ବଦଳିଛି ମୋ ଗାଁର ଚିତ୍ର
ସରସ୍ବତୀ ନାୟକ
ଜହ୍ନ ବି ରୁଷିଛି ସୂରୁଜ ଲୁଚୁଛି
ସବୁ ଫିକା ଆଜି ସତ
ଅତ୍ୟାଧୁନିକର କବର ମଧ୍ୟରେ
ବଦଳିଛି ଗାଁଆ ଚିତ୍ର। ।।
ପାଟ ସରସୀରେ ଅଭିମାନୀ କଇଁ
ପଦୁଅଁ ବିଷାଦଗ୍ରସ୍ତ
ଲାଉ ,କଖାରୁର ଚାଳେ ନାହିଁ ଦେଖା
ଝୋଟିରେ ଶୋଭେନା କାନ୍ଥ ।।
ଧାନ କିଆରୀରେ ଶୁଭୁନାହିଁ ଆଉ
କୃଷକର ମଧୁଗୀତ
ପଡ଼ୋଶୀ ସାଥିରେ ଭାବଟି ଅଭାବ
ବସେନା କେ ଆଉ ମିତ ।।
ମେଳା ମଉଛବ ଅପସରିଲାଣି
ଜନାଗ୍ରହୀ ଡିଜେ ଗୀତ
ଛନ୍ଦ,ଚମ୍ପୁ,ତାଳ ହେଲାଣି ବେସୁରା
ବିସ୍ମୃତି ସାହିର ଯାତ ।।
ଗୁରୁଜନେ ଭକ୍ତି କନିଷ୍ଠରେ ଶ୍ରଦ୍ଧା
ଲିଭିଲାଣି ମନୁ ସତ
ହାଲୋ, ହାଏ,ଵାଏ ଇଂରାଜୀ ସଭ୍ୟତା
କରିଅଛି କରାୟତ ।।
ଆପଣାର ଭାବ ହୋଇଅଛି ଶୂନ୍ୟ
ମୂଳପିଣ୍ଡ ଏ ଅସତ୍ୟ
ମିଛର ଆବର୍ତ୍ତେ ସର୍ବେଛନ୍ତି ଫସି
ଜନନୀ ମୋ ଭାରାକ୍ରାନ୍ତ ।।
ପୁରୀ
6 total views, 1 views today