ବରଷ ବିଂଶ ବିଂଶ
ଆସିଥିଲ ବନ୍ଧୁ ଉନେଇଶ ଗତେ କୋଡିଏ କୋଡିଏ ଯୋଡି
କେଉଁ ଗଦ ଶୁଙ୍ଘାଇଲ ଜଗତକୁ ପଡିଅଛି ମୁହଁ ମାଡି।
ଆଉ ଦିନେ ବଇଦ ନ ଚିପେ ନାଡି
ଆଉ ଦିନେ ଛିଡି ତ ଗଲାଣି ଧଡି
ସାରି ବୋଉ ସୁରେଇଲୋ ପଛକୁ ବୁଲୁଛି ଘଡି
ଜନତାର ରାଷ୍ଟ୍ରପତି କଲାମଙ୍କ ଭିଜନ୍ ଟ୍ୱେଣ୍ଟି ଟ୍ୱେଣ୍ଟି ସ୍ୱପ୍ନ
ବିଶ୍ୱ ଶକ୍ତି ଭାବେ ଉଭା ହେବ ଦେଶ ଭାବନାରେ ଥିଲେ ମଗ୍ନ।
ଆଉ ଦିନେ ଦେଶ ଭକ୍ତିରେ ତଲ୍ଲୀନ
ଆଉ ଦିନେ ଯୁବ ଶକ୍ତି ମୁହ୍ୟମାନ
ଧନା ବାପା ମନୁଆରେ ପୋଡିଗଲା ସେ ତିଅଣ।
କଲାମ ଗଲେଣି କୋଡିଏ ଗଲାଣି କୋଭିଡ ଖାଇଲା ବିଶ୍ୱ
ସରକାର ଫେଲ୍ ବିଜ୍ଞାନ ବି ଫେଲ୍ ଲାତ ମାରୁଛି ସେ ଅଶ୍ବ।
ଆଉ ଦିନେ ମାନବ ହେଲାଣି ନିସ୍ୱ
ଆଉ ଦିନେ ହଜି ଗଲାଣି ସର୍ବସ୍ୱ
ଗିନି ବୋଉ ଗୁମାନିଲୋ ହରାଇଲାଣି ନିଜସ୍ବ ।
ହାତ ଧୋଉ ଧୋଉ ବର୍ଷ ପାହିଗଲା ତୁଣ୍ଡି ବାନ୍ଧି ଗୋରୁ ପରି
ମନ୍ଦିରରେ ତାଲା କେ ରଖିବ ଭଲା କର୍ମ ଫଳ ଭୋଗ କରି।
ଆଉ ଦିନେ ଶୁଆକୁ କହୁଛି ଶାରୀ
ଆଉ ଦିନେ ବାଦ ପଡୁନାହିଁ ପରୀ
ଢମା ବାପା ଢମଣାରେ ପଡିଅଛି ପାଟି ହୁରି।
ନିନ୍ଦୁଛନ୍ତି ବରଷକୁ ସତେ ଅବା ଭାଇରସ ଲାଗିଛି ତାକୁ
ନଇରେ ହଜାଇ ପୋଖରୀରେ ଖୋଜ ଲାଜ ନାହିଁଟି ମୁହଁକୁ।
ଆଉ ଦିନେ ମିଛେ କେତେ ଢମ ଗପୁ
ଆଉ ଦିନେ ଡର ନାହିଁ ଈଶ୍ୱରଙ୍କୁ
ଗୁରି ବୋଉ ଗୁରେଇଲୋ ପାଟି କର ଟାକୁ ଟାକୁ।
ପ୍ରକୃତି କୋଳରେ ଜନମ ଲଭିଲ କଲ ତାକୁ ଛାରଖାର
ଗୋମାତା ସେବାରେ ବିମୁଖ ହୋଇଲ ପଡେ ଅଭିଶାପ ତା’ର।
ଆଉ ଦିନେ ତୁଣ୍ଡି ବାନ୍ଧି ରୁହ ଘର
ଆଉ ଦିନେ ଲଗା ସାନିଟାଇଜର
ଢେଗା ବାପା ଢାଉକାରେ ଡିଷ୍ଟାନ୍ସ ମେଣ୍ଟେନ କର।
ଭ୍ୟାକସିନ ନ ମିଳେ ଔଷଧ ନ ଥାଏ ରୋଗର ନିଦାନ ନାହିଁ
ବିଜ୍ଞାନ କରୁଛି ଅଗ୍ରଗତି ପହଞ୍ଚିଛି ମହାକାଶେ ଯାଇଁ।
ଆଉ ଦିନେ କି ଲାଭ ତହିଁରେ ସାଇଁ
ଆଉ ଦିନେ ଫେଲ ମାରିଲା କାହିଁ
ଟେରି ବୋଉ ଟୁରେଇଲୋ ଖୁଡିକୂ ଡାକୁଛି ମାଇଁ।
ବର୍ଷ ମାସ ଦିନ ଦଣ୍ଡ ଲିତା ସେତ ଅଶୁଭ କଦା ନୁହଇଁ
କଲା କର୍ମ ଆମ ଭୋଗ ହେଉଥିବ ଚେତନା ଯେ ଯାଏ ନାହିଁ।
ଆଉ ଦିନେ ପ୍ରକୃତି ସୁରକ୍ଷା ପାଇଁ
ଆଉ ଦିନେ ପରିବେଶ ସୁସ୍ଥ ଥାଇ
ସନା ବାପା ସପନାରେ ସମୟର ଦୋଷ ନାହିଁ।
ପ୍ରକୃତିକୁ ଫେରିଆସ ନରନାରୀ ସୁରକ୍ଷା କର ତାହାର
ଗଛଟି ଲଗାଅ କାଟ ନାହିଁ ତାକୁ ଜଙ୍ଗଲ ସୁରକ୍ଷା କର।
ଆଉ ଦିନେ ଧୂଳି ଧୂଆଁ ପରିହର
ଆଉ ଦିନେ ପକାଅ ଜୈବିକ ସାର
ଟିମି ବୋଉ ଚେମେଣିଲୋ ପ୍ରକୃତି ପରା ଈଶ୍ୱର।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।