ବଡ ଦିଅଁ ତୁହିଁ
ବଡ ଦିଅଁ ତୁହିଁ ବଡ ଦୁଃଖୀ ମୁହିଁ
ଦୁଃଖ କହିବାକୁ ଆସିଛି,
ପାପରେ ଭରିଛି ମୋର ଭଙ୍ଗା ଥାଳ
ଲୁହେ ମୋ ଜୀବନ ଭାସୁଛି।
କାହିଁକି ଦେଲୁରେ ଏମିତିଆ ଭାଗ୍ୟ
ତୋ ନାମ ତୁଣ୍ଡରେ ପଶୁନି,
ପାପ ପଙ୍କେ ସଦା ଘାଣ୍ଟି ହେଉଅଛି
ଭଲ କଥା କିଛି ରୁଚୁନି।
ଅନ୍ତର ବେଦନା ବଳି ପଡୁଅଛି
ଚକାଆଖି ଖାଲି ଦିଶୁଛି।।
ତୁହିଁ ବଡ ଦିଅଁ……
ଷାଠିଏ ପଉଟି ତୋ ମହା ପ୍ରସାଦ
ମୋ ପାଇଁ କି ସାତ ସପନ,
ମତେ ମିଳେ ନାହିଁ ପଖାଳ ଗଣ୍ଡିଏ
ଧିକ ଏ ମଣିଷ ଜୀବନ।
ତୁହିଁ ନଚାହିଁଲେ ତୋ ଦୟା ନହେଲେ
ଗଛ ପତ୍ର କିବା ହଲୁଛି।।
ବଡ ଦିଅଁ ତୁହିଁ ବଡ ଦୁଃଖି ମୁହଁ
ଦୁଃଖ କହିବାକୁ ଆସିଛି,
ପାପରେ ଭରିଛି ମୋର ଭଙ୍ଗା ଥାଳ
ଲୁହେ ମୋ ଜୀବନ ଭାସୁଛି।
ପାରାଦୀପ, ଜଗତସିଂହପୁର।