ବଣ୍ଟାଚାଲିଛି
ସାରା ପୃଥିବୀ ଏବେ ଭାଗବଣ୍ଟା,
ଧରିତ୍ରୀ ବଣ୍ଟା ବି ଚାଲିଛି ପ୍ରତିକ୍ଷଣ,
ମହାଦେଶ,ଦେଶ ଅଲଗା ହେଉଛି,
ଆକାଶ,ସାଗର ସବୁ ବି ଭାଗ ଭାଗ।
ମନ୍ଦିର ,ମସଜିଦ ତ ବଣ୍ଟାହେଲା,
ମଣିଷ ,ଜାତିଭେଦ ବି ବାଦ ପଡୁନି,
ଘର,ଜଙ୍ଗଲ,ନଦୀ,ନାଳ ସବୁ ଏଠି ବଣ୍ଟା
ପ୍ରତିମୁହୂର୍ତ୍ତରେ ଅଲଗା ହେଉଛି।
ପରିବାର ଭାଗ ଭାଗ ହେଉଛି,
ଭାଈ ପାଲଟୁଛି ନିଜର ଶତ୍ରୁ,
ବାପ ପୁଅ ବି ଅଲଗା ଅଲଗା ବାଟରେ,
ବାପା,ମାଆ ବି ଭାଗ ବଣ୍ଟା ହେଉଛି।
ଆଉ ଅବା ରହିଗଲା କଣ ?
ସ୍ନେହଁ ମମତାର ମୂଲ୍ୟ ବା କାହିଁ ?
ସବୁ ତ ବଣ୍ଟାବଣ୍ଟି ଚାଲିଛି।
ରେ ମାନବ ଗଣ ଏତିକି ବୁଝ,
ଅନ୍ତତଃ ମାନବିକତାକୁ ବାଣ୍ଟ ନାହିଁ ,
ନ ହେଲେ ବଞ୍ଚିବାରେ ଶାନ୍ତି କାଇଁ ?
ସ୍ୱାର୍ଥ କୈନ୍ଦ୍ରିକ ହୁଅ ନାହିଁ ତୁମେ ସବୁ,
ମମତା ,ପୀୟୂଷକୁ ବାଣ୍ଟନା କେବେ,
ଏତିକି ତ ବଞ୍ଚେଇ ରଖିଥାଅ ଜୀବନରେ ।
ସଂଯୁକ୍ତା ସାହୁ