ବନ୍ଧୁତା ର ସମ୍ପର୍କ
ବନ୍ଧୁ! ବନ୍ଧୁ ର ଅନ୍ୟ ନାମ ହେଉଛି ସାଙ୍ଗ, ମିତ୍ର, ସାଥୀ ଇତ୍ୟାଦି। ଇଂରାଜୀ ରେ ଫ୍ରେଣ୍ଡ୍, ହିନ୍ଦୀ ରେ ଦୋସ୍ତ , ୟାର ଇତ୍ୟାଦି। ଦୁଇଟି ବର୍ଣ୍ଣ ର ସଂଯୋଗ ରେ ଗଢା ଏହି ଶବ୍ଦ ବନ୍ଧୁ ଯାହାର ଅନେକ ପ୍ରତିଶବ୍ଦ ରହିଛି। ବନ୍ଧୁ ଯାହାର ଅର୍ଥ ହେଉଛି କେବଳ ସୁଖ ରେ ସାଥ ନ ଦେଇ ଉଭୟ ଦୁଃଖ ସୁଖ ଭଲ ମନ୍ଦ ସମୟ ରେ ଛାୟା ଭଳି ରହିବା ଗୋଟିଏ ପ୍ରକୃତ ବନ୍ଧୁ ର କର୍ତ୍ତବ୍ୟ।
ବନ୍ଧୁ ପରି ବନ୍ଧୁ ଟିଏ ପାଇବା ଆଜିକାର ଏହି ବସ୍ତୁବଦୀ ସଂସାର ରେ ବହୁତ କଷ୍ଟ। ଯଦି ଆମେ ପ୍ରକୃତ ବନ୍ଧୁ ର ସନ୍ଧାନ ରେ ବାହାରିବା ହୁଏତ ଆମେ ବି ସଫଳ ହୋଇପାରିବନାହିଁ। ଏହି ପୃଥିବୀପୃଷ୍ଟରେ କୋଟିଏ ରେ ଗୋଟିଏ ମଣିଷ ଥିବ ଯିଏ ପ୍ରକୃତ ବନ୍ଧୁ ଟିଏ ପାଇଥିଵ। ସେହି ମଣିଷ ଠାରୁ ଆଉ କେହି ଭାଗ୍ୟବାନ ମଣିଷ ଏହି ସଂସାର ରେ ନଥିବେ। ଏହି ସଂସାର ରେ ସମସ୍ତେ ଭାଗ୍ୟବାନ ନଥାନ୍ତି ଯେ ଗୋଟିଏ ପ୍ରକୃତ ବନ୍ଧୁ ଟିଏ ପାଇବ।
ଗୋଟିଏ ଦିନ ର କଥା ପ୍ରିୟା ଏବଂ ପ୍ରୀତି ଦୁଇ ସାଙ୍ଗ ଥିଲେ। ଦୁଇ ଜଣ ଗୋଟିଏ ସ୍କୁଲ୍ ରେ ପାଠ ପଢିଥିଲେ। ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସେମାନେ ଦୁହେଁ ମିଶି ପାଠ ପଢୁଥିଲେ। ଯେତେ ଆଗକୁ ଆଗକୁ ସେମାନେ ବଢ଼ି ଚାଲିଥିଲେ ସେମାନଙ୍କ ବନ୍ଧୁତ୍ୱ ସେତିକି ଘନିଷ୍ଠ ହୋଇ ଚାଲିଥିଲା। ଦୁଇ ଜଣଙ୍କର ବନ୍ଧୁତ୍ୱ ଏମିତି ଥିଲା ଯେ ପୁରା ସ୍କୁଲ୍ ସେମାନଙ୍କୁ ଜାଣିଥିଲା। ଏବଂ ସେମାନଙ୍କ ବନ୍ଧୁତା କୁ ୱାଃ ୱ୍ଵାଃ କରୁଥିଲା। ଜଣ କୁ ଗଳି, ମାଡ଼ ପଡ଼ିଲେ ଅନ୍ୟ ଜଣକୁ କଷ୍ଟ ହୁଏ। ଦୁହିଁ ଙ୍କ ସ୍ଵଭାବ, ବ୍ୟବହାର ଆଚାର ବ୍ୟବହାର ମଧ୍ୟ ଏକା ପ୍ରକାର ର। ଯାହା ଫଳ ରେ ସେମାନେ ଦୁହେଁ ସମସ୍ତକର ଅତି ଆଦର ଛାତ୍ରୀ ଥିଲେ। ପାଠ ପଢାରେ ଦୁହେଁ ଦୁହିଁଙ୍କ ଠାରୁ କମ୍ ନଥିଲେ। ଯଦି କେହି ସେହି ଦୁଇ ଜଣ ଙ୍କ ମଧ୍ୟରୁ ଜଣକୁ ଖୋଜନ୍ତି ତ ଦୁଇ ଜଣଙ୍କୁ ସେମାନେ ଏକାଠି ପାଆନ୍ତି। ଜଣକୁ ଡାକିଲେ ଅନ୍ୟ ଜଣେ ମଧ୍ୟ ଆଗାକୁ ଆସିଯାଏ। ଏହି ପରି ଥିଲା ତାଙ୍କର ସମ୍ପର୍କ। ଇଂରାଜୀ ରେ ଗୋଟିଏ କଥା ଅଛି “Two body one soul.”। ଠିକ୍ ଏମିତି ଥିଲା ତାଙ୍କର ଦଶ ବର୍ଷ ର ସମ୍ପର୍କ।
ସେମାନଙ୍କର ବନ୍ଧୁତା ପୁରା ସ୍କୁଲ୍ ପାଇଁ ଗୋଟିଏ ଉଦାହରଣ ରେ ପରିଣତ ହୋଇଯାଇଥିଲା। ସ୍କୁଲ୍ ର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ସେମାନଙ୍କର ପ୍ରଶଂସା କରନ୍ତି ଏବଂ ପିଲା ଙ୍କ ଆଗରେ ସେମାନଙ୍କର ଉଦାହରଣ ଦିଅନ୍ତି। ସମୟ ଯେପରି କାହା ପାଇଁ ଅପେକ୍ଷା କରେ ନାହିଁ ଠିକ୍ ସେମିତି ସେମାନଙ୍କ ଦଶ ବର୍ଷ କିପରି ବିତିଗଲା ଏବଂ ସେମାନଙ୍କ ଦଶ ବର୍ଷ ର ସମ୍ପର୍କ ର ଆରମ୍ଭ ଏବଂ ଶେଷ କିପରି ହୋଇଗଲା ତାହା ଜଣା ପଡିଲାନହିଁ। ଦେଖୁ ଦେଖୁ ସେମାନଙ୍କ ସ୍କୁଲ୍ ଜୀବନ ମଧ୍ୟ ସରିଗଲା। ଏବଂ ସେମାନେ ଦୁହେଁ ଜୀବନ ର ଅନ୍ୟ ଏକ ପାହାଚ ଚଢିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ।
ପରେ ପରେ ସେମାନେ କଲେଜ ରେ ପ୍ରବେଶ କଲେ। ସେହି ଦିନ ଠାରୁ ସେମାନଙ୍କ ସମ୍ପର୍କ ରେ ଦୂରତା ଆରମ୍ଭ ହେବାରେ ଲାଗିଲା। ନିଜ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଦୁହେଁ ଆଗକୁ ବଢ଼ିଲେ। ପ୍ରିୟା ର ଲକ୍ଷ୍ୟ ଥିଲା software engineer ହେବାର ଏବଂ ପ୍ରୀତି ର ଲକ୍ଷ୍ୟ ଥିଲା ଗୋଟିଏ ଅଧ୍ୟାପିକା ହେବାର। ପ୍ରିୟା ବିଜ୍ଞାନ ବିଷୟ ନେଇ ପଢ଼ିବା ପାଇଁ ଭୁନେଶ୍ବର ର