ଆସ ପାଳିବା ମହିଳା ଦିବସ
ସେନେହ ସାଗର ପ୍ରୀତିର ମନ୍ଦିର
ନାରୀ ତୁ ଜଗତ ଜିତା
ତୋ ପାଇଁ ଦୁନିଆ ସଂସାର ସର୍ଜନା
ଦୁଇ କୁଳକୁ ତୁ ହିତା।
ମାଆ ମମତାରେ ଭଗିନୀ ସ୍ନେହରେ
ପତ୍ନୀର ତ୍ଯାଗ ପ୍ରୀତିରେ
କନ୍ଯା କଥାରେ ପ୍ରେମିକା ପ୍ରେମରେ
ଉଭା କରୁଣା ରୂପରେ।
ଚଂଚଳା ଚପଳା ତୁହି ଲଜ୍ଜ୍ଯାଶୀଳା
ତୁହି ଜଗତ କଲ୍ଯାଣୀ
ତୋବିନା ଏ ଧରା ନ ରହିବ ପରା
ତୁହି ତ ସର୍ବ ସହଣୀ।
ତୁହି ଶକ୍ତିମୟୀ ତୁହି ଦୟାମୟୀ
ତୁ ପୁଣି ସ୍ନେହଦାୟିନୀ
ସବୁ ସହି ତୁହି ନୀଳକଣ୍ଠ ପରି
ଦୁଃଖ ପିଇ ସୁଖ ବୁଣି।
ଆସ ହେ ପାଳିବା ମହିଳା ଦିବସ
ତାକୁ ଦେବା ସନମାନ
ତା ପାଇଁ ସଂସାର ସୁଖେ ଭରପୁର
ସେ ଆମ ଜାତିର ମାନ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।
52 total views, 2 views today