ଵାଵା ଧଵଳେଶ୍ୱର
ଏଲିନା ଶତପଥୀ
ମହାନଦୀ ତୀରେ
ଵସିଛ ଠାକୁରେ
ପ୍ରଶିଦ୍ଧ ଵାଵା ତୁମେ
ଧବଳେଶ୍ବର ନାମରେ।
କାର୍ତ୍ତିକ ମାସର
ସବୁ ସୋମଵାରେ
ଭିଡ଼ ଲାଗେ ପ୍ରଭୁ
ତୁମରି ପିଠରେ
ଅପୁତ୍ରିକ ପାଏ
କୋଳରେ ନନ୍ଦନ
ଏ’ଦିନେ ପୂଜିଲେ
ତୁମକୁ ତ୍ରିଲୋଚନ।
ଦନ୍ତାଘାତୁ ତୁମେ
କରିଥାଅ ମୁକ୍ତି
ଅଶେଷ କରୁଣା
ତୁମର ପଶୁପତି
ପଞ୍ଚାକ୍ଷର ମନ୍ତ୍ରରେ
ତୁମେ ହୁଅ ସନ୍ତୁଷ୍ଟ
ଭକତକୁ ଦେଇଥାଅ
ପ୍ରଭୁ ହେ ଆଶିଷ।
ଦୁଦୁରା ଅରଖ
ଚମ୍ଫା ନାଗେଶ୍ୱର
ଅତିପ୍ରିୟ କେତକୀ
ଵଉଳ ଫୁଲ ତୁମର
ମନପ୍ରାଣ ଢାଳି
କରେ ଯେ ତୁମ ସ୍ତୁତି
ସର୍ବ ରୋଗ ଦୂରକର
ଅପାର ତୁମ ଶକ୍ତି।
ମୃତ୍ୟୁ ମୁଖରୁ ଵାଵା
ତୁମେ ଆଣ ଫେରାଇ
ମହାକାଳ ଵୋଲି ସାରା
ଵିଶ୍ୱ କୁହଇ।
ସବୁରି ମନକୁ ଯାଣି
ତୁମେ ଦେଇଥାଅ ବର
ତୁମ ଚରଣେ
ଶରଣ ମାଗେ
ହେ’ ପାର୍ବତୀ ଵର।
ମାଲକାନଗିରି
228 total views, 1 views today