ବାକ୍ୟ ଦେବୀ ସରସ୍ଵତୀ
_________________
ଶ୍ୱେତ ପଦ୍ମାସନା ସୁରମ୍ୟ ଆନନା
ବାକ୍ୟ ଦେବୀ ସରସ୍ଵତୀ,
ହଂସବାହିନୀ ହେ ବୀଣାବାଦିନୀ
ତୁମ ପାଦେ ମୋ ପ୍ରଣତି ।।
ତୁମ ଦୟାବଳେ ଅଧମ ମୂରୁଖ
ପାଇଥାଏ ହିତ ଜ୍ଞାନ,
ତୁମରି ବୀଣା ଝଙ୍କାରେ ପାଇଥାଏ
ଜଡ ଜଗତ ଚେତନ ।।
ଧବଳ ବସନେ ତୁମେ ସୁଶୋଭିତା
କୁଞ୍ଚିତ କୃଷ୍ଣ କୁନ୍ତଳ,
ଗଳାରେ ଲମ୍ବିତ ମୋତିର ହାର
କର୍ଣ୍ଣରେ ଦୋଳେ କୁଣ୍ଡଳ ।।
ତୁମେ ଦେବୀ ଜ୍ଞାନ,ସଙ୍ଗୀତ,କଳାର
ଇଷ୍ଟଦେବୀ ପୁଣି କବିର,
ତୁମ କୃପାବଳେ କବିତା ସୃଜଇ
ତୁମେ ତ ଲେଖନୀ ଗାର ।।
ପୂଜା ପାଇଥାଅ ଶ୍ରୀପଞ୍ଚମୀ ଦିନ
ବିଦ୍ୟା ଆଳୟ ମନ୍ଦିରେ,
ଖଡିଛୁଆଁ ହୁଏ ଏହି ଶୁଭଦିନେ
ପୂଜନ୍ତି ସର୍ବେ ଶ୍ରଦ୍ଧାରେ ।।
ଆହେ ବାକ୍ୟ ଦେବୀ ମାଆ ସରସ୍ଵତୀ
କଣ୍ଠରେ କର ଯେ ବାସ,
ଲେଖନୀ ରେ ମୋର ଭରିଦିଅ ଶକ୍ତି
ଦୂର ହେଉ ଅବଶୋଷ ।।
ଉର୍ମିଳା ଗଉଡ଼,
କଳାହାଣ୍ଡି