ଅକର୍ମା ସ୍ୱାମୀ
***********
ଗୋଟେ ଅଣଅସାରିଆ ମାଟି ପିଣ୍ଢା ,ଦୁଇଟି କଳା ମୁଞ୍ଚୁମୁଞ୍ଚିଆ ବାଉଁଶ ମୁଣ୍ଡ ଟେକିଛନ୍ତି ବୋଇତି କଖାରୁ ମାଡିଥିବା ଚାଳ ଛପରର ପିଢାକୁ।”
ସେଇ ବାଉଁଶ ପାଖରେ ଝାଳ ସର ସର ହେଇ ମୁଣ୍ଡ ବାଡୋଉଥାଏ ଢୋ,,,ଢୋ କରି!କାନ୍ଦୁଥାଏ ଯେତେ ମୁଣ୍ଡ ବାଡୋଉଥାଏ ସେତେ ନନ୍ଦୁଆ ବୋଉଟି।”
ଯେମତି ତା’ ଦୁଃଖ ଏ ନିର୍ଜିବ ବାଉଁଶ କାନରେ ପଡି ଦୂର ହେଇଯିବ ସତେ !ତା’ପାଖରେ ପଡୋଶୀ ଲକ୍ଷ୍ମଣ ବାବୁଙ୍କ ସ୍ତ୍ରୀ ଉର୍ମିଦେବୀ ଆସି ପହଞ୍ଚି ଗଲେ ,ଦେଖିବାକୁ ଯେମତି ହଳଦୀ ମୁଖୀ ,କଥା ତାଙ୍କ ପଥରକୁ ପାଣି କଲା ପରି।
କ’ଣ ହେଇଛି ଲୋ!ନନ୍ଦୁଆ ବୋଉ ତୋର?କହୁ କହୁ ଲକ୍ଷ୍ମଣ ବାବୁଙ୍କ ସ୍ତ୍ରୀ ଉର୍ମିଦେବୀ ତା ଭିତରେ ନନ୍ଦୁ ବୋଉ ମୁଣ୍ଡ ପାଖରେ ହାତ ଦେଇ ଅଟକାଇ ସାରିଲାଣୀ ତା’ମୁଣ୍ଡ ପିଟିବା କୁ।କ’ଣ ହେଇଛି ପୁଣି ଆଜି ତୋର -“ଏ! ଭେଳିକି! କ’ଣ ପାଇଁ ପ୍ରତିଦିନ ହେଉଛି ତୁମ ଘରେ ଏ ପାଲା।”
ଏମତି କରିଲେ କ’ଣ ତୁମେ ଦୁଇଜଣ ଶାନ୍ତିରେ ରହିପାରିବ!ଭଗବାନ୍ ଗୋଟିଏ ପୁଅ ଛୁଆ ଦେଇଛି ତାକୁ ବଡ କର ଭଲରେ ,ଆଉ ଘର ଦ୍ବାର ବଖରେ ନାହିଁ ତାକୁ କର କିଛି ସଞ୍ଚିକି।ତା’ ନ କରି ଦୈନିକ ଘରେ ପାଟି ତୁଣ୍ଡ କରୁଛ ,ଏଟା କ’ଣ ଭଲ କଥା
।ନନ୍ଦୁଆ ବୋଉ ଉର୍ମିଦେବୀଙ୍କର ଏତିକି କଥା ଶୁଣି ଚୁପ୍ ହେଇଯାଇ କହିଲା-“ଶାଶୂ ମା’ ତୁମେ ବୟସରେ ବଡ ତୁମ କଥା ତୁମ ପୁଅ ଶୁଣିବ, ତାକୁ ଟିକେ ବୁଝାନ୍ତ ନାହିଁ !
ମୁଁ ତାକୁ କାମ କରିବା କଥା କହିବାରୁ ଦୈନିକ ମୋ ସହ ଝଗଡା କରୁଛି ।”
ଜାଣିଛତ ଶାଶୂ ମାଆ ତୁମ ଶଶୂରଙ୍କର ଯେତିକି ଜମି ନାହିଁ ଆଙ୍କର ସେତିକି ଜମି ଅଛି ହେଲେ ଥାଇକି କୋଉ -“ଶୀତଳ”!
