ବାପା
ଶରତ ଚନ୍ଦ୍ର ପଣ୍ଡା
ଯାଜପୁର
ଦେବଙ୍କର ବାପା ଜଗତ କରତା
ଉମାପତି ଚନ୍ଦ୍ରଶ୍ରେଖର,
ହେ ଶିବ ଶଙ୍କର ଶଶିଖଣ୍ଡ ମୋୖଳି
ବାପା ହେବକି ହେ ମୋହର l (ଘୋଷା )
ନାହିଁ କାରେ ଭୀତି ଅଶେଷ ବିଭୂତି,
ବିଭୂତି ବୋଳା ସେ ଶରୀର
ଜଗତ ବାସୀଙ୍କୁ ସୁଖ ଦେବାପାଇଁ
ହୋଇଲ ପିତା ଦିଗମ୍ବର l
ଶ୍ମଶlନେ ରହିଲ ବିଶ୍ୱ ପିତା ହୋଇ
ଉମାପତି ମାନବ ବର l
ହେ ଶୁଭର ଶିବ ଶଶିଖଣ୍ଡ ମୌଳି
ପ୍ରଣାମ ମୋ ତୁମ ପୟର l 1l
ହିଂସ୍ର ଜନ୍ତୁ ମେଳେ ବାସୁକୀ ଯେ ଗଳେ
ନିଶ୍ଚଳେ ବାସୀ ଧ୍ୟାନ କର,
ଆହେ ପଶୁପତି ଅଳପେ ତୃପତି
ଆଶୁତୋଷ ନାମ ତୁମର l
ଧର୍ମ ଧରି ରଖି ଅଛି ତୁମ ନାମ
ଯେଣୁ ନାମ ବହ ଈଶ୍ୱର l
ହେଶିବ ଶଙ୍କର ଶଶିଖଣ୍ଡ ମୌଳି
ପିତା ପଣ ପ୍ରଦାନ କର l 2l
ସଂସାର ପାଳନ ପାଇଁ ସଦାଶିବ
ରୁଦ୍ରରୂପେ କରୁ ସଂହାର,
କୈଳାସର ପତି ପାର୍ବତୀ ସମ୍ପତ୍ତି
ସାତ ପିଢ଼ି ମିତ୍ର ମୋର l
କଳା ବାଛୁରୀକୁ ଧଳା କରିଥିଲ
ନାମ ବହିଲ ଧବଳେଶ୍ୱର,
ଆହେ ବିଶ୍ୱ ପିତା ମୋ ପିତାର ପିତା
ପିତା ହେବକି ମୋ ପୁତ୍ରର l 3 l
103 total views, 2 views today