉ,
କହୁଛ ବହୁତ କରୁଛ କି ସତ
କୁହ ନାହିଁ,’ବାସ ସେତିକି ଥାଉ’।
ସତ୍ୟ ପଥେ ଗତି ସଫଳ ପ୍ରାପତି
କଥନ କରମ ନୁହେ ସମାନ,
ମିଥ୍ୟାରେ ମାନବ ଭୋଗେ ପରାଭବ
ହରାଇ ବସେ ତା ମଣିଷ ପଣ।
ଭୁକିଲା କୁକୁର ଚମକାଏ ପୁର
ବାହୁଡିଲେ ଧାଏଁ ଲାଞ୍ଜ ପୂରାଇ,
ଭାଷଣ ଭୀଷଣ ଥାଏ ଯା’ ଗର୍ଜନ
କର୍ମକରି କେବେ ପାରେ ଦେଖାଇ?
ଫମ୍ପା ମାଠିଆର ଶବ୍ଦ ଚମତ୍କାର
ପୂରିଲେ ଶବଦ ନଥାଏ ଯହୁଁ,
ସହିବାର ସୀମା ଆଉ ନାହିଁ ଜମା
କହିଲେ କିଲାଭ ପାଇବ ଆଉ?
ଦେଇ ଥିବା କଥା କରନା ଅନ୍ୟଥା
କର୍ମ କରି ଯାଅ ବଚନ ମତେ,
କୁହ ନାହିଁ ଆଉ ସେତିକିରେ ରହୁ
ସତ୍ୟ କର୍ମ କରି ଚଳ ଜଗତେ।
**************************
ସୀମାଞ୍ଚଳ ପଣ୍ଡା,ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,
୯୫୮୩୪୩୮୧୭୪।
266 total views, 1 views today