“ବସି ଖାଇଲେ ପରା ନଈବାଲି ସରେ।”
ସବୁ ମୋର ଭାଗ୍ୟ ଏ ମଦୁଆ,କୁଳବୁଡା,ରୋହିଜଳା ସହ ମୋ ଭାଇ ବାହା କଲାନି ଯେ! ମତେ ଏ ଯମ ପାଖର ଛନ୍ଦି ଦେଲା। ”
ଉତ୍ମି ଦେବୀ ସେଠୁ କହିଲେ-” ଯା ହେଲାଣି ହେଲାଣି।ତୋ ଭାଗ୍ୟରେ ସେ ଥିଲା ତୁ ତା’ ଭାଗ୍ୟରେ, ଆଉ ସେସବୁ କଥା କହିଲେ କ’ଣ ହେବ ଲୋ,, !ମାଆ।
ତୁମେ ଦୁଇଜଣ ଯଦି ନ ବୁଝି ଅଭୁଝା ହେବ ତୁମକୁ କିଏ ବୁଝାଇବ କହିଲ!ବାପ ଏତେ ସମ୍ପତ୍ତି ଛାଡି ଯାଇଛି ତୁମେ ଯଦି ସେଥିରେ ଚାଷ ନ କରିବ ,କି ବର୍ଷକୁ କାହାକୁ କିଆରୀ କରିବାକୁ ନ ଦେବ, ତୁମକୁ ସେଥିରୁ କି ଲାଭ ମିଳିବ।ବସି ଖାଇ ଖାଲି ଖଟ,ଖଟୁଲୀ କୁ ବି ଖାଇଦେବ।”
ଏ କଥା ଶୁଣି ନନ୍ଦୁଆ ବାପା ଘରେ ଥିଲା ବାହାର ଆଡେ ନ ଶୁଣିଲା ପରି ଟିଙ୍କି ଟିଙ୍କି ହେଇ ଗାମୁଛାଟିକୁ କାନ୍ଧରେ ପକାଇ ଚାଲିଗଲା।
ତାକୁ ଦେଖି ନନ୍ଦୁ ବୋଉ କୋହୁଛି ଉତ୍ମି ଦେବୀ ଙ୍କୁ। ଦେଖିଲ ଶାଶୂମାଆ,,,ଦେଖିଲତ!
ତୁମ ପୁଅକୁ।”
କେମତି ନ ଶୁଣିଲା ପରି ଚାଲି ଗଲା।ଏ ରୋହିଜଳାକୁ କିଏ ସାହା ହେବ କହିଲ ।ଦେଖିବ ଶାଶୂମାଆ!” ମଲା ବେଳେ ତା ମୁହଁରେ ପାଣି ଦେବାକୁ କେହି ନଥିବେ।”
ଉତ୍ମିଦେବୀ ସେଠୁ କହିଲେ-“ହେ ସେ ଧରମ ଛଡା କଥା କହନି ଲୋ।’
ଏହା ପ୍ରତିଉତ୍ତର ଦେବାକୁ ଯାଇ ନନ୍ଦୁଆ ବୋଉ କହିଲା-”
ତାକୁ ଯିଏ ଭଲ କଥା କହିଲା ତା ଉପରେ ସିଙ୍ଗି ସିଙ୍ଗି ହେଉଛି।ସାହି, ଭାଇ, ପଡିଶାରେ ତା’ ସହ ସମସ୍ତଙ୍କର ଅପଡ, ଯା ତୁମ ଘରକୁ ଛାଡି।।”
ଏତିକି କଥା କହୁ କହୁ ହାତକୁ ଘର ଭିତରେ ଥିବା ହାଣ୍ଡିଶାଳ କୁ ହାତ ବଢାଇ କହିଲା -“ଦେଖ ଶାଶୂମାଆ ଦେଖ !ନ ହେଲେ କହିବ ମୁଁ ମିଛ କହୁଛି,,,,ମଲ୍ଲୀ ଫୁଲ ପରି ପଖାଳ ହେଇଛି,,ମୁଁ ଭଜା ଆଉ ବଢିଚୁରା କରିଛି ,ଆଉ ଭାତ ହାଣ୍ଡିରେ ପୁଅ ପାଇଁ ଆଳୁ ଦୁଇଟା ପକାଇଥିଲି, ସେ କାଲି ଗୋଟେ ଖାଇଛି ଆଉ ଗୋଟେ ହେଇ ଭାତ ହାଣ୍ଡିରେ ଗଡୁଛି ।ସେ ଆକୁ ସେ ଭଜା ,ବଡିଚୁରା ଲଗାଇ ପଖାଳ କଂସେ ଖାଇଦେଲେ କ’ଣ ହେଇଥାନ୍ତା !
ନା ବାବୁ ଙ୍କ ଦେହରେ ଏ ସବୁ ତିଅଣ କାଳେ ଯିବନି ।ମୁଁ ଯେତେବେଳେ ବାପ ଘର ପଳାଉଛି ସେତେ ବେଳେ ଲଙ୍କାଟିଏ ହେଲେ ବି ତାକୁ ଦଳି ଚକଡି ଖାଇଦେଉଛି ।ହେଲେ ମୋ ଆଗରେ ଏମିତି ନାଟକ କରୁଛି।ମୁଁ ତାକୁ କହିଲି ଦେଖ ଏସବୁ ଅଛି ଖାଇଦିଅ ପଖାଳ, ମୁଁ ଆଉ ପୁଅ ସେଥିରୁ ଗଣ୍ଡାଏ ଖାଇଦେଲେ ପଖାଳ ସରିଯିବ ,ବେଳବୁଡକୁ ଭାତ ବସାଇଦେବି ।ହେଲେ ସେ ବୁଝିବାକୁ ନାରାଜ କାହିଁକି ତରକାରୀ ହେଲା ନାହିଁ!!!”
