May 22, 2022
11 11 11 AM
“କିଏ ତୁମେ ଅଭିସାରିକା” କବି- ପବିତ୍ର ବେହେରା
ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା
ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ
ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା
ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର
ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍
ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା
ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ
ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର
ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର
ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ
ବିକୃତ — ଜୁମର ନାଥ ପାତ୍ର
ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ
କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ
ସନ୍ତାନ — ଅରେନ୍ଦ୍ର କୁମାର ଦାଶ
ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ
ଆହ୍ୱାନ — ଜୟ କୁମାର ମିଶ୍ର
ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର
ଲୁହ — ରଶ୍ମୀବାଳା ଶତପଥୀ
Latest Post
“କିଏ ତୁମେ ଅଭିସାରିକା” କବି- ପବିତ୍ର ବେହେରା ଅପରାହ୍ନର ଅବଶୋଷ — ହୃଦୟ ରଞ୍ଜନ ପରିଡ଼ା ଅପରାହ୍ନର ଅବଶୋଷ — ଚୁନିଲ କୁମାର ଗଙ୍ଗ ଦେଵ ଅପରାହ୍ନର ଅବଶୋଷ — ସ୍ୱାଗତିକା ବେହେରା ଅପରାହ୍ନର ଅବଶୋଷ — ଚିନ୍ମୟୀ ମହାପାତ୍ର ଅପରାହ୍ନର ଅବଶୋଷ — ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଅପରାହ୍ନର ଅବଶୋଷ— ରାଜେଶ କୁମାର ବାରିକ୍ ଅପରାହ୍ନର ଅବଶୋଷ — ଭାରତୀ ପଣ୍ଡା ଅପରାହ୍ନର ଅବଶୋଷ — ପ୍ରୀତିରଞ୍ଜନ ନାୟକ ଅପରାହ୍ନର ଅବଶୋଷ — ପ୍ରିୟଦର୍ଶିନୀ ମହାପାତ୍ର ଲୁହର ଅନ୍ତରାଳେ — ପ୍ରଣତି ଆଚାର୍ଯ୍ୟ ମିଶ୍ର ଇଛାମାନଙ୍କ ମୃତ୍ୟୁ ରେ — ମହେନ୍ଦ୍ର ନନ୍ଦ ବିକୃତ — ଜୁମର ନାଥ ପାତ୍ର ଗଙ୍ଗା ଯେ ଦେଶେ ବହେ — ଭରତ ବନ୍ଧୁ ବିଶ୍ୱାଳ କବି ଟିଏ ମୁଁ କବି ଟିଏ — ଜାନକୀ ମହାନ୍ତ ସନ୍ତାନ — ଅରେନ୍ଦ୍ର କୁମାର ଦାଶ ଅତିବଡି ତବ ବଡ଼ିମା — ବିଶ୍ୱେଶ୍ୱର ମାଝୀ ଆହ୍ୱାନ — ଜୟ କୁମାର ମିଶ୍ର ଶେଷ ସ୍ପର୍ଶ — ଅରୁଣ କୁମାର ମହାପାତ୍ର ଲୁହ — ରଶ୍ମୀବାଳା ଶତପଥୀ