ଗୋଟିଏ ଭଲ କଲେଜ ରେ ଆଡ଼ମିଶନ ନେଲ୍ ଏବଂ ପ୍ରୀତି କଳା ବିଷୟ ନେଇ ପଢ଼ିବା ପାଇଁ ରାଉକେଲା ର ଗୋଟିଏ ଭଲ କଲେଜ ରେ ଆଡ଼ମିଶନ ନେଲା। ଅଲଗା ହେବା ପରେ ମଧ୍ୟ ସୋନଙ୍କର ସମ୍ପର୍କ ରେ କୌଣସି ବାଧା ଆସିନଥିଲା। ଦୁହେଁ ସମୟ ପାଇଲେ ପରସ୍ପର ସହ ମିଶି ବହୁତ ମଜା ମଧ୍ୟ କରନ୍ତି କଥା ବାର୍ତ୍ତା ହୁଅନ୍ତି। ଏହିପରି ଭାବରେ ଗୋଟିଏ ବର୍ଷ ବିତିଗଲା ଜଣାପଡ଼ିଲା ନାହିଁ।
ଯେତେ ଦିନ ବଢ଼ି ବଢ଼ି ଚାଲିଥିଲା ସେତେ ସେମାନଙ୍କ ମଧ୍ୟରେ ଥିବା ଦୂରତା ମଧ୍ୟ ବଢ଼ି ଚାଲିଥିଲା। ହେଲେ ପ୍ରୀତି କୁ ଜଣା ନଥିଲା ଯେ ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତା ସବୁଦିନ ପାଇଁ ପରସ୍ପର ଠାରୁ ଅଲଗା ହୋଇଯିବେ ବୋଲି ପ୍ରୀତି କେବେ ହେଲେ ବି ଭାବି ନଥିଲା। ସତେ ଯେମିତି କି ତାଙ୍କ ସମ୍ପର୍କ କୁ କାହାର ନଜର ଲାଗିଯାଇଥିଲା।
ହିନ୍ଦୀ ରେ ଗୋଟିଏ କଥା ଅଛି “ତିନ୍ ତିଗାଡା କାମ୍ ବିଗାଡା।“ ଯେବେ ଠାରୁ ସେମାନଙ୍କ ଦୁଇ ଜଣ ସାଙ୍ଗ ଭିତରେ ତୃତୀୟ ସାଙ୍ଗ ଆସିଲା ପରେ ସେମାନେ ଦୁଇ ଜଣ ଦୁଇ ଜଣ ଙ୍କ ଠାରୁ ଦୂରେଇବାରେ ଲାଗିଲେ। ପ୍ରିୟା ର ସାଙ୍ଗ ଅନୁଜ ଯେତେବଳେ ତା ଜୀବନ ରେ ଆସିଲା ପ୍ରଥମେ ସାଙ୍ଗ ଏବଂ ପରେ ତାର ପ୍ରେମିକ ଭାବରେ ପରିଣତ ହେଲା। ଅନୁଜ ଏବଂ ପ୍ରିୟା ର ସମ୍ପର୍କ ଯେତେ ବଢ଼ିବାରେ ଲାଗିଲା ପ୍ରିୟା ପ୍ରୀତି କୁ ତା ଠାରୁ ଦୂରେଇବାରେ ଲାଗିଲା। କାରଣ ସେ ଅନୁଜ ର ପ୍ରେମ ରେ ପାଗଳ ହୋଇଯାଇଥିଲା। ସେହି ଦିନ ଠାରୁ ପ୍ରିୟା ପ୍ରୀତି କୁ ମିଛ କହିବା ଆରମ୍ଭ କରିଥିଲା। ନିଜ କୁ ପ୍ରୀତି ଠାରୁ ଦୂରେଇବା କୁ ଆରମ୍ଭ କରିଦେଇଥିଲା। କେବଳ ତାର ସେହି ମନ ର ମଣିଷ ଅନୁଜ ପାଇଁ।