ମୁଁ କହିଲି ଯଦି ଏତେ ସୁଆଦିଆ ତରକାରୀ ଖାଇବାରେ ଅଛି ମାର୍କେଟରୁ ଆଣି ପରିବା ବ୍ୟାଗ ଥୋଇଦେଲ ନାହିଁ ।ନା ମୁଁ ପରିବା ଗାଁରୁ ମାଗିକି ନା ବାପଘରୁ ମାଗିକି ଆଣି ତୁମ ପାଇଁ ତରକାରୀ କରିଥାନ୍ତି।ଏତିକି କଥାରେ ଉଠିଲା କାହିଁକି ମୋସହ ଝଗଡା କରୁଛୁ କହି ବାହାରିଥିଲା ହାତ ଉଠାଇବାକୁ ଏଇ ଦାଉରୁ କେମିତି ରକ୍ଷା ପାଇବି ଖାଲି କୁହ! ଶାଶୂମାଆ।”ଆଠ ପନ୍ଦର ଦିନେ ବାପ ଘରକୁ ଯାଉଛି ସିନା ହାଜର ହେଇ ସବୁ କଥା ମାନିବେ କହି ପାମ୍ପଳେଇକି ମତେ ନେଇ ଆସୁଛନ୍ତି, ହେଲେ ଦେଖିଲା ବେଳକୁ ଯୋଉ ଅକର୍ମା କୁ ସେଇ ଅକର୍ମା -“ମତେ ମାଠିବୁ ଯେତେ ମାଠ୍
ମୁଁ ସେଇ ଦରପୋଡା କାଠ।।”
ପୁଅଟା କୁ ହେଇ ପାଞ୍ଚ ବର୍ଷ ପୂରିଗଲା ତାକୁ ଟିକିଏ ଟ୍ୟୁସନ କରୁନାହଁନ୍ତି, ଜମିବାଡି ସବୁ ପଡିଆ ପଡିଲାଣି ସେ କଥା ବୁଝୁ ନାହଁନ୍ତି ଖାଲି ଆନାଇଛି ମୋ ବାପ ଘର କେତେବେଳେ କ’ଣ ଦେବେ ଖାଇବ ଆଉ ତାଙ୍କ ନିନ୍ଦା କରିବ।ତୁ ଯଦି ସବୁ ଜମିରେ ଚାଷ କରନ୍ତୁ ରକ୍ତକୁ ପାଣି କରି ସେଠି ସୁନାର ଫସଲ ଫଳନ୍ତା କେତେ ସେଥିରୁ ଖାଆନ୍ତୁ।ଖାଇବୁ ତ ଖାଇବୁ ଆଉ ଯା ମାଡି ମାଡି ବଳିବ ତାକୁ ଯଦି ବଜାରରେ ବିକ୍ରି କରନ୍ତୁ ତୋ ବାପ ପରି ତୁ ଏବେ କେତେ ଜମି ଜୁମା କରି ତୋ ପରି ତୁ ହେଇ ସାରନ୍ତୁନି।।”
କିଛି ନ କରି ଘରେ ବସି ଖାଲି ଖାଉଛୁ ।ଗାଁରେ କୁଜିନେତା ମାନଙ୍କ ସହ ବୁଲୁଛୁ ଆଉ ମଦ କାଉଣ୍ଟରରେ ହାଜିରା ପକାଉଛୁ,ପରଘର ଚର୍ଚ୍ଚା କରୁଛୁ , ନିଜ ଘରେ ପୁଅ ,ମାଇପ ଉପାସ ରୋହୁଛନ୍ତି ହେଲେ ପର ଘର କଥା ବୁଝୁଛୁ ସେଥିରୁ ତତେ କ’ଣ ମିଳୁଛି ଯେ।ନିଜେ ମରିବତ ମରିବ ଆମ ମାଆ ,ପୁଅକୁ ବି ମାରିଦେବ।
ଏତିକି କହି ନନ୍ଦୁ ବୋଉ ଭାଃ,,,,ଭାଃ,,,,କରି କାନ୍ଦି ଉଠିଲା କେବଳ ତା’ପାଖେ ଉର୍ମି ଦେବୀ ଆଶ୍ୱାସନା ଦେଉଥିଲେ -“ଏ ସମୟ ବେଶି ଦିନ ନୁହେଁ ଲୋ! ଟିକେ ଧୈର୍ୟ୍ଯ ଧର ସବୁ ଠିକ୍ ହେଇଯିବ।।
🙏🙏🙏
ମମତା ବାରିକ
ସ୍ଥାନ-ଯାଜପୁର, ବାରବାଟୀ, ଗ୍ରାମ-ବାମଦେବପୁର,ପିନ୍ -755008।