ଆଶା
କର୍ମମୟ ଜୀବନର ବ୍ୟସ୍ତତା ହେତୁ କିଛି କରିବା ସମ୍ଭବ ହୁଏନି ସାଙ୍ଗ କୁ ଛୋଟ ଛୁଆ । ଘର, ଅଫିସ ସବୁଠି ସମୟ ଦିଅ ସେ ବି ଟାଇମ ହିସାବରେ । ଚାକିରୀ କରୁଥିବା ମହିଳାଙ୍କୁ ଅନ୍ୟ ମାନେ ଭାଗ୍ୟବତୀ ଭାବନ୍ତି ହେଲେ ସତ କଥାଟି ଅନ୍ୟ ପ୍ରକାର । ଗୃହିଣୀ ମାନେ ଘର କାମସାରି ବସା ଉଠା କି ଟି. ଭି ଦେଖିବା ସାହି ପଡିସା ଗପସପ ହେବାର ସୁଯୋଗ ଥାଏ ହେଲେ କର୍ମଜୀବି ମହିଳାକୁ ଯନ୍ତ୍ରବତ ସବୁ କରିବାକୁ ପଡେ । କୁହାଯାଇପାରେ ଦିନର ଚବିଶ ଘଣ୍ଟା ବି ନିଅଣ୍ଟ ହେଇ ପଡେ । କୁଆଡେ ଯିବାକୁ ଇଚ୍ଛାକଲେ ଯାଇ ହୁଏନି କି କିଛି ଇଛା କରି ଖାଇ ହୁଏନି ।
ଲକଡାଉନ ଯୋଗୁ ସମେସ୍ତେ ଘରେ କୁହାଯାଇପାରେ ଛୋଟ କାଟିଆ ସମାଗମ ମହୋତ୍ସବ ସମସ୍ତଙ୍କ ପାଖେ ସମସ୍ତଙ୍କ ପାଇଁ ଟାଇମ ହିଁ ଟାଇମ l ଜୀବନ ଯାକ ଏମିତି ଖୁସି ପାଇଁ ମଣିଷ ତରସି ଯାଇଥାନ୍ତା l କରୋନା ଅନେକ ଖ୍ୟତି କଲେ ବି ବୋଧ ହୁଏ ଇୟେ ଗୋଟିକ ଫାଇଦା ହେଲା l ସମ୍ପର୍କ ମଝବୁତ ହେଲା l ସାଙ୍ଗ ମାନଙ୍କ ସହ ମନଖୋଲି କଥା ହେଇ ହେଲା ଫୋନେ ଯୋଗେ l ପୁରୁଣା ସ୍ମୃତି ଜୀ ଉଠିଲେ l ଛୋଟ ଛୁଆ ଟାକୁ ସମୟ ଦେଇ ହଉନଥିଲା ବୋଲି ମନରେ ଅପରାଧ କଲା ଭଳି ଲାଗୁଥିଲା ଏବେ କିନ୍ତୁ ତା ସହ ଖେଳିବାକୁ ଅନେକ ସମୟ ମିଳୁଛି ଲାଗୁଚି ଯେମିତି ପିଲାଦିନକୁ ଫେରି ଯାଇଛି l ଧାଁ ଦୌଡ ଭିତରେ ବହୁଦିନୁ ଶାଶୁଙ୍କ ସହ ମନଖୋଳି କଥା ହେଇ ହଉନଥିଲା l ଶଶୁର, ସ୍ୱାମୀ ଙ୍କ ସାଙ୍ଗରେ ମିଶି ଶାଶୁଙ୍କ ଗୋଡ ଟାଣି ହଉନଥିଲା l ଶଶୁରଙ୍କ ସହ ଲୁଡୁ ଖେଳି ହଉନଥିଲା l ଲୁଡୁ ଖେଳରେ ଶଶୁର ହାରିଲେ ଦେଉଥିବା ପଚାଶ ଟଙ୍କାଟା ପଞ୍ଚ ଲକ୍ଷ ପାଇଲା ଭଳି ଲାଗେ ଯେବେ ସେ ପିଠି ଥାପୁଡ଼େଇ କୁହନ୍ତି well done beta ଲାଗେ ଅଲମ୍ପିକ ରୁ ପଦକଟେ ଜିତିଛି l ଏବେ ପ୍ରାୟ ପଚାଶ ମିଳୁଛି l ଶାଶୁଙ୍କ ହାତତିଅରି କେତେଟା ସ୍ପେସିଆଲ ଡ଼ିସ ଖାଇ ହଉନଥିଲା ଯାହା କି ଦୁନିଆର ସବୁଠୁ ସୁଆଦିଆ ଖାଦ୍ୟରେ ଗଣାଯାଇ ପାରେ ଏବେ ସେ ସବୁ ଖାଇ ଉଦର ଶାନ୍ତି l ଯାହା ଖାଇବାକୁ ଇଛା ହେଲେ ବଜାରରୁ ଆସିଯାଏ ହେଲେ ଲକଡାଉନ ଯୋଗୁ ନିଜେ ତିଆରି କରି ଖାଇବା ର ନିଆରା ଅନୁଭୂତି ହେଲା l ଯୋଉମାନେ କହୁଥିଲେ ତୋ ହାତରେ ଖଡା ସିଝି ବନି ସେମାନେ ଏବେ ତାରିଫ କରିବା ଆରମ୍ଭ କଲେଣି l ସବୁଠୁ ବଡ କଥା ମଣିଷ ଟିକେ ନିଶ୍ଚିତରେ ଶୋଇବାକୁ ଟାଇମ ପାଇଲା l ସମୟ ମିଳିବାରୁ ସ୍ୱାମୀଙ୍କ ସହ ସକାଳ ଭ୍ରମଣ ର ମଜା ସାଙ୍ଗକୁ ଶୁଦ୍ଧ ପରିବେଶର ଅନୁଭୂତି କୁ ସାଉଁଟି ହେଲା l
ଏଇତ ଜୀବନ, ବଗିଚାର ଛୋଟ ଛୋଟ ଫୁଲର ବାସ୍ନାରେ ଯେମିତି ବଗିଚା ମହକି ଯାଏ ଜୀବନ ବଗିଚା ବି ଛୋଟ ଛୋଟ ଆଶା କୁ ନେଇ ତିଆରି l ଛୋଟ ଛୋଟ ଆଶା ପୂରଣ ହେଲେ ମଣିଷ ତାରି ଭିତରୁ ନିଜ ପାଇଁ ଖୁସି ଦରାଣ୍ଡି ବସେ ଆତ୍ମବିଭୋର ହେଇ ଉଠେ l ଆଉ ଅଧିକା କଣ ଦରକାର ଯେ ମଣିଷ ବଞ୍ଚିବା ପାଇଁ l
ସେମିତିରେ ବି ମତେ ସେ ଗୀତଟି ଭାରୀପସନ୍ଦ –
ଦିଲ ହୈ ଛୋଟା ସା ଛୋଟିସି ଆଶା
ମସ୍ତି ଭରେ ମନ କି ଭୋଲି ସି ଆଶା l
ସ୍ନିଗ୍ଧା ରାଉତ
ରାୟଗଡା
319 total views, 1 views today