ଅତ୍ୟାଚାରୀ
ଅରୁଣ କୁମାର ମହାପାତ୍ର
ସଜ୍ଞାହୀନ ମଣିଷଟି
ଅମର୍ଯ୍ୟାଦା କରିବସେ ପଦ ମର୍ଯ୍ୟାଦାକୁ
ଶାଣିତ ଶବ୍ଦର ସମ୍ଭାର
ମୁଖୁତା ନିସୃତ ।
ବୁଝେନା ସେ କର୍ମର ମହତ୍ତ୍ବ
ନୀଚ ନୁହେଁ କେଉଁ କାର୍ଯ୍ୟ
ଛିଣ୍ଡିଯିବ ତା ପଦର ଶୃଙ୍ଖଳା
ପରିପୂର୍ଣ୍ଣ କାର୍ଯ୍ୟ ସବୁ ମିଳିତ ପ୍ରୟାସେ ।
ଯୋଗ୍ୟ ନୁହେଁ କହିପାରେ ଯିଏ
ଅବା ନୁହଁଇ ଅଯୋଗ୍ୟ ସହିବା ଲୋକଟି
ଘାଣ୍ଟି ଚକଟି ହୁଅଇ ବା କିଏ
ସମୟର କଷଟି ପଥରେ ।
କାର୍ଯ୍ୟରତ ଅହରହ
ଚାଲେ ସିଏ ସମୟର ମସୃଣ ଚଟାଣେ
କଷାଟି ପଥରେ ଘଷି ତା କୋମଳ ଶରୀର
ସହିଛି ଯେ ଘର୍ଷଣ ଉତ୍ତାପ
ଆସିବ ତା ଭାବାନ୍ତର
ନହେବ ନାସ୍ତିକ ଅବା ଅତ୍ୟାଚାରୀ ।
247 total views, 1 views today