ଆତ୍ମତୃପ୍ତି- ତପନ ସାହୁ

#ଆତ୍ମତୃପ୍ତି
****************************

ଆଲୋ ଯାଉନୁ ଖାଇଦବୁ !କେତେ ସମୟ ଆଉ ଅପେକ୍ଷା କରିବୁ?ତୋ ବାପା ତ ଆସିଲା ବେଳକୁ ରାତି ଦି ଘଡିଏ ହବ।ତୁ ଝିଅପିଲାଟା ଏତେ ସମୟ ଭୋକ ସମ୍ଭାଳି ପାରିବୁ?ମୋ ବୋଉର ଏମିତି କଥା ଶୁଣି ଚିଡିଗଲି ମୁଁ।ଆଉ ରାଗରେ କହିଦେଲି ତୁ କାହିଁକି ଭଟଭଟ ହଉଛୁ କହିଲୁ?ମୁଁ ତ ମୋର ଅନେଇଛି ବାପା ଆସିଲେ ଆମେ ବାପ ଝିଅ ସାଙ୍ଗ ହୋଇ ଖାଇବୁ ।ହଉ ହେଲା ଆଉ ତୋର ଯାହା ଇଛା ସେଇଆ କର ତମ ବାପ ଝିଅଙ୍କ କଥାରେ ମୋର ମୁଣ୍ଡ ପୁରେଇବା ଦରକାର ନାହିଁ।ଏତିକି କହି ବୋଉ ଚାଲିଗଲା ତା’ ରୁମ୍ କୁ।ମୁଁ ସେମିତି ଚାତକ ପରି ଚାହିଁରହିଲି ବାପାଙ୍କ ଫେରିବା ବାଟକୁ।ବାପା ଆସିଲେ ରାତି ଦଶଟାରେ।ଆମେ ସାଙ୍ଗ ହୋଇ ଖାଇଲୁ ।ମୁଁ ମୋର ନିଜ ହାତରେ ଖାଉଥିଲି ବାପା କିନ୍ତୁ ମୋତେ ଜବରଦସ୍ତି ଖୁଆଇଦେଇ ବୋଉ ଆଡକୁ ଚାହିଁ କହିଲେ ଦେଖୁଛ ମାଳତୀ ,ଝିଅ ତମର ଆଉ କିଛିଦିନ ପରେ କଲେଜ ପଢା ସାରିବ ଅଥଚ ନିଜ ହାତରେ ଖାଇବା ଶିଖିଲାନି।ବୋଉ ଗରଗର ହେଇ କହିଲା ହଉ ତମେ ବାପଝିଅ ସେମିତି ଫାର୍ସ ହଉଥାଅ।
ପରଦିନ କଲେଜରୁ ଫେରିଲାବେଳେ ଜୋର୍ ରେ ବର୍ଷା ହେଲା।ମୁଁ ସଂପୂର୍ଣ୍ଣ ଭିଜି ଯାଇଥିଲି।ଟିକେ ଜ୍ବର ଜ୍ବର ଲାଗୁଥିଲା ବୋଲି ମୁଁ ଆଉ ରାତିରେ ବାପାଙ୍କୁ ଅପେକ୍ଷା କରିନଥିଲି।ଆଗ ଖାଇଦେଇ ଶୋଇପଡିଥିଲି।ସେଥିପାଇଁ ତା’ପରଦିନ କଲେଜରେ ମୋର ଆଉ କୌଣସି କ୍ଲାସ୍ ରେ ମନ ଲାଗିନଥିଲା।ମୁଁ ଟିକେ ଅପସେଟ୍ ଥିଲି ବୋଲି ପ୍ରକାଶ ମୋତେ ଖୁସି କରେଇବାକୁ ଚେଷ୍ଟା କଲେ।ଆଉ ସଫଳ ମଧ୍ୟ ହେଲେ।ସେ ମୋ ଠାରୁ ଗୋଟେ ବର୍ଷ ସିନିୟର୍।ତାଙ୍କର କଲେଜ ପଢା ସରିଯାଇଥିଲା କିନ୍ତୁ ମୋ ପାଇଁ ସବୁଦିନ କଲେଜ ଆସନ୍ତି ।ତାଙ୍କ ଷ୍ଟାଇଲିସ୍ ଆନ୍ଦାଜ୍ ଆଉ ଟକିଂ ଷ୍ଟାଇଲ୍ ରେ ମୁଁ ପୁରାପୁରି ଫିଦା ହେଇଯାଇଥିଲି।ଅଳ୍ପ କିଛିଦିନର ମିଳାମିଶା ଭିତରେ ପ୍ରକାଶ ଆଉ ମୁଁ ପରସ୍ପରକୁ ଭଲପାଇସାରିଥିଲୁ।ପ୍ରକାଶଙ୍କ ଭିତରେ ମୁଁ ମୋ ବାପାଙ୍କୁ ପାଇଥିଲି।ମୋ ବାପାଙ୍କ ପରି ସେ ବି ମୋତେ ଖୁବ୍ ଭଲ ପାଆନ୍ତି।ମୋ ମୁଡ୍ ଅଫ୍ ଥିଲେ ପ୍ରକାଶଙ୍କ ସହ କଥା ହେଲେ ପୁରାପୁରି ଠିକ୍ ହେଇଯାଏ।ବହୁତ କେୟାରିଂ ଆଉ ଲଭିଂ ନେଚର୍ ତାଙ୍କର।ମୋତେ ତ ବେଳେବେଳେ ଫିଲ୍ ହୁଏ ତାଙ୍କ ବିନା ଗୋଟେ ମୁହୁର୍ତ୍ତ ମୁଁ ବଞ୍ଚିପାରିବିନି।
