April 02, 2023
11 11 11 AM
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା
ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା
ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା
ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                       
ପାନ ବଟୁଆ — ସୀମାଞ୍ଚଳ ପଣ୍ଡା               
ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା
ପଖାଳ — ସୀମାଞ୍ଚଳ ପଣ୍ଡା
ପ୍ରମାଦ — ସୀମାଞ୍ଚଳ ପଣ୍ଡା
ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ
ନିଵେଦନ – ଅଶୋକ କୁମାର ପତି
ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ
ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ
ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା
ମୋ ଜୀବନ – ହେମନ୍ତ କୁମାର ସାହୁ ‌
ଶୀତ – ଶ୍ରୀମତୀ କୃଷ୍ଣା ଦାସ
ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ
ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ
ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ
ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ
କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ
Latest Post
ରାମ ନାମେ କି ରସ ଅଛି! — ସୀମାଞ୍ଚଳ ପଣ୍ଡା ମନରେ ଆସୁ ମୋ ଶୁଦ୍ଧ ଭାବନା — ସୀମାଞ୍ଚଳ ପଣ୍ଡା ସମୟ ମାଗୁଛି ସମ୍ମାନ ଟିକେ — ସୀମାଞ୍ଚଳ ପଣ୍ଡା ଏ ସନ ଫଗୁଣ ନ ହେଉ କାଳ — ସୀମାଞ୍ଚଳ ପଣ୍ଡା                        ପାନ ବଟୁଆ — ସୀମାଞ୍ଚଳ ପଣ୍ଡା                ଅପେକ୍ଷାର ଫଳ ମିଠା — ସୀମାଞ୍ଚଳ ପଣ୍ଡା ପଖାଳ — ସୀମାଞ୍ଚଳ ପଣ୍ଡା ପ୍ରମାଦ — ସୀମାଞ୍ଚଳ ପଣ୍ଡା ଦୟାର ସାଗର – ଡଃ ପ୍ରିୟମ୍ବଦା ସାମଲ ନିଵେଦନ – ଅଶୋକ କୁମାର ପତି ଯିବା ମୋ’ ଉତ୍କଳ ଖାଇବା ପଖାଳ- ଜାନକୀ ମହାନ୍ତ ଯିବା ଉତ୍କଳ ଖାଇବା ପଖାଳ – ଡଃ ପ୍ରିୟମ୍ବଦା ସାମଲ ପଚାଶ୍‌ ବଛର୍‌ ଆଗର୍‌ ମୋର ବହୂ ତାଁକର୍‌ ଆଉର୍‌ ମୋର୍‌ ମାଏନ୍‌ – ସୁଧୀର୍‌ ପଂଡା ମୋ ଜୀବନ – ହେମନ୍ତ କୁମାର ସାହୁ ‌ ଶୀତ – ଶ୍ରୀମତୀ କୃଷ୍ଣା ଦାସ ଖାସ ତୁମପାଇଁ – ଶ୍ରୀମତୀ କୃଷ୍ଣା ଦାସ ନିବିଡ଼ତା – ଶ୍ରୀମତୀ କୃଷ୍ଣା ଦାସ ହେ ଜୀବନ – ଶ୍ରୀମତୀ କୃଷ୍ଣା ଦାସ ମୁଁ ଭାବିଥିଲି – ଶ୍ରୀମତୀ କୃଷ୍ଣା ଦାସ କଥା ଦିଅ ସାଥି କେବେ ଛାଡ଼ିବନି ହାତ – ଭାସ୍କର ରାଉତ

ଆଉ କେବେ — ©ବିନୟ କୁମାର ମହାନ୍ତି

ଆଉ କେବେ

©ବିନୟ କୁମାର ମହାନ୍ତି

ଏ ଆର୍ତ୍ତସ୍ବର
ଏମିତି ପବନରେ
ମିଳେଇ ଯିବାରେ
ଆଶ୍ଚର୍ଯ୍ୟ ‌ହେବାର
କିଛି ନାହିଁ।

ଗୋଟିକ ପରେ
ଗୋଟିଏ ପୃଷ୍ଠା
ପ୍ରେମ ଗପର
ବିବଶ ହେଲାପରେ
ଆକାଶର ରଙ୍ଗ ତଥାପି
ନୀଳ‌ ହୋଇ ଥିବ
ଏମିତି ଭାବିବା ବି ଭ୍ରାନ୍ତି।

