April 20, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ଅର୍ଥବୋଧ —- ବିନୟ କୁମାର ମହାନ୍ତି।

ଅର୍ଥବୋଧ

ଆମର ଏ ଆଳାପ
ମୁହଁ ଚୁହାଁ ଚୁହିଁ
ଭଲମନ୍ଦ ପଚାରିବା
ଚୁମ୍ବନ ଆଲିଙ୍ଗନ
ଅନେକ ଅର୍ଥ ରଖେ।

ଧନାଗମ ତୃଷ୍ଣା ପଛରେ
ଅନିୟନ୍ତ୍ରିତ ଧାଁ ଦଉଡ
ତ କେବେ ଶେଷ ହେବ ନାହିଁ,
ମାଂସ ହାଟର ଧସ୍ତାଧସ୍ତି
କୋଳାହଳ କଥା କଟାକଟି ବି।

ସୁଖର ମୁଲଚାଲ କରିବାରେ
ଆମର ଅଭିଜ୍ଞ ପଣ ଦେଖେଇବାରେ
ଆମେ କେହି କାହାକୁ କମ୍ ନୁହଁ।

ଆମ ନିଜ ନିଜ କାନ୍ଥରେ
ମନ ମୁତାବକ ରଙ୍ଗ
ନିଜ ପସନ୍ଦର ଚଷମା
ଚାବି ରିଙ୍ଗ,ଓ‌ ଚାଖଣା।

ଏତେ ବଛା ବଛି ପରେ ବି
କାହା ଆଖିର ଲୁହରେ କମ ଅଛି
ଲୁଣିପଣ!

ଚମ୍ପା ଚାମେଲୀଙ୍କ
ବଗିଚା ଦେଇ
ଆମେ ହାଟ ବଜାର
ଗଲାବେଳେ କେବେ କେବେ
ତନ୍ମୟ ହୋଇ ଯାଇଛେ,
ଭୁଲି ଯାଇଛେ ଆମର
ଦୁଃଖ ଶୋକ ହାର ଓ
ହଜିଯାଇଥିବା ପ୍ରେମଗୀତିର
ଦେହହାତରେ ଫୋଡ଼ି
ହେଉଥିବା ସ୍ମୃତି ସବୁ।

ତଥାପି ଆମ ଓଠର ଉପକୂଳରେ
ଏତେ ଜୁଆର ଥାଇ ବି
କାହିଁକି କଅଁଳେ ନାହିଁ
ଦୁର୍ବାଦଳଟିଏ,
କାହିଁକି ଆମେ ବାରମ୍ବାର
ବାଟ ବଣା ହେଉ ପରିଷ୍କାର
ସିଧାସଳଖ ରାସ୍ତାରେ।

କାହିଁକି ଆମର ପ୍ରେମ ସବୁକୁ
ପଇସାଟିର ମୁଲ ଥିବା ପରି ଭାବୁନା,
କାହିଁକି ଦିନର ଆଲୁଅରେ
ଆମେ ଅଣ୍ଡାଳି ହେଉ
ଆମର ସୁଖର ଗୀତ ଖାତା!

ଆମର ଏ‌ ରାସ୍ତା,
ପରସ୍ପର ସହିତ
ଆକସ୍ମିକ ଭେଟ
ପଦେ ଦି ପଦ
ପ୍ରେମାଳାପ ଅନେକ କିଛି
ଅର୍ଥ ରଖେ।

ଆଖିରେ ଆଖିରେ
ଅନେକ କବିତା,
ଅନେକ ଗଦ୍ୟର
ଚାରା ଗଛ
ପାଣିଟୋପାକୁ
ଅନେଇ ରହିଥାନ୍ତି
ଚାତକ ପରି
ଯୁଗ ଯୁଗ।

————————-
ଅନ୍ଦୁଳି,
କେନ୍ଦ୍ରାପଡ଼ା
ମୋ-୯୪୩୮୧୪୦୯୯୯
——————————

Loading

5 thoughts on “ଅର୍ଥବୋଧ —- ବିନୟ କୁମାର ମହାନ୍ତି।

  1. I do not even know
    how I ended up here, but I believed this post used
    to be good. I do not understand who you
    are but certainly you are
    going to a famous blogger for those who are not already.
    Cheers!

Leave a Reply to Leoma Gow Cancel reply

Your email address will not be published. Required fields are marked *