ସେଦିନ ରାତିରେ ବାପା ବୋଉକୁ କହୁଥିଲେ ଆମ ଲିଜା ପାଇଁ ଗୋଟେ ଭଲ ପ୍ରସ୍ତାବ ଜୁଟିଛି।ତା’ ପାଠପଢା ସରୁ ଏଇଥର ବାହାଘର କାମଟା ସାରିଦବା।ବାପାଙ୍କ କଥାଶୁଣି ମୋ ମୁଣ୍ଡ ଆଉ କାମ କଲାନି।ପ୍ରକାଶଙ୍କ ବିନା…..ମୁଁ ବଞ୍ଚିବି କେମିତି ?ପ୍ରକାଶଙ୍କୁ ଜଣେଇଲି।ସେ ସଫା ସଫା କହିଦେଲେ ମୋ ଛଡା ଆଉ କାହାକୁ ବାହା ହେବେନି।ସେ କହିଲେ ଚାଲ ଆମେ କୁଆଡେ ପଳେଇବା।ଏଠି ରହିଲେ ତମ ବାପା ଆଉ କୋଉଠି ତମ ବାହାଘର ଠିକ୍ କରିଦେବେ।ତୁମ ବିନା ମୁଁ ବଞ୍ଚିପାରିବିନି ଲିଜା ,ତୁମ ବିନା ଗୋଟେ ସେକେଣ୍ଡରେ ମୁଁ ଅଣନିଃଶ୍ବାସୀ ହେଇଯିବି।ଏତିକି କହି ପିଲାଙ୍କ ପରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ପ୍ରକାଶ।ମୁଁ ବି ତାଙ୍କ କଥାରେ ରାଜିହେଲି ।ଫାଇନାଲ୍ ହେଲା ଆଜି ରାତିରେ ସମସ୍ତେ ଶୋଇଗଲା ପରେ ଆମେ ଲୁଚିକି ପଳେଇବୁ।
ଆଜି ବାପା ଆସିବା ଆଗରୁ ମୁଁ ଆଗୁଆ ଖାଇଦେଇ ଶୋଇପଡିଲି ।ତା ପୂର୍ବରୁ ମୋ ଡ୍ରେସ୍-ପଟା ଆଉ କିଛି ଟଙ୍କା, ବ୍ୟାଗ୍ ରେ ଭର୍ତ୍ତି କରିସାରିଥିଲି।ବାପା ଆସିଲେ ରାତି ଦଶଟାପରେ।ମୋତେ ଶୋଇଥିବାର ଦେଖି ଆଉ ଡାକିଲେନି।ତାଙ୍କ କାମ ସାରି ସେ ବି ଶୋଇପଡିଲେ।ବାପା,ବୋଉ ଆଉ ମୋ ସାନଭାଇ ନିଘୋଡ ନିଦରେ ଶୋଇଥାନ୍ତି।ସେତେବେଳକୁ ରାତି ପାଖାପାଖି ୧ଟା।ପ୍ରକାଶ ଆଉ ତାଙ୍କ ସାଙ୍ଗ ରାଜୁ ଆମ ଘର ବାହାରେ ବାଇକ୍ ଧରି ଛିଡା ହେଇଥିଲେ।ମୋତେ ଫୋନ୍ କରି କହିଲେ ଜଲଦି ଆସ!ମୁଁ ପୁରା ହଡବଡ ହେଇଗଲି।ଭୟରେ ଛାତି ଥରିବାକୁ ଲାଗିଲା।ଦେହସାରା ଝାଳ ଗମ୍-ଗମ୍।ତଥାପି ସାହସ ବାନ୍ଧି ପାଦ ଚାପି ଚାପି ମୋ ରୁମ୍ ବାହାରକୁ ଆସିଲି।ଘରଛାଡି ଚାଲିଯିବା ଆଗରୁ କେଜାଣି କାହିଁକି ବାପାଙ୍କୁ ଦେଖିବାକୁ ଭାରି ଇଛ୍ଛା ହେଲା।ଭାବିଲି ଶେଷଥର ପାଇଁ ବାପାଙ୍କୁ ଟିକେ ଦେଖିଦେଇ ଯିବି।ବାପାଙ୍କ ରୁମ୍ କୁ ଗଲି ,ଭାରି ଭୟ ଲାଗୁଥିଲା କାଳେ ବାପା ଉଠି ପଡିବେ କି? ଦେଖିଲି ବାପାଙ୍କ ବେଡ୍ ପାଖ ଟେବୁଲ୍ ରେ ଖାଇବା ଥାଳି ଘୋଡା ହେଇଛି।ମୁଁ ଘୋଡଣୀ କାଢି ଦେଖିଲି ଖାଇବାରେ ଟିକେ ବି ହାତ ବାଜିନି।ସେଦିନ ବି ଯେତେବେଳେ ବର୍ଷାରେ ଭିଜି ଜ୍ବରରେ ପଡିଥିଲି ବାପା ଅଖିଆ ଅପିଆ ରାତିସାରା ମୋ ମୁଣ୍ଡ ଆଉଁସୁଥିଲେ।ଆଉ ଆଜି ମୁଁ ଆଗୁଆ ଶୋଇପଡିଥିଲି ବୋଲି ବାପା ଖାଇନାହାନ୍ତି।
ୟାରି ଭିତରେ ମୋ ଆଖି ଦିଟା କେତେବେଳେ ଯେ ଓଦା ହେଇସାରିଥିଲା ମୁଁ ନିଜେ ବି ଜାଣିନି।ସେପଟେ ପ୍ରକାଶ ବାରମ୍ବାର କଲ୍ କଲାରୁ ମୋ ମୋବାଇଲ୍ ଟା ଜୋର୍ ରେ ଭାଇବ୍ରେଟ୍ ହେଉଥିଲା।ମୁଁ କିନ୍ତୁ ଲୁହ ଛଳଛଳ ଆଖିରେ ଚାହିଁ ରହିଥିଲି ମୋ ବାପାଙ୍କୁ ।ଏଥର ମୋବାଇଲ୍ ର ଭାଇବ୍ରେସନ୍ ହେବାଟା ପୁରାପୁରି ବନ୍ଦ୍ ହେଇସାରିଥିଲା।କାରଣ ମୁଁ ସୁଇଚ୍ ଅଫ୍ କରିସାରିଥିଲି। ଚୁପ୍-ଚାପ୍ ଯାଇ ମୋ ରୁମ୍ ରେ ବସି ଝର୍କା ଫାଙ୍କ ଦେଇ ସାରାରାତି ଚାହିଁଲି ଆକାଶକୁ।ସକାଳୁ ସକାଳୁ ପୂର୍ବ ଆକାଶର ସୂର୍ଯ୍ୟଟା ଭାରି ନୂଆ ନୂଆ ଲାଗିଲା।ହଠାତ୍ ବାପା ଡାକ ଛାଡିଲେ ଆରେ ମାଆ ଲିଜା !!!ପାଣି ଲୋଟା ଆଣିଲୁ!!!!ମୁଁ ଘୋଡାପରି ଦୌଡିଲି ମୋ ବାପାଙ୍କ ପାଖକୁ ସେତେବେଳେ ମୋ ଦେହସାରା ଚରି ଯାଉଥିଲା ଗୋଟେ ଅପୂର୍ବ ଆତ୍ମତୃପ୍ତିର ସିହରଣ ।

