ଆସ ମହାଲକ୍ଷ୍ମୀ
ମୋଶୂନ୍ୟ ଦେଉଳେ
ଆସ ମହା ଲକ୍ଷ୍ମୀ ଡାକେ ନିରିମାଖି
ବିଜେକର ମୋର ଶୂନ୍ୟ ମନ୍ଦିରେ,
ପୁଣ୍ୟେ ଦିଅ ଭରି ଦୁଃଖ ନିଅ ହାରି
ଧନ୍ୟ ହେବି ତବ ଆଶିଷ ଭରେ!
ଅସହାୟ ପଣେ ଅଭାବ କାରଣେ
ଦୁଃଖ ଦୁର୍ଦ୍ଦଶାରେ ହୁଏ ମୁଁ ଘାଣ୍ଟି,
ଅଜ୍ଞାନ ମୁଁ ଛାର ନ ଜାଣେ ଅକ୍ଷର
ଡାକି ଡାକି ଶୁଖି ଗଲାଣି ତଣ୍ଟି,
ଜଳେ ନାହିଁ ଚୁଲି ଜାଣେ ନାହିଁ ବୋଲି
ବୁଡ଼େଦୁଃଖୀ ନାବଦୁଃଖ ସାଗରେ,
ଆସ ମହାଲକ୍ଷ୍ମୀ ଡାକେ ନିରିମାଖି
ବିଜେ କର ମୋର ଶୂନ୍ୟ ମନ୍ଦିରେ।
କର୍ମଫଳେ ମୋର ଥାଏ ତୋ ସ୍ବୀକାର
ତୋ ଲାଗି ମୋର ଏ ଘର ସଂସାର,
ଚିର ଅସହାୟ ଅଭାବେ ଅଥୟ
କି କାରଣେ କର୍ମ ନ ହୁଏ ସାର?
ଦିଅ ସଦବୁଦ୍ଧି ପାପ ପଥ ରୋଧି
ସତ୍ୟପଥେ ମୋତେ ନିଅମା ଚାଳି,
ତୋରଦୟାବଳେ ଶ୍ରୀୟା’ଲଭେକାଳେ
ସକଳ ଐଶ୍ୱର୍ଯ୍ୟ ସଙ୍କଟ ଟଳି,
ହେଲେ ତୁ ନିର୍ଦ୍ଦୟ ଜଗନ୍ନାଥେ ଭୟ
ଲକ୍ଷ୍ମୀଛଡ଼ା ଦୋଷ ସଂସାର ଘାରେ,
ପୁଣ୍ୟେ ଦିଅ ଭରି ଦୁଃଖ ନିଅ ହାରି
ଧନ୍ୟ ହେବି ତବ ଆଶିଷ ଭରେ!
ଦୟାକର ମାଆ ଅଭାବୀକୁ ସାହା
ଦାରୁଣ ଦୁର୍ଦ୍ଦଶା କର ମା’ ଦୂର,
ସତ୍ୟ ପଥେ ମୋର ଚଳାଅ ସଂସାର
ବିଶ୍ୱ ହିତ କର୍ମେ ହେବି ତତ୍ପର।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