ଅନୁଜ ସହିତ ତାର ସେହି ଦୁଇ ବର୍ଷ ର ସମ୍ପର୍କ ରେ ସେ ତାର ପିଲାବେଳ ର ସାଙ୍ଗ ପ୍ରୀତି ସହିତ ଥିବା ଦଶ ବର୍ଷ ର ସମ୍ପର୍କ କୁ ସାଙ୍ଗେ ସାଙ୍ଗେ ଭାଙ୍ଗି ଦେଇଥିଲା। ଦଶ ବର୍ଷ ର ସେହି ସମ୍ପର୍କ ଯାହା ସମସ୍ତ ଙ୍କ ପାଇଁ ଉଦାହରଣ ଥିଲା ପ୍ରିୟା ସେହି ସମ୍ପର୍କ କୁ ଭାଙ୍ଗିବା ପାଇଁ ଦାଶ ସେକେଣ୍ଡ ମଧ୍ୟ ନେଇ ନଥିଲା। ପ୍ରିୟା ପ୍ରୀତି ସହିତ ଥିବା ସମ୍ପର୍କ କୁ ସବୁଦିନ ପାଇଁ ଭାଙ୍ଗି ଦେଇଥିଲା। ପ୍ରିୟା ପ୍ରୀତି ର ଜୀବନ କୁ ସବୁଦିନ ପାଇଁ ଅନ୍ଧାର କରିଦେଇ ଚାଲି ଯାଇଥିଲା।
ଯାହାଫଳରେ ସବୁଦିନ ପାଇଁ ପ୍ରୀତି ମନରେ ଥିବା ଅନ୍ୟ ମାନଙ୍କ ପ୍ରତି ବିଶ୍ୱାସ ଭରସା ଇତ୍ୟାଦି କୁ ପ୍ରିୟା ଜଳି ପୋଡ଼ି ଦେଇଥିଲା। ଯାହାଫଳରେ ପ୍ରୀତି ଅନ୍ୟ ମାନଙ୍କ ଉପରେ ବିଶ୍ୱାସ କରିବା ପାଇଁ ଡରିଲା। ସେ କେବଳ ଗୋଟିଏ ମୃତ ଶରୀର ପରି ଜୀବନ ବିତାଇଲା।
କଣ ଏହା ହେଉଛି ଗୋଟିଏ ବନ୍ଧୁତା ର ସମ୍ପର୍କ?? କଣ ଦୁଇ ସାଙ୍ଗ ଭିତରେ ତୃତୀୟ ଜଣକ ପ୍ରବେଶ ଫଳରେ ସେ କଣ ଅନ୍ୟ ଜଣକୁ ସବୁବେଳେ ପାଇଁ ଛାଡ଼ିଦେଇ ଚାଲିଯିବା?? ଏହି ପ୍ରଶ୍ନ ଟି ସବୁବେଳେ ପ୍ରୀତି ର ମନ ଭିତରେ ରହିଗଲା ଏବଂ ସେ ଏବେ ପର୍ଯ୍ୟନ୍ତ ତାର ଉତ୍ତର ପାଇ ପାରିଲା ନାହିଁ।
ଯେଉଁ ସମ୍ପର୍କ ରେ ବିଶ୍ୱାସ, ଭରସା, ଭଲ ପାଇବା, ପରସ୍ପର ପ୍ରତି ସମ୍ମାନ ନଥାଏ ସେହି ସମ୍ପର୍କ କେବେହେଲେ ସଫଳ ହେବ ନାହିଁ। ଗୋଟିଏ ସମ୍ପର୍କ କୁ ସୃଦୃଢ଼ କରିବାକୁ ହେଲେ ବିଶ୍ୱାସ , ଭରସା ନିହାତି ଆବଶ୍ୟକ। ବିଶ୍ୱାସ ଭରସା ସମ୍ପର୍କ ରେ
ଥିଲେ ସେହି ସମ୍ପର୍କ କେବେହେଲେ ଭାଙ୍ଗିବ ନାହିଁ। ଯେତେ ବାଧା ଆସିଲେ ମଧ୍ୟ ତାକୁ କିଏ କେବେହେଲେ ବି ଭାଙ୍ଗି ପାରିବେ ନାହିଁ।
ପ୍ରେରଣା ପାତ୍ର
505 total views, 1 views today