ତପନ ସାହୁ
କନିଷ୍ଠ ଶିକ୍ଷକ,
ଗୌଡୁଣୀପୋଖରୀ ସରକାରୀ ଉ:ପ୍ରା: ବିଦ୍ୟାଳୟ,
ଚାନ୍ଦବାଲି,ଭଦ୍ରକ ।

 401 total views,  1 views today

10 thoughts on “ଆତ୍ମତୃପ୍ତି- ତପନ ସାହୁ

  1. ହୃଦୟ ସ୍ପର୍ଶୀ କାହାଣୀ ଟିଏ, ବିବେକ ସହ କାମ କଲେ, ଭବିଷ୍ୟତରେ ଅସୁବିଧା ଭୋଗିବାକୁ ପଡ଼ିବନି । ଖୁବ୍ ସୁନ୍ଦର ବର୍ଣ୍ଣନା ।

  2. Pingback: madridbet
  3. Hello there! This post couldn’t be written any better!Reading this post reminds me of my previous room mate!He always kept chatting about this. I will forward this article to him.Fairly certain he will have a good read. Thanksfor sharing!

  4. I don?t even know how I ended up here, but I thought this post was good. I do not know who you are but definitely you’re going to a famous blogger if you aren’t already Cheers!

  5. An fascinating discussion is value comment. I feel that it’s best to write more on this subject, it might not be a taboo subject but usually individuals are not enough to talk on such topics. To the next. Cheers

Leave a Reply

Your email address will not be published.

+ 55 = 61