ଆଗେ ଆଗେ ତୁ
ତୋ ପଛରେ ମୁଁ
କେବେ ମୋ ପଛେ ପଛେ
ତୁ ଗୋଡେଇ ଯିବା ବିଶ୍ବବାସୀ
ଦେଖିପାରନ୍ତିନି।

ଗୋଟିକ ପରେ ଗୋଟିଏ ଦିନ
ଆଗପଛ ଧାଡ଼ିରେ ଏମିତି
ଚାଲିଯାଆନ୍ତି
ଆମର ହସ ଲୁହ
ଉତ୍ଥାନ ପତନ ଆଡେ
ନ ଅନେଇ।

ଆମ ସୁଖ ଦୁଃଖ
ଭୁଲ ଠିକ୍‌ ର
ନିର୍ଭର ଯୋଗ୍ୟ ଠିକାଦାର
ଥାଆନ୍ତା ଯଦି କିଏ
ଏତେ ଖାଲ ଖମା
ଅଳିଆ ଅରମାର ଅନ୍ଧାରରେ
ପଡୁନଥାନ୍ତା ଆମ ପାଦ,
ଏତେ ରକ୍ତ
ଝରୁ ଥାନ୍ତାକି ଛାତିରୁ
ଛପର ଉପର ଆକାଶ
ଏମିତି ବିପଦ ସଂକୁଳ
ହୋଇ ଥାଆନ୍ତା କି!

ଚିବୁକରେ ଚୁମା ଦଉ ଦଉ
ବରଫ ପାଲଟି ଯାଏ ଓଠ
ଓସ୍ତଗଛ ମୂଳରୁ
ଉଭାନ୍ ହୋଇ ଯାଆନ୍ତି
ଆମ ଆରାଧ୍ୟ ଇଶ୍ଵର
ପା ସଳଖି ଯାହା ଖାଲି
ଠିଆ ହୋଇ ଯିବା କଥା
ପବନ ମୁହଁରେ।

ଆଉ କେବେ?

ଆଉ କେବେ ଦେଖାହେବ
କେଉଁ ସଂଶୟର ଛକରେ
ହୁଏତ ଆମେ ସେତେବେଳକୁ
ଭୁଲିଯାଇଥିବା ଆମର ଅଧୁରା
ପ୍ରତିଶ୍ରୁତି ଗୁଡିକ
ଯାହା ଝୁଲୁଥିବେ
ବରଗଛ ଓହଳରେ।

କିଏ ଜାଣେ ସେତେବେଳକୁ
ଶୀତ୍କାର ଥିବ କି ନା
ସ୍ତନାଙ୍କୁରରେ!

ଆଉ କେବେ!
କିଏ ଜାଣେ,
ଦେଖା ‌ହେବ କି ନା
ଆଉ କେବେ।
————————-
ବିଭାଗୀୟ ମୁଖ୍ୟ, ପ୍ରାଣୀବିଜ୍ଞାନ
ମଧୁପୁର କଲେଜ, କଲଣ
ଯାଜପୁର
ମୋ-୯୪୩୮୧୪୦୯୯୯
——————————

 1,053 total views,  1 views today

2 thoughts on “ଆଉ କେବେ — ©ବିନୟ କୁମାର ମହାନ୍ତି

  1. It looks good~Really looks good~My younger sister, who may not have white skin, is wearing a dark and yellow complexion. But I’m also super satisfied~very beautiful watch~I like it. The second hand is also very accurate. I got what I like with it! Happy

Leave a Reply

Your email address will not be published. Required fields are marked *