ବଦଳିଛି ସମୟ
***********
ବଦଳି ଯାଇଛି ସଭିଙ୍କ ଜୀବନ
ନାହିଁ ପୁରୁଣା ସମୟ,
ହାତ ପାହାନ୍ତା ରେ ଦୁନିଆ ଟି ଆଜି
ଲାଗେ ବହୁ ସୁଖମୟ।
ମନୋରଞ୍ଜନ ର ମାଧ୍ୟମ ଅଟେ ଏ
ପ୍ରଶ୍ନ ର ଉତ୍ତର ଦିଏ,
ସମୟ ଚାଲିଯାଏ ଜଣା ପଡ଼େନି
ନିଜକୁ ସେ ଭୁଲି ଯାଏ।
ଫେସବୁକ, ଗୁଗଲ, ୟୁଟ୍ୟୁବ ଆଦି
କରୁଅଛି ଯେ ପାଗଳ,
ପାଠ ସାଠ ସବୁ ଗଲେଣି ଯେ ଭୁଲି
ଫୋନ୍ କରୁଅଛି ଖେଳ।
ପିତା ମାତା କଥା କୁ କାନ ନଦେଇ
ସମୟ କରନ୍ତି ନଷ୍ଟ,
ସେଥିପାଇଁ ଅନେକ ମାନବ ଆଜି
ହୋଇ ଗଲେଣି ଯେ ଭ୍ରଷ୍ଟ।
ଶୁଭସ୍ମିତା ମହାନ୍ତି
ନବରଙ୍ଗପୁର
31 total views, 2 views today