ଶୀର୍ଷକ-ଅସମାପ୍ତ
~~~~~~~~~~~~~~~~~
ମୁଁ ସେଇ ତାଳଗଛ ମୂଳେ ବସି
ଭାବୁଥିଲି କିଛି କିଛି ଶବ୍ଦ ଯୋଡିବାକୁ
ମୋ କବିପଣର ନିବିଡ଼ତାରେ
ନିରୋଳା ମେଘମୁକ୍ତ ଆକାଶର
ଭସା ଭସା ବାଦଲର ସୌନ୍ଦର୍ଯ୍ୟରେ
ବିମୋହତ ହୋଇଉଠୁଥିଲି
ଗଛ ମୋତେ ନିରିଖେଇ ଦେଖୁଥିଲା
ହୀମ ଶୀତଳ ସ୍ପର୍ଶରେ ଆନମନା
ମୁଁ ବୁଡିଯାଉଥିଲି ଶବ୍ଦ ଗୁନ୍ଥିବାରେ
ଏ କଣ ହଠାତ ଝଡ଼ର ଆଗମନ
ବଡ଼ ଅକଥନୀୟ ସ୍ଥିତି ଘଟିଗଲା
ତ୍ରସ୍ତ ନୟନରେ ଗଛ ଚାହିଁରହିଛି
ମୁଁ ମୋ ନିଜକୁ ରକ୍ଷା କଲି ସିନା
ଆଉ ସେଇ ତାଳଗଛ କଣ କରିବ
ଅକୁହା ରହିଯିବକି ତା’ର କଥାସବୁ
ମୁଁ ଭାବୁଥିଲି ନିରୋଳାରେ ବସି
କେମିତି ଥିବ ତାହାର ଅବସ୍ଥା
ଝଡ଼ ଥମିଗଲା ନିଜ ଇସାରାରେ
କିନ୍ତୁ ସେ ଗଛ ଶୋଇଥିଲା ମାଟିରେ
ମୋତେ ଲାଗୁଥିଲା ତାକୁ ଦେଖି
ଯେମିତି କିଛି କହିବାକୁ ଚାହୁଁଥିଲା
ତା କଥାଗୁଡା ଅସମାପ୍ତ ରହିଗଲା
ଇଏତ ବିଧିର ବିଧାନ ନିୟତିର
ଫେରିବାତ ଏକାନ୍ତ ଅପରିହାର୍ଯ୍ୟ ।
ସଂଯୁକ୍ତା ସାହୁ
ମାଟିଘର(ଉପସଭାପତି)
ରାହାମା
ଜଗତସିଂହପୁର
ମୋ-୭୩୭୭୨୮୭୦୦୮
368 total views, 1 views today