ଆସିଚି ମୋ ଶଶୁର ଘର
——
ପ୍ରଥମେ ଆସିଲି ଶଶୁର ଘରକୁ
ଦେଖିଲି ମୋ ସ୍ତ୍ରୀ ରୂପ ,
ଘରେ ତୋ ଏମିତି ଚଣ୍ଡୀ ଥିଲାନି ସେ
ଏଠି ଦେଖାଉଛି କେତେ ବାଗ।
ପ୍ରଥମ ଥର ମୁଁ ରୂପକୁ ଦେଖିକି
ଚମକି ପଡ଼ିଲି ଏତେ ,
ଘରେ ସିଏ ହାଏ କେତେ ଶାନ୍ତ ଶିଷ୍ଟ
ଏଠି ଦେଖାଉଛି ଭାଉ କେତେ ।
ଶଶୁର ବସେଇ ମୋତେ କହୁଛନ୍ତି
ଝିଅ ମୋର ପୁରା ସାଧା ,
ରାତି ବେଳେ ତାକୁ ଅନ୍ଧାର କଣା ହୁଏ
ଚାଲୁ ଥାଏ ବଙ୍କା ସିଧା ।
ଶାଶୁ ମୋତେ ଟିକେ କୋଣକୁ ଡ଼ାକିକି
କହୁ ଛନ୍ତି ମୋର କାନେ ,
ଯଦି କେତେବେଳେ ରାଗି କହିଦିଏ
ଧରିବନି ତମ ମନେ ।
ଶାଳୀ ଟିକେ ହାଏ ମୁରୁକି ହସିକି।
କହିଲେ ଭିଣେଇ ଆଲୋ ,
ଭଉଣୀ ତୋ ମୋର ଭାରି ଭଲପିଲା
ତମେ କହିଲେ ଦେବଯେ ଗେଲ ।
ଶଳା ଟା ମୋର ଷଷ୍ଠ ରୁ ନଷ୍ଟ ଯେ
ଟେକି ଆଣିଥିଲା ଟୋକି ,
ଚତୁର୍ଥ ରୁ ସିଏ ପିଛା କରୁଥିଲା
ସପ୍ତମ ରେ ମାଇଲା ଆଖି ।
ଶଳା କୁହେ ମୋତେ ପ୍ରଥମ ଥର
ଆଶିଚ ଆମ ଘରକୁ ,
ମିଠା ଆଣିଲନି ଲୁଗା ଆଣିଲନି
ନିଜର ଭାବୁନ ମୋତେ ।
ସ୍ତ୍ରୀ ମୋତେ ହାଏ ପଛର ଡ଼ାକିକି
କହୁଚି ହେଇଟି ଶୁଣ ।
କିଏ କେତେ କଥା କହିଲେନି ସବୁ
ଏବେ ଲୁଗା ବଦଳେବ ଯାଅ ।
ଧଇଲି ସ୍ତ୍ରୀ କୁ ଧଇଲି ବ୍ୟାଗ୍
ଧଇଲି ମୋ ସାଇକେଲ ଚାବି ।
ଘରୁ ବାହାରିଲି ସକାଳ ଛ ଟା
ପହଞ୍ଚିଲି ଏବେ ଆସି ।
ଅନିରୁଦ୍ଧ ତିଆଡି
ବାଲେଶ୍ୱର ଅଡା (ମାଣିତ୍ରି )
canada drugs online legit online pharmacy pharmacy orlando
Its very nice poem, Really enjoyed