ବାପା
ବାୟୁ ଓ ପାଣିର ସମଷ୍ଟି ବୁଝାଏ
“ବାପା” ଶବଦର ଅର୍ଥ ,
ବାପାଙ୍କ ବିହୁନେ ଜୀବନ ଅଧୁରା
ଜିଇଁବାଟା ଲାଗେ ବ୍ୟର୍ଥ ।
କେବେ ସାଜନ୍ତି ସେ ପାଦର ଚପଲ
କଣ୍ଟକିତ ପଥ ପାଇଁ ,
ରକ୍ଷା କରିଥାନ୍ତି ଝଡ଼ ଝଞ୍ଜା ଠାରୁ
ମୁଣ୍ଡପରେ ଛତା ହୋଇ ।
ଉପରକୁ ଟାଣ ଦେଖାଇ ହେଲେବି
ଅନ୍ତର ଲହୁଣୀ ପରି ,
ସନ୍ତାନର ରକ୍ଷା କବଚ ଅଟନ୍ତି
କିଏ ହେବ ତାଙ୍କ ସରି ।
ପୁତ୍ର କନ୍ୟା ସୁଖ ଜୀବନର ବ୍ରତ
କରିଥାନ୍ତି ମନେ ପଣ ,
ସବୁ ଇଚ୍ଛା ଆମ କରନ୍ତି ପୂରଣ
ନିଜ ଇଚ୍ଛା ମୂଲ୍ୟହୀନ ।
ଅସୁସ୍ଥ ହୋଇଲେ କାନ୍ଧରେ ପକାଇ
ଆଉଁସି ଦିଅନ୍ତି ପିଠି ,
ଅସୁମାରୀ ଦୁଃଖ ହୃଦେ ଚାପି ଧରି
ଚାଲିଥାନ୍ତି ଖୁସି ବାଣ୍ଟି ।
ପାଟି ଅଛି ମାତ୍ର କହିବା ବାରଣ
ଆଖି ଥାଇ ଲୁହ ମନା,
ସବୁ ବାପା ପାଇଁ ଈଶ୍ଵରଙ୍କ ଦାନ
ସହିବେ କଷ୍ଟ ଯନ୍ତ୍ରଣା ।
ପିଲାମାନଙ୍କୁ ମୋ ଗୋଟିଏ ସନ୍ଦେଶ
ପଛ କଥା ଥରେ ହେଜ ,
କାନ୍ଧେ ତୁମ ବାପା କେମିତି ତୁମର
ଉଠାଇ ଅଛନ୍ତି ବୋଝ ।
ତୁମ ଖୁସି ପାଇଁ ପଶୁ ସମ ଖଟି
ବିତାଇଛି ଯେ ଜୀବନ ,
ଯତ୍ନବାନ ହୁଅ କେମିତି ଖୁସିରେ
କଟିବ ତାଙ୍କର ଦିନ ।